ETV Bharat / city

ଆରମ୍ଭ ହେଲା ତୃତୀୟ ପର୍ଯ୍ୟାୟ ମତଦାନ

ଆରମ୍ଭ ହେଲା ତୃତୀୟ ପର୍ଯ୍ୟାୟ ମତଦାନ । ଗଣତନ୍ତ୍ରର ମହାପର୍ବରେ ସାମିଲ ହୋଇ ପୋଲିଂ ବୁଥରେ ମତାଧିକାର ସାବ୍ୟସ୍ତ କରୁଛନ୍ତି ଜନତା ଜନାର୍ଦ୍ଦନ ।

author img

By

Published : Apr 23, 2019, 7:07 AM IST

Updated : Apr 23, 2019, 7:20 AM IST

ଫଟୋ ସୌଜନ୍ୟ: ବ୍ୟୁରୋ ଇନପୁଟ

ଭୁବନେଶ୍ବର: ଆରମ୍ଭ ହେଲା ତୃତୀୟ ପର୍ଯ୍ୟାୟ ମତଦାନ । ଗଣତନ୍ତ୍ରର ମହାପର୍ବରେ ସାମିଲ ହୋଇ ପୋଲିଂ ବୁଥରେ ମତାଧିକାର ସାବ୍ୟସ୍ତ କରୁଛନ୍ତି ଜନତା ଜନାର୍ଦ୍ଦନ । ପୂର୍ବ ପ୍ରସ୍ତୁତି ମୁତାବକ ମକ ପୋଲିଂ ପରେ ଆରମ୍ଭ ହୋଇଛି ଭୋଟ ଗ୍ରହଣ । ସକାଳ ୭ଟାରୁ ଭୋଟ ପଡିବା ଆରମ୍ଭ ହୋଇଛି । ଆଜି (ମଙ୍ଗଳବାର) 6ଟି ଲୋକସଭା 42ଟି ବିଧାନସଭା ଆସନରେ ଭୋଟର ଗଣତାନ୍ତ୍ରିକ ଅଧିକାର ସାବ୍ୟସ୍ତ କରୁଛନ୍ତି । ସମୁଦାୟ 10464ଟି ମତଦାନ କେନ୍ଦ୍ରରେ ଭୋଟ ଗ୍ରହଣ ହେଉଛି ।

ଭିଡିଓ ସୌଜନ୍ୟ: ବ୍ୟୁରୋ ଇନପୁଟ

6 ଲୋକସଭା ଆସନ ପାଇଁ ମୋଟ 61ଜଣଙ୍କ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଭୋଟର । ଏମାନଙ୍କ ମଧ୍ୟରେ 55ଜଣ ପୁରଷ ଓ 6 ଜଣ ମହିଳା ପ୍ରାର୍ଥୀ ଅଛନ୍ତି । 42 ବିଧାନସଭା ପାଇଁ ମୋଟ 356 ଜଣ ପ୍ରାର୍ଥୀ ଭାଗ ନେଉଛନ୍ତି । ଏମାନଙ୍କ ମଧ୍ୟରେ 318 ପୁରୁଷ ଓ 37 ଜଣ ମହିଳା ପ୍ରାର୍ଥୀ ରହିଛନ୍ତି।

ସେହିପରି ମୋଟ 92,56,922 ଜଣ ମତଦାତା ନିଜର ଭୋଟଦାନ କରିବେ । ଏମାନଙ୍କ ମଧ୍ୟରୁ ପୁରୁଷ ଭୋଟରଙ୍କ ସଂଖ୍ୟା 47 ଲକ୍ଷ 99 ହଜାର 30 ଜଣ । ସେହିପରି ମହିଳା ଭୋଟରଙ୍କ ସଂଖ୍ୟା ରହଛି 44 ଲକ୍ଷ 56 ହଜାର 729 ଜଣ । 1163 ଜଣ ତୃତୀୟ ଲିଙ୍ଗୀ ମତଦାତା ରହିଛନ୍ତି।

ତୃତୀୟ ପର୍ଯ୍ୟାୟରେ ଲୋକସଭା ଆସନ- ପୁରୀ, ଭୁବନେଶ୍ବର, କଟକ, ସମ୍ବଲପୁର, ଢେଙ୍କାନାଳ, କେନ୍ଦୁଝର ଆସନରେ ଭୋଟ ଗ୍ରହଣ ଆରମ୍ଭ ହୋଇଛି । ଏପରିକି ଏହି 6ଟି ଲୋକସଭା ଆସନ ଅନ୍ତର୍ଗତ 42ଟି ବିଧାନସଭା କ୍ଷେତ୍ରରେ ମଧ୍ୟ ଭୋଟ ଦେଉଛନ୍ତି ଭୋଟର । ସକାଳ 7ଟାରୁ ଆରମ୍ଭ ହୋଇଥିବା ବେଳେ ଭୋଟିଂ ସନ୍ଧ୍ୟା 6ଟାରେ ଶେଷ ହେବ ବୋଲି ସୂଚନା ରହିଛି ।

ପ୍ରକାଶ ଯେ, ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ରାଜ୍ୟର 4ଟି ଲୋକସଭା ଆସନ ଏବଂ ଏହା ଅନ୍ତର୍ଗତ 28ଟି ବିଧାନସଭା ଆସନରେ ଭୋଟ ଗ୍ରହଣ ହୋଇଥିଲା । ସେହିପରି ଦ୍ବିତୀୟ ପର୍ଯ୍ୟାୟରେ 5ଟି ଲୋକସଭା ଏବଂ ଏହା ଅନ୍ତର୍ଗତ 35ଟି ବିଧାନସଭା ଆସନରେ ଭୋଟ ପଡିଥିଲା ।

sample description
Last Updated : Apr 23, 2019, 7:20 AM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.