ETV Bharat / city

ରାଜ୍ୟରେ ରାସ୍ତାକଡରେ ରହୁଛନ୍ତି ୩୯୩ ଶିଶୁ: ଖୋର୍ଦ୍ଧାରେ ସର୍ବାଧିକ, ଦ୍ବିତୀୟରେ ଯାଜପୁର

ଶିଶୁ ସୁରକ୍ଷା ନେଇ କେନ୍ଦ୍ର ଓ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଉଛନ୍ତି । କିନ୍ତୁ ଯୋଜନାର ସଫଳ ରୂପାୟନ ହେଉନଥିବାରୁ ରାଜ୍ୟର ଶିଶୁ ବିକାଶ ଯୋଜନା ବାଟବଣା ହେବାରେ ଲାଗିଛି । ରାଜ୍ୟର ୩୯୩ ଜଣ ଶିଶୁ ରାସ୍ତା କଡରେ ରହୁଥିବା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ

ରାସ୍ତା କଡରେ ରହୁଛନ୍ତି ରାଜ୍ୟର 393 ଶିଶୁ : ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ

author img

By

Published : Jul 16, 2022, 6:43 PM IST

ଭୁବନେଶ୍ବର: ଶିଶୁ ସୁରକ୍ଷା ନେଇ କେନ୍ଦ୍ର ଓ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଉଛନ୍ତି । କିନ୍ତୁ ଯୋଜନାର ସଫଳ ରୂପାୟନ ହେଉନଥିବାରୁ ରାଜ୍ୟର ଶିଶୁ ବିକାଶ ଯୋଜନା ବାଟବଣା ହେବାରେ ଲାଗିଛି । ତେବେ ରାଜ୍ୟର ୩୯୩ ଜଣ ଶିଶୁ ରାସ୍ତା କଡରେ ରହୁଥିବା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସୂଚନା ଦେଇଛନ୍ତି । ବିଧାନସଭାରେ ବିଜେଡି ବିଧାୟକ ପ୍ରଫୁଲ ସାମଲଙ୍କ ପ୍ରଶ୍ନର ଉତ୍ତର ରଖି ଏହି ତଥ୍ୟ ଦେଇଛନ୍ତି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ ।

ମନ୍ତ୍ରୀ କହିଛନ୍ତି ଯେ, "ରାଜ୍ୟର ୩୯୩ ଜଣ ଶିଶୁ ରାସ୍ତା କଡରେ ରହୁଛନ୍ତି । ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୩୦୫ ଜଣ ଶିଶୁ ରାସ୍ତା କଡରେ ରହୁଛନ୍ତି । ସେହିପରି ଏହି ତାଲିକାର ଦ୍ୱିତୀୟରେ ରହିଛି ଯାଜପୁର ଜିଲ୍ଲା । ଯେଉଁଠି ୩୦ ଜଣ ଶିଶୁ ରାସ୍ତା କଡ଼ରେ ଜୀବନ ଅତିବାହିତ କରୁଛନ୍ତି । ସେହିପରି କେନ୍ଦୁଝର ଜିଲ୍ଲାରେ ୧୦ ଜଣ, ସୁବର୍ଣ୍ଣପୁରରେ ୧୪ ଓ ସୁନ୍ଦରଗଡ ଜିଲ୍ଲାରେ ୧୦ ଜଣ ଶିଶୁ ରାସ୍ତା କଡରେ ରହୁଛନ୍ତି ।

ଅନ୍ୟପଟେ ବାଲେଶ୍ଵର ଜିଲ୍ଲାରେ ୬ ଜଣ, ଗଞ୍ଜାମ ଜିଲ୍ଲାରେ ୫, ବରଗଡ଼, ମାଲକାନଗିରି ଜିଲ୍ଲାରେ ୩ ଜଣ, ରାୟଗଡା, କଟକ, ଜଗତସିଂହପୁର ଜିଲ୍ଲାରେ ୨ ଜଣ, ଝାରସୁଗୁଡାର ଜଣେ ଶିଶୁ ରାସ୍ତାକଡ଼ରେ ଜୀବନ ଅତିବାହିତ କରୁଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.