ଭୁବନେଶ୍ବର: ଓଡିଶାରେ କାୟା ବିସ୍ତାର କରୁଛି କୋରୋନା । ବଢୁଛି ସଂକ୍ରମଣ । ରାଜ୍ୟରେ ଆଜି (ରବିବାର) ସର୍ବାଧିକ 3913 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଅନ୍ୟ ଜିଲ୍ଲା ତୁଳନାରେ ସର୍ବାଧିକ ଆକ୍ରାନ୍ତ ଖୋର୍ଦ୍ଧାରେ ଚିହ୍ନଟ ହୋଇଛନ୍ତି । ହୋମ କ୍ୱାରେଣ୍ଟାଇନ କେନ୍ଦ୍ରରୁ 2348 ଚିହ୍ନଟ ହୋଇଥିବା ବେଳେ, 1565 ଜଣ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି ।
ଖୋର୍ଦ୍ଧାରେ 555 ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଅନୁଗୁଳରେ 103, ବାଲେଶ୍ୱରରେ 134, ବରଗଡରେ 46, ଭଦ୍ରକରେ 123, ବଲାଙ୍ଗୀରରେ 142, ବୌଦ୍ଧରେ 61, କଟକରେ 382, ଦେଓଗଡରେ 15, ଢେଙ୍କାନଳରେ 74, ଗଜପତିରେ 16, ଗଞ୍ଜାମ ରେ 86, ଜଗତସିଂହପୁରରେ 108, ଯାଜପୁର 128, ଝାରସୁଗୁଡା 162, କଳାହାଣ୍ଡିରେ 60, କନ୍ଧମାଳରେ 86, କେନ୍ଦ୍ରାପଡାରେ 156, କେନ୍ଦୁଝରରେ 76, କୋରାପୁଟରେ 100, ମାଲକାନଗିରିରେ 68, ମୟୂରଭଞ୍ଜରେ 147, ନବରଙ୍ଗପୁରରେ 112, ନୟାଗଡରେ 60, ନୂଆପଡାରେ 128, ପୁରୀରେ 212, ରାୟଗଡାରେ 98, ସମ୍ବଲପୁରରେ 141, ସୋନପୁର ରେ 91, ସୁନ୍ଦରଗଡ 35, ଷ୍ଟେଟ ପୁଲ 107।
ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 150807 ଥିବାବେଳେ,115279 ଜଣ ସୁସ୍ଥ ହୋଇଛନ୍ତି । ସେହିପରି ବର୍ତ୍ତମାନ 34849 ଜଣ ଚିକିତ୍ସାଧୀନ ଅଛନ୍ତି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ