ETV Bharat / city

ODISHA Education Department: ୩୯ ହଜାର ମେଧାବୀଙ୍କୁ ମିଳିବ ଲାପଟପ୍ ବାବଦ ଅର୍ଥ - laptop money to merits

ଯୁକ୍ତ ଦୁଇ ପରୀକ୍ଷାରେ କୃତକାର୍ଯ୍ୟ ମେଧାବୀ ଛାତ୍ରଛାତ୍ରୀଙ୍କୁ ମିଳିବ ଲାପଟପ୍ ବାବଦରେ ଅର୍ଥ । ମୋଟ ୩୯ ହଜାର ପିଲା ପାଇବେ ଏହି ଅର୍ଥରାଶି । ଅଧିକ ପଢନ୍ତୁ

୩୯ ହଜାର ମେଧାବୀଙ୍କୁ ମିଳିବ ଲାପଟପ୍ ବାବଦ ଅର୍ଥ

author img

By

Published : Dec 8, 2021, 7:49 AM IST

ଭୁବନେଶ୍ବର: ରାଜ୍ୟରେ ଯୁକ୍ତ ଦୁଇ(+2) ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ମେଧାବୀ ଛାତ୍ରଛାତ୍ରୀଙ୍କୁ ଚଳିତ ବର୍ଷ ଲାପଟପ୍ ବାବଦରେ ଅର୍ଥ ପ୍ରଦାନ କରାଯିବ । ବିଜୁ ଯୁବ ସଶକ୍ତିକରଣ ଯୋଜନାରେ 2021ରେ କୃତକାର୍ଯ୍ୟ ହୋଇଥିବା ୩୯ ହଜାର ଛାତ୍ରଛାତ୍ରୀଙ୍କୁ ଏହି ଅର୍ଥ ଦିଆଯିବ । ଏନେଇ ସାଧାରଣ ବର୍ଗରେ ମୋଟ ୨୪ ହଜାର ପିଲା ରହିଛନ୍ତି । ସେହିପରି ଏସସି(SC) ଏବଂ ଏସଟି(ST) ବର୍ଗରେ ୧୫ ହଜାର ଛାତ୍ରଛାତ୍ରୀଙ୍କୁ ଲାପଟପ୍ ବାବଦ ଅର୍ଥ ମିଳିବ ।

୩୯ ହଜାର ମେଧାବୀଙ୍କୁ ମିଳିବ ଲାପଟପ୍ ବାବଦ ଅର୍ଥ
୩୯ ହଜାର ମେଧାବୀଙ୍କୁ ମିଳିବ ଲାପଟପ୍ ବାବଦ ଅର୍ଥ

ସାଧାରଣ ବର୍ଗରେ କଳାରେ ୮ ହଜାର, ବିଜ୍ଞାନରେ ୧୦ ହଜାର, ବାଣିଜ୍ୟରେ ୫ ହଜାର ଓ ଧନ୍ଦାମୂଳକ ଶିକ୍ଷାରେ ୧ ହଜାର ଛାତ୍ରଛାତ୍ରୀଙ୍କୁ ଅର୍ଥ ପ୍ରଦାନ କରାଯିବ । ଏସସି(SC) ଏବଂ ଏସଟି(ST) ବର୍ଗରେ କଳାରେ ୫ ହଜାର, ବିଜ୍ଞାନରେ ୫ ହଜାର, ବାଣିଜ୍ୟରେ ୪ ହଜାର ଓ ଧନ୍ଦାମୂଳକ ଶିକ୍ଷାରେ ୧ ହାଜର ଲାପଟପ୍ ବାବଦରେ ଅର୍ଥ ବଣ୍ଟନ କରାଯିବ ।

ଏନେଇ ଛାତ୍ରଛାତ୍ରୀଙ୍କ ନାମ, ଜିଲ୍ଲା, ଅଭିଭାବକ ନାମ, ଯୁକ୍ତ ଦୁଇରେ ରଖିଥିବା ମାର୍କ ଆଦି ତଥ୍ୟ ଡିସେମ୍ବର 10 ତାରିଖ ସୁଦ୍ଧା ପ୍ରଦାନ କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପରୀକ୍ଷା ନିୟନ୍ତ୍ରକଙ୍କୁ ଚିଠି ଲେଖିଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.