ETV Bharat / city

ରାଜ୍ୟରେ କୋରୋନାରୁ ମୁକୁଳିଲେ 388, ମୋଟ ସୁସ୍ଥ ସଂଖ୍ୟା 8360କୁ ବୃଦ୍ଧି

author img

By

Published : Jul 11, 2020, 6:37 PM IST

କୋରୋନା ମୁକାବିଲାରେ ରାଜ୍ୟକୁ ମିଳିଛି ପୁଣି ଏକ ସଫଳତା । ଶନିବାର ରାଜ୍ୟରେ ଏକକାଳୀନ 388 ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ଜଣା ପଡିଛି । ଏଥିସହ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା 8360ରେ ପହଞ୍ଚିଛି ।

corona situation in odisha, corona uodate in odisha, recovery rate in odisha, coronavirus news, corona fight in odisha, ଓଡିଶାରେ କୋରୋନା ସ୍ଥିତି, ଓଡିଶାରେ କୋରୋନା ଅପଡେଟ, ଓଡିଶାରେ ସୁସ୍ଥତା ହାର, କୋରନା ଭାଇରସ ନ୍ୟୁଜ୍‌, ଓଡିଶାରେ କୋରୋନା ମୁକାବିଲା
ରାଜ୍ୟରେ କୋରୋନାରୁ ମୁକୁଳିଲେ 388, ମୋଟ ସୁସ୍ଥ ସଂଖ୍ୟା 8360କୁ ବୃଦ୍ଧି

ଭୁବନେଶ୍ବର: କୋରୋନା ମୁକାବିଲାରେ ରାଜ୍ୟକୁ ମିଳିଛି ପୁଣି ଏକ ସଫଳତା । ଶନିବାର ରାଜ୍ୟରେ ଏକକାଳୀନ 388 ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ଜଣା ପଡିଛି । ଏଥିସହ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା 8360ରେ ପହଞ୍ଚିଛି । ଯାହା ରାଜ୍ୟବାସୀଙ୍କୁ ପୁଣି ଆଶ୍ବସ୍ତ କରିଛି । ସେପଟେ ଶନିବାର ରାଜ୍ୟର 17ଟି ଜିଲ୍ଲାରୁ ଏହି 388 ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ପ୍ରକାଶ କରାଯାଇଛି ।

ସୂଚନା ମୁତାବକ କିଛି ଦିନ ହେବ ରାଜ୍ୟରେ ଆକ୍ରାନ୍ତ ସଂଖ୍ୟା ବଢି ଚାଲିଥିବା ବେଳେ ଅପରପାର୍ଶ୍ବରେ ବଢି ଚାଲିଛି ସୁସ୍ଥଙ୍କ ସଂଖ୍ୟା । କେବଳ ଶନିବାର ନୁହେଁ ବିଗତ 4 ଦିନ ହେବ ରାଜ୍ୟରେ କ୍ରମାଗତ ଭାବେ ଅଧିକ ସଂଖ୍ୟକ ଆକ୍ରାନ୍ତ ସୁସ୍ଥତା ଲାଭ କରୁଥିବା ଦେଖାଯାଉଛି । ଯାହା ରାଜ୍ୟବାସୀଙ୍କୁ ସାମାନ୍ୟ ଆଶ୍ବସ୍ତ କରିଛି ।

ସେପଟେ ସୁସ୍ଥ ହୋଇଥିବା 388ଜଣଙ୍କ ମଧ୍ୟରେ ଗଞ୍ଜାମରେ 187, ଖୋର୍ଦ୍ଧାରେ 37, କେନ୍ଦୁଝରରେ 31, ଯାଜପୁରରେ 27, କଟକରେ 26, ନୟାଗଡରେ 18, ପୁରୀ 16, ସମ୍ବଲପୁରରେ 14, ବାଲେଶ୍ବରରେ 11, ଅନୁଗୋଳରେ 8, କେନ୍ଦ୍ରାପଡାରେ 6, ଗଜପତି ଓ ଝାରସୁଗୁଡାରେ 2 ଜଣ ଲେଖାଏଁ ଓ ବରଗଡ, ଭଦ୍ରକ ଓ ଦେବଗଡରେ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.