ଭୁବନେଶ୍ବର: ରାଜ୍ୟରେ ବର୍ତ୍ତମାନ ସୁଦ୍ଧା 38 ଜଣ ବ୍ଲାକ ଫଙ୍ଗସ୍ ରୋଗୀ ଚିହ୍ନଟ ହୋଇ ସାରିଲେଣି । ରାଜ୍ୟରେ କରୋନାର ସଂକ୍ରମଣ ବଢିବା ସହିତ ବ୍ଲାକ ଫଙ୍ଗସ ରୋଗୀ ମଧ୍ୟ ଚିହ୍ନଟ ହେବା ଚିନ୍ତାର କାରଣ ହୋଇଛି ।
ତେବେ ଚିହ୍ନଟ 38 ଜଣ ବ୍ଲାକ ଫଙ୍ଗସ ରୋଗୀଙ୍କ ମଧ୍ୟରୁ 4 ଜଣଙ୍କ ମୃତ୍ୟୁ ହୋଇଛି । ସହିପରି ଜଣେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ