ETV Bharat / city

ସ୍ମାର୍ଟସିଟିରୁ ପୁଣି 351 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ - ଭୁବନେଶ୍ବର କୋରୋନା ନ୍ୟୁଜ

ରାଜଧାନୀରେ ବଢିବାରେ ଲାଗିଛି କୋରୋନା ସଂକ୍ରମଣ । ଏଥିରେ ବର୍ତ୍ତମାନ ସୁଦ୍ଧା ଗଲାଣି 64 ଜଣଙ୍କର ଜୀବନ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ସ୍ମାର୍ଟ ସିଟିରୁ ପୁଣି 351 ଜଣ ନୂଆ ଆକ୍ରାନ୍ତ ଚିହ୍ନଟ

author img

By

Published : Sep 14, 2020, 7:06 PM IST

ଭୁବନେଶ୍ବର: ରାଜଧାନୀରେ ବଢୁଛି ଆକ୍ରାନ୍ତ ସଂଖ୍ୟା, ଆଜି (ସୋମବାର) ପୁଣି 351 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣ ସଂଖ୍ୟା ବଢ଼ିବାରେ ଲାଗିଛି। ଅନ୍ୟପଟେ ଭୁବନେଶ୍ୱରରେ 471 ଜଣ ସୁସ୍ଥ ହୋଇଛନ୍ତି ।

ହୋମ କ୍ବାରେଣ୍ଟାଇନ ସେଣ୍ଟରରୁ 113 ଚିହ୍ନଟ କରାଯାଇଥିବାବେଳେ ସ୍ଥାନୀୟ ସଂକ୍ରମଣ 238ରେ ପହଞ୍ଚିଛି । ତେବେ ହୋମକ୍ଵାରେଣ୍ଟାଇନ ଅପେକ୍ଷା ସ୍ଥାନୀୟ ସଂକ୍ରମଣ ବୃଦ୍ଧି ଘଟୁଛି ।

ହୋମକ୍ଵାରେଣ୍ଟାଇନରେ 113ଜଣଙ୍କ ମଧ୍ୟରୁ 3 ଜଣ ରୂପାଲି ଛକ ଅଞ୍ଚଳରୁ ଚିହ୍ନଟ ହୋଇଥିବାବେଳେ 3 ଜଣ ଘାଟିକିଆ, 3 ଜଣ ୟୁନିଟ 3, 5 ଜଣ ସୌଭାଗ୍ୟନଗର, 5 ଜଣ ଚକେଇସିଆଣି, 4 ଜଣ ଜିଜିପି କଲୋନୀ, 5 ଜଣ ପଟିଆ, 4 ଜଣ ଝାରପଡ଼ା, 4 ଜଣ ମହାଦେବ ନଗର।

ଅନ୍ୟପଟେ ସ୍ଥାନୀୟ ସଂକ୍ରମଣ 238 ଚିହ୍ନଟ ହୋଇଥିବାବେଳେ, 4 ଜଣ ୟୁନିଟ୍ 9, 3 ଜଣ ୟୁନିଟ୍ 8, 3 ଜଣ ପ୍ରଶାନ୍ତି ବିହାର, 6 ଜଣ ବରମୁଣ୍ଡା, 4 ଜଣ ଖଣ୍ଡଗିରି, 4 ଜଣ କଳିଙ୍ଗ ନଗର, 7 ଜଣ କଳିଙ୍ଗ ବିହାର, 4 ଜଣ ପଳାଶୁଣି, 5 ଜଣ ସୁନ୍ଦରପଦା, 5 ଜଣ ସୌଭାଗ୍ୟ ନଗର, 6 ଜଣ ପଳାସପଲ୍ଲୀ, 4 ଜଣ ନୟାପଲ୍ଲୀ, 4 ଜଣ ବମିଖାଲ ଆଦି ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି ।

ତେବେ ଭୁବନେଶ୍ୱରରେ ସୁସ୍ଥ ହୋଇଛନ୍ତି 471 ଜଣ । ତେବେ ରାଜଧାନୀରେ ମୋଟ 16591 ଆକ୍ରାନ୍ତ ରହିଥିବାବେଳେ ସୁସ୍ଥ ହୋଇଛନ୍ତି 11901 ଜଣ । ତେବେ ମୋଟ 4613 ଜଣ ଚିକିତ୍ସାଧୀନ ଥିବାବେଳେ, 64 ଜଣଙ୍କର ମୃତ୍ୟୁ ଘଟିଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.