ETV Bharat / city

STATE CORONA: ଦିନକରେ ୩୪୫୬ ପଜିଟିଭ ଚିହ୍ନଟ - ଦିନକରେ ୩୪୫୬ ପଜିଟିଭ ଚିହ୍ନଟ

ଗତ କିଛି ଦିନ ଧରି କୋରୋନା ମିଟର ହ୍ରାସ ପାଉଥିବା ବେଳେ ଆଜି ରାଜ୍ୟରେ ପୁଣି ବଢିଛି ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ୩୪୫୬ କୋରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ...

STATE CORONA: ପୁଣି ବଢିଲା ସଂକ୍ରମଣ, ଦିନକରେ ୩୪୫୬ ପଜିଟିଭ ଚିହ୍ନଟ

author img

By

Published : Jun 23, 2021, 9:25 AM IST

ଭୁବନେଶ୍ୱର: ଏବେ ଚାଲିଛି କୋରୋନାର ଦ୍ବିତୀୟ ଲହର । କିନ୍ତୁ ଗତ କିଛି ଦିନ ଧରି କୋରୋନା ପାରା ହ୍ରାସ ପାଉଥିବା ବେଳେ ଆଜି ରାଜ୍ୟରେ ପୁଣି ବଢିଛି ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ୩୪୫୬ କୋରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୮ ଲକ୍ଷ ୮୬ ହଜାର ୯୪୬ରେ ପହଞ୍ଚିଛି । ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୯୭୩ ଜଣ କ୍ୱାରେଣ୍ଟାଇନ୍‌ରୁ ହୋଇଥିବା ବେଳେ ୧୪୮୩ ଜଣ ଲୋକାଲ କେସ ରହିଛି ।

ଅନ୍ୟପଟେ ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୧୧୮ଜଣ, ବାଲେଶ୍ୱର ଜିଲ୍ଲାରୁ ୧୭୪, ବରଗଡ଼ରୁ ୬୯ ଜଣ, ଭଦ୍ରକରୁ ୧୯୪ ଜଣ, ବଲାଙ୍ଗୀରରୁ ୨୮ଜଣ, ବୌଦ୍ଧରୁ ୨୫ଜଣ, କଟକରୁ ୪୮୦ଜଣ, ଦେଓଗଡ଼ରୁ ୧୧ଜଣ, ଢେଙ୍କାନାଳରୁ ୫୭ ଜଣ, ଗଜପତିରୁ ୧୭ ଜଣ, ଗଞ୍ଜାମରୁ ୧୯ ଜଣ, ଜଗତସିଂହପୁରରୁ ୮୧ ଜଣ, ଯାଜପୁରରୁ ୨୬୭ ଜଣ, ଝାରସୁଗୁଡ଼ାରୁ ୨୦ ଜଣ, କଳାହାଣ୍ଡିରୁ ୨୧ ଜଣ, କନ୍ଧମାଳରୁ ୩୧ ଜଣ, କେନ୍ଦ୍ରାପଡ଼ାରୁ ୧୪୭ ଜଣ, କେନ୍ଦୁଝରରୁ ୭୩ ଜଣ, ଖୋର୍ଦ୍ଧାରୁ ୪୯୯ ଜଣ, କୋରାପୁଟରୁ ୮୧ଜଣ, ମାଲକାନାଗିରିରୁ ୮୨ଜଣ, ମୟୂରଭଞ୍ଜରୁ ୧୮୦ ଜଣ, ନବରଙ୍ଗପୁରରୁ ୪୨ ଜଣ, ନୟାଗଡ଼ରୁ ୧୨୬ ଜଣ, ନୂଆପଡ଼ାରୁ ୧୬ଜଣ, ପୁରୀରୁ ୨୮୯ ଜଣ, ରାୟଗଡ଼ାରୁ ୫୬ଜଣ, ସମ୍ବଲପୁରରୁ ୩୯ ଜଣ, ସୋନପୁରରୁ ୪୩ ଜଣ, ସୁନ୍ଦରଗଡ଼ରୁ ୯୦ ଜଣ, ଷ୍ଟେଟ ପୁଲ୍‌ରୁ ୮୧ଜଣ ରହିଛନ୍ତି ।

ପ୍ରକାଶଥାଉକି, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୮ ଲକ୍ଷ ୮୬ ହଜାର ୯୪୬ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୩୪ ହଜାର ୨୧୬ ଟି ସକ୍ରିୟ ମାମଲା ରହିଛି । ତେବେ ଗତ କାଲି 4159 ଜଣ ସୁସ୍ଥ ହୋଇଥିବା ବେଳେ ଏଯାବତ୍ ମୋଟ ୮ ଲକ୍ଷ ୪୮ ହଜାର ୯୬୦ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୧ କୋଟି ୩୨ ଲକ୍ଷ ୮୩ ହଜାର ୬୫୨ ସାମ୍ପୁଲ ଟେଷ୍ଟ୍ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.