ଭୁବନେଶ୍ବର: ରାଜଧାନୀରେ ଗତ 24 ଘଣ୍ଟା ମଧ୍ୟରେ 34 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇ ଥିବାବେଳେ 43 ଜଣ ଆରୋଗ୍ୟ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କୁ ମିଶାଇ ସଂକ୍ରମଣ ସଂଖ୍ୟା 30 ହଜାର ପାର ହୋଇଛି ।
ଭୁବନେଶ୍ୱରରେ ହୋମ କ୍ବାରେଣ୍ଟାଇନ ସେଣ୍ଟରରୁ 6 ଜଣ ଆକ୍ରାନ୍ତ ଚିହ୍ନଟ କରାଯାଇ ଥିବାବେଳେ ଲୋକାଲରୁ 28 ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ହୋମ କ୍ଵାରେଣ୍ଟାଇନ ଅପେକ୍ଷା ସ୍ଥାନୀୟ ସଂକ୍ରମଣ ବୃଦ୍ଧି ପାଉଛି । ଅନ୍ୟପଟେ ଭୁବନେଶ୍ୱରରେ ମୋଟ ମୃତକଙ୍କ ସଂଖ୍ୟା 223 ଛୁଇଁଛି । ସେହିପରି ମୋଟ ଆକ୍ରାନ୍ତ ସଂଖ୍ୟା 30 ହଜାର 868 ରେ ପହଞ୍ଚିଛି ।
ସୂଚନା ମୁତାବକ, ହୋମ କ୍ବାରେଣ୍ଟାଇନରୁ ଚିହ୍ନଟ 6 ଜଣଙ୍କ ମଧ୍ୟରୁ ଚନ୍ଦ୍ରଶେଖରପୁର ଓ ନୀଳାଦ୍ରି ବିହାରରୁ 2ଜଣ, ପଟିଆ ଓ ୟୁନିଟ 3 ଅଞ୍ଚଳରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ସ୍ଥାନୀୟ ସଂକ୍ରମଣ 28 ଜଣଙ୍କ ମଧ୍ୟରୁ ବମୀଖାଲ, ଆଇଆରସି ଭିଲେଜ, ଲକ୍ଷ୍ମୀ ସାଗର ଅଞ୍ଚଳରୁ 2 ଜଣ ଲେଖାଏଁ, 3 ଜଣ ନୀଳାଦ୍ରି ବିହାର ଓ ଶୌଳଶ୍ରୀ ବିହାରରୁ 3, 6 ଜଣ ପଟିଆ, ୟୁନିଟ 9 ବିବେକାନନ୍ଦ ମାର୍ଗ ଓ ଟଙ୍କପାଣି ରୋଡ଼ ଅଞ୍ଚଳରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ତେବେ ଭୁବନେଶ୍ୱରରେ 30 ହଜାର 241 ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଥିବାବେଳେ 383 ସକ୍ରିୟ ମାମଲା ରହିଛି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ