ETV Bharat / city

ନିର୍ବାଚନ ଫଳାଫଳ ପାଇଁ ସଜବାଜ, 15ରୁ ଟ୍ରେନିଂ - ନିର୍ବାଚନ କମିଶନ

ନିର୍ବାଚନ ଫଳାଫଳ ପାଇଁ ସଜବାଜ ଆରମ୍ଭ କରି ଦେଇଛି ନିର୍ବାଚନ ଆୟୋଗ । ଆସନ୍ତା 23 ତାରିଖରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବାକୁ ଥିବାବେଳେ ଏଥିପାଇଁ 30 ଜଣଙ୍କୁ ଟ୍ରେନିଂ ଦିଆଯାଇଥିବା ନେଇ ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : May 10, 2019, 6:45 PM IST

ଭୁବନେଶ୍ବର: ରାଜ୍ୟରେ ଶେଷ ହେଲା ସମସ୍ତ ପର୍ଯ୍ୟାୟ ନିର୍ବାଚନ । ଅପେକ୍ଷା ନିର୍ବାଚନ ଫଳାଫଳକୁ । ସେଥିପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ । ଏଥିପାଇଁ ରାଜ୍ୟର 25ରୁ 30 ଜଣଙ୍କୁ ଟ୍ରେନିଂ ଦିଆଯାଇଛି । ଏମାନେ 30ଟି ଜିଲ୍ଲାରେ ପୋଲିଂ ଅଧିକାରୀଙ୍କୁ ଟ୍ରେନିଂ ଦେବେ । ଆସନ୍ତା 15ରୁ 19 ତାରିଖ ମଧ୍ୟରେ ଟ୍ରେନିଂ କାର୍ଯ୍ୟକ୍ରମ ଚାଲିବ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ପୋଲିଂ ଅଧିକାରୀ ଭଳି ରିଟର୍ଣ୍ଣିଂ ଅଫିସର ମାନଙ୍କୁ ମଧ୍ୟ ଟ୍ରେନିଂ ଦିଆଯିବ । ସେମାନଙ୍କୁ ଆସନ୍ତା 13 ଓ 14 ତାରିଖରେ ଟ୍ରେନିଂ ଦିଆଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି । ତେବେ ମତଦାନ ବେଳେ ମଡେଲ ବୁଥ୍ ଭଳି ଭୋଟ ଗଣତି ପାଇଁ ଏକ ମଡେଲ କାଉଣ୍ଟର କରାଯିବ । ଏହି କାଉଣ୍ଟରଟି ପୁରୀରେ କରାଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ।

ଏଥିସହ ଆସନ୍ତା 19 ତାରିଖ ଅର୍ଥାତ୍ ସପ୍ତମ ପର୍ଯ୍ୟାୟ ନିର୍ବାଚନ ଦିନ 34ଟି ବୁଥ୍‌ରେ ସାନି ମତଦାନ କରାଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି । ଅନ୍ୟପଟେ ବାତ୍ୟା ସତ୍ତ୍ବେ ମଧ୍ୟ ପୁରୀରେ ସମସ୍ତ ଇଭିଏମ ସୁରକ୍ଷିତ ଥିବା ସେ କହିଛନ୍ତି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Intro:Body:

BREAKING

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.