ETV Bharat / city

32ତମ ପ୍ରତିଷ୍ଠା ଦିବସ ପାଳିଲା ଆଇଏଲଏସ, କେନ୍ଦ୍ରମନ୍ତ୍ରୀ ଦେଲେ ଏହି ଆହ୍ବାନ..

ଭୁବନେଶ୍ବର ଇନଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍ସର ୩୨ ତମ ପ୍ରତିଷ୍ଠା ଦିବସରେ କେନ୍ଦ୍ରମନ୍ତ୍ରୀ ଓଡିଶାବାସୀଙ୍କ ଜୀବନ ଜୀବିକା କ୍ଷେତ୍ରରେ ଯୋଗଦାନ ଦେବା ପାଇଁ ଆଇଏଲଏସ୍ ଭୁବନେଶ୍ୱରକୁ ଆହ୍ୱାନ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅଧିକ ପଢନ୍ତୁ...

ଭୁବନେଶ୍ବର ଇନଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍ସର ୩୨ ତମ ପ୍ରତିଷ୍ଠା ଦିବସ

author img

By

Published : Feb 19, 2021, 6:17 AM IST

ଭୁବନେଶ୍ବର: ଭୁବନେଶ୍ବର ଇନଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍ସର ୩୨ ତମ ପ୍ରତିଷ୍ଠା ଦିବସରେ କେନ୍ଦ୍ରମନ୍ତ୍ରୀ ଓଡିଶା ବାସୀଙ୍କ ଜୀବନ ଜୀବିକା କ୍ଷେତ୍ରରେ ଯୋଗଦାନ ଦେବା ପାଇଁ ଆଇଏଲଏସ୍ ଭୁବନେଶ୍ୱରକୁ ଆହ୍ୱାନ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଭୁବନେଶ୍ବର ଇନଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍ସର ୩୨ ତମ ପ୍ରତିଷ୍ଠା ଦିବସ
ସ୍ୱଦେଶୀ କୋଭିଡ୍ ଟିକା ବିକାଶ ଓ ଗବେଷଣାରେ ଆଇଏଲ ଏସର ଭୂମିକା ଗୁରୁତ୍ବପୂର୍ଣ୍ଣ । ଆକାଂକ୍ଷୀ ଜିଲ୍ଲା ନବରଙ୍ଗପୁରରେ ବୈଜ୍ଞାନିକ ଜ୍ଞାନକୌଶଳର ବିକଶିତ କାର୍ଯ୍ୟ ପ୍ରଶଂସନୀୟ । ଆଇଏଲଏସ ଭୁବନେଶ୍ବରର ଉତ୍ସର୍ଗୀକୃତ ମନୋଭାବ ଏବଂ ଉଦ୍ୟମ ସମାଜକୁ ଲାଭ ଦେବ । ଆଇଏଲଏସ୍ ଭୁବନେଶ୍ବର ଠାରେ ସେଣ୍ଟର ଅଫ୍ ଏକ୍ସିଲେନ୍ସ ଅନ୍ ମେରାଇନ୍ ବାୟୋ ଟେକ୍ନୋଲୋଜି ପ୍ରତିଷ୍ଠା କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଡା. ହର୍ଷବର୍ଦ୍ଧନଙ୍କୁ ଅନୁରୋଧ କରିଛନ୍ତି । ସେହିପରି ଓଡିଶାବାସୀଙ୍କ ଜୀବନ ଓ ଜୀବିକା କ୍ଷେତ୍ରରେ ଯୋଗଦାନ ଦେବା ପାଇଁ ଆଇଏଲ ଏସକୁ ଆହ୍ବାନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ।

ପ୍ରଧାନମନ୍ତ୍ରୀ ମୋଦିଙ୍କ ନୀଳ ଅର୍ଥନୀତି ଦୂରଦୃଷ୍ଟିରେ ଓଡ଼ିଶାର ସୁଦୀର୍ଘ ବେଳାଭୂମି ପ୍ରାଥମିକତାରେ ରହିଛି । ତେଣୁ ଅପାର ସମ୍ଭାବନାର ରାଜ୍ୟ ଓଡ଼ିଶାରେ ସମୁଦ୍ର କୂଳ ତଥା ପ୍ରାକୃତିକ ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ଗବେଷଣା ପାଇଁ ଆଇଏଲଏସ ଭୁବନେଶ୍ବର ଠାରେ ସେଣ୍ଟର ଅଫ୍ ଏକିଲେନ୍ ଅନ୍ ମେରାଇନ୍ ବାୟୋ ଟେକ୍ନୋଲୋଜି ପ୍ରତିଷ୍ଠା କରିବା ପାଇଁ କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଡା. ହର୍ଷବର୍ଦ୍ଧନଙ୍କୁ ଅନୁରୋଧ କରିଥିବା ଶ୍ରୀ ପ୍ରଧାନ କହିଛନ୍ତି ।

ଭୁବନେଶ୍ବର ଠାରେ ଏହି କେନ୍ଦ୍ର ପ୍ରତିଷ୍ଠା ହେଲେ ରାଜ୍ୟର ସାମୁଦ୍ରିକ ଆଧାରିତ ସ୍ଥାୟୀ ଅର୍ଥନୀତି ଅଭିବୃଦ୍ଧି ପାଇଁ ଏହା ଏକ ଉତ୍ତମ ପଦକ୍ଷେପ ହୋଇପାରିବ । ତେବେ ଏହି ଅନୁରୋଧ ପରେ କେନ୍ଦ୍ରମନ୍ତ୍ରୀ ଡା. ହର୍ଷବର୍ଦ୍ଧନ ଏହି ପ୍ରସଙ୍ଗକୁ ବିଚାରକୁ ନିଆଯିବା ସହ ଆଇଏଲ ଏସ ଭୁବନେଶ୍ବର ଠାରେ ସେଣ୍ଟର ଅଫ୍ ଏକ୍ସିଲେନ୍ ଅନ୍ ମେରାଇନ୍ ବାୟୋଟେକ୍ନୋଲୋଜି ପ୍ରତିଷ୍ଠା କରିବା ପାଇଁ ଆବଶ୍ୟକ ସହଯୋଗ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ।

ଭୁବନେଶ୍ୱରରୁ ବିକାଶ କୁମାର ଦାସ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.