ETV Bharat / city

ରାଜ୍ୟରୁ ଗୋଟିଏ ଦିନରେ 3235 ନୂଆ ଆକ୍ରାନ୍ତ ଚିହ୍ନଟ

author img

By

Published : Sep 28, 2020, 11:54 AM IST

24 ଘଣ୍ଟାରେ ରାଜ୍ୟରୁ 3235 ନୂଆ ଆକ୍ରନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 2 ଲକ୍ଷ 12 ହଜାର 609 ରେ ପହଞ୍ଚିଛି ।

ରାଜ୍ୟରୁ ଗୋଟିଏ ଦିନରେ 3235 ନୂଆ ଆକ୍ରନ୍ତ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ କାୟା ବିସ୍ତାର କରୁଛି କୋରୋନା । ଏହି କ୍ରମରେ 24 ଘଣ୍ଟାରେ ରାଜ୍ୟରୁ 3235 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 2 ଲକ୍ଷ 12 ହଜାର 609 ରେ ପହଞ୍ଚିଛି । ସୋମବାର ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ହୋମ କ୍ୱାରେଣ୍ଟାଇନ କେନ୍ଦ୍ରରୁ 1915 ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ 1320 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ସୋମବାର ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛି ।

ତେବେ ସୋମବାର ଚିହ୍ନଟ 3235 ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ 506, କଟକରେ 318, ଅନୁଗୋଳରେ 179, ବାଲେଶ୍ୱରରେ 100, ବରଗଡରେ 137, ଭଦ୍ରକରେ 67, ବଲାଙ୍ଗୀରରେ 101, ବୌଦ୍ଧରେ 42, ଦେଓଗଡରେ 12, ଢେଙ୍କାନାଳରେ 69, ଗଜପତିରେ 31, ଗଞ୍ଜାମରେ 28, ଜଗତସିଂହପୁରରେ 86, ଯାଜପୁରରେ 110, କଳାହାଣ୍ଡିରେ 42, କନ୍ଧମାଳରେ 62, କେନ୍ଦ୍ରାପଡାରେ 103, କେନ୍ଦୁଝରରେ 86, କୋରାପୁଟରେ 59, ମାଲକାନଗିରରେ 21, ମୟୂରଭଞ୍ଜରେ 118, ନବରଙ୍ଗପୁରରେ 124, ନୟାଗଡରେ 43 , ନୂଆପଡାରେ 106, ପୁରୀରେ 79, ରାୟଗଡାରେ 101, ସମ୍ବଲପୁରରେ 120, ସୋନପୁରରେ 65, ସୁନ୍ଦରଗଡରେ 101, ଷ୍ଟେଟ ପୁଲରୁ 148 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଏପଟେ ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା 2 ଲକ୍ଷ 12 ହଜାର 609ରେ ପହଞ୍ଚିଛି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 1ଲକ୍ଷ 73 ହଜାର 571 ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ 38 ହଜାର 172 ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି । ତେବେ ରାଜ୍ୟରେ ଏଯାବତ୍ 31 ଲକ୍ଷ 59 ହଜାର 400 କୋରୋନା ପରୀକ୍ଷା କରାଯାଇଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.