ETV Bharat / city

Odisha Corona Report; ଆଉ ୩୧୮ ପଜିଟିଭ ଚିହ୍ନଟ, ୫୮ ଶିଶୁ ଆକ୍ରାନ୍ତ - ଓଡିଶା କୋରୋନା

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୧୮ କୋରୋନା ପଜିଟିଭ ଚିହ୍ନଟ । ୫୮ ଜଣ ୧୮ ବର୍ଷରୁ କମ୍ ଶିଶୁ ଓ କିଶୋର-କିଶୋରୀ କୋରୋନାରେ ସଂକ୍ରମିତ । ଅଧିକ ପଢନ୍ତୁ...

ଦିନକରେ ୩୧୮ କୋରୋନା ପଜିଟିଭ ଚିହ୍ନଟ , ୫୮ ଶିଶୁ ଆକ୍ରାନ୍ତ

author img

By

Published : Nov 7, 2021, 9:37 AM IST

ଭୁବନେଶ୍ବର: ରାଜ୍ୟରେ କମୁଛି ବଢୁଛି କୋରୋନା ସଂକ୍ରମଣ । ଗତକାଲି ୨୦୮ ତଳକୁ ସଂକ୍ରମଣ କମିଥିବା ବେଳେ ଆଜି ଏହା ୩୦୦ ପାର କରିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୧୮ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୫୮ ଜଣ ୧୮ ବର୍ଷରୁ କମ୍ ଶିଶୁ ଓ କିଶୋର-କିଶୋରୀ କୋରୋନାରେ ସଂକ୍ରମିତ ହୋଇଛନ୍ତି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ କ୍ବାରେଣ୍ଟାଇନ ସେଣ୍ଟରରୁ ୧୮୬ ଜଣ ଥିବାବେଳେ ୧୩୨ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ।

ସେହିପରି ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୧୩୯ ଜଣ ଥିବାବେଳେ ଅନୁଗୋଳରୁ ୪, ବାଲେଶ୍ବରରୁ ୧୪, ଭଦ୍ରକରୁ ୬, ବଲାଙ୍ଗୀରରୁ ୩, କଟକରୁ ୩୧, ଦେବଗଡରୁ ୧, ଢେଙ୍କାନାଳରୁ ୧, ଗଜପତିରୁ ୨, ଗଞ୍ଜାମରୁ ୪, ଜଗତସିଂହପୁରରୁ ୭, କଳାହାଣ୍ଡିରୁ ୧, କେନ୍ଦ୍ରାପଡ଼ାରୁ ୬, କେନ୍ଦୁଝରରୁ ୨, କୋରାପୁଟରୁ ୫, ମାଲକାନଗିରିରୁ ୪, ମୟୂରଭଞ୍ଜରୁ ୪, ନୟାଗଡରୁ୧, ପୁରୀରୁ ୯, ରାୟଗଡାରୁ ୨, ସମଲପୁରରୁ ୨୧, ସୁନ୍ଦରଗଡରୁ ୧୦ ଏବଂ ଷ୍ଟେଟ ପୁଲ୍‌ରୁ ୩୧ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୪୩ ହଜାର ୧୫୧ରେ ପହଞ୍ଚିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.