ଭୁବନେଶ୍ୱର: ରାଜଧାନୀରେ ବଢୁଛି ସଂକ୍ରମଣ । ଗୋଟିଏ ଦିନରେ 307 ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ମୋଟ ଆକ୍ରାନ୍ତ 10732 ସଂଖ୍ୟାରେ ପହଁଚିଛି। ଭୁବନେଶ୍ୱରରେ ହୋମ କ୍ବାରେଣ୍ଟାଇନ ସେଣ୍ଟରରୁ 135 ଚିହ୍ନଟ କରାଯାଇଥିବାବେଳେ ଲୋକାଲ ସଂକ୍ରମଣ 172ରେ ପହଁଚିଛି । ତେବେ ହୋମ କ୍ଵାରେଣ୍ଟାଇନ ଅପେକ୍ଷା ସ୍ଥାନୀୟ ସଂକ୍ରମଣ ବୃଦ୍ଧି ଘଟୁଛି ।
ହୋମ କ୍ଵାରେଣ୍ଟାଇନରେ 135ଙ୍କ ମଧ୍ୟରୁ 20 ଜଣ ଓୟୁଟି କଲୋନୀର 3 ଜଣ ପୋଲିସ କର୍ମଚାରୀ, 4 ଜଣ ଡୁମଡୁମା ଅଂଚଳର, 3 ଜଣ ରାଜମହଲ ଛକ, 9 ଜଣ ହସ୍ପିଟାଲ କର୍ମଚାରୀ, 4 ଜଣ ତୋଷାଳି ଭବନ ଅଂଚଳରେ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣ 172 ଜଣ ଚିହ୍ନଟ ହୋଇଛନ୍ତି ।
5 ଜଣ ଗଣ୍ଡମୁଣ୍ଡା ବସ୍ତିରୁ ଚିହ୍ନଟ ହୋଇଥିବାବେଳେ 3 ଜଣ ଟଙ୍କପାଣି ରୋଡ଼, 3 ଜଣ ଚକେଇସିଆଣି, 4 ଜଣ ଭରତପୁର, 4 ଜଣ କଳିଙ୍ଗ ବିହାର, 5ଜଣ ରସୁଲଗଡ ଅଂଚଳରେ ଚିହ୍ନଟ ହୋଇଥିବା ବେଳେ ଭୁବନେଶ୍ୱରରେ 301 ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ତେବେ ଭୁବନେଶ୍ୱରରେ ମୋଟ ଆକ୍ରାନ୍ତ 10732, ସୁସ୍ଥ 6635, ସକ୍ରିୟ 4043 ଓ ମୃତ 42 ଜଣ।
ଭୁବନେଶ୍ୱରରୁ ବିକାଶ ଦାସ, ଇଟିଭ ଭାରତ