ETV Bharat / city

ରାସନ ବଣ୍ଟନରେ ୩୦୦ କୋଟିର ଦୁର୍ନୀତି: ସିବିଆଇ ତଦନ୍ତ ଦାବି କଲା କଂଗ୍ରେସ - ୩୦୦ କୋଟି ଟଙ୍କାର ଘୋଟାଲା

ରାଜ୍ୟ ସରକାର ରାସନ ସାମଗ୍ରୀ ବଣ୍ଟନରେ ୩୦୦ କୋଟି ଟଙ୍କାର ଦୁର୍ନୀତି କରିଥିବା ଅଭିଯୋଗ କରିଛି ରାଜ୍ୟ କଂଗ୍ରେସ । ଘଟଣାର ସିବିଆଇ ତଦନ୍ତ କରିବାକୁ ଦାବି । ଅଧିକ ପଢ଼ନ୍ତୁ...

300 crore scam in food distribution, Congress demanded CBI probe, ରାସନ ବଣ୍ଟଟନରେ ଘୋଟଲା, କଂଗ୍ରେସର ଅଭିଯୋଗ, ତଦନ୍ତ ଦାବି କଲା କଂଗ୍ରେସ, ୩୦୦ କୋଟି ଟଙ୍କାର ଘୋଟାଲା
ରାସନ ବଣ୍ଟନରେ ୩୦୦ କୋଟିର ଘୋଟାଲା; ସିବିଆଇ ତଦନ୍ତ ଦାବି କଲା କଂଗ୍ରେସ
author img

By

Published : Jul 31, 2021, 6:32 PM IST

ଭୁବନେଶ୍ବର: କୋରୋନା ମହାମାରୀ ସମୟରେ ରାଜ୍ୟ ସରକାର ରାସନ ସାମଗ୍ରୀ ବଣ୍ଟନରେ ୩୦୦ କୋଟି ଟଙ୍କାର ଦୁର୍ନୀତି କରିଛନ୍ତି । ଲକ୍ଷାଧିକ ‘ବୋଗସ୍‌’ ବା ଭୂତ ହିତାଧିକାରୀଙ୍କ କାର୍ଡ ଜରିଆରେ ସରକାର ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅଧୀନରେ ଖାଦ୍ୟଶସ୍ୟ ସାମଗ୍ରୀ ବଣ୍ଟନରେ ଏହି ଦୁର୍ନୀତି ଚଳାଇଛନ୍ତି । ଏ ନେଇ ଶନିବାର ପ୍ରଦେଶ କଂଗ୍ରେସ ଅଭିଯୋଗ କରିଛି ।

ରାସନ ବଣ୍ଟନରେ ୩୦୦ କୋଟିର ଘୋଟାଲା; ସିବିଆଇ ତଦନ୍ତ ଦାବି କଲା କଂଗ୍ରେସ

ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଶନିବାର ସାମ୍ବାଦିକ ସମ୍ମିଳନୀ କରାଯାଇଛି । ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ଗଣମାଧ୍ୟମ ଓ ଯୋଗାଯୋଗ ବିଭାଗର ଆବାହକ ସତ୍ୟପ୍ରକାଶ ନାୟକ ଅଭିଯୋଗ କରିଛନ୍ତି ଯେ, ବିଗତ ୧ ବର୍ଷ ମଧ୍ୟରେ ରାଜ୍ୟ ସରକାର ଶହଶହ କୋଟି ଟଙ୍କାର ରାସନ ସାମଗ୍ରୀ ଭୂତ ହିତାଧିକାରୀଙ୍କ ନାଁରେ ଉଠାଇଛନ୍ତି ଏବଂ ଲୁଟ କରିଛନ୍ତି ।

ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ରାଜ୍ୟରୁ ୯୩ ଲକ୍ଷ ୬ ହଜାର ୨୦୨ ଜଣ ହିତାଧିକାରୀ ଥିବାବେଳେ କୌଣସି ଗୋଟିଏ ମାସରେ ବି ୯୩ ଲକ୍ଷ ହିତାଧିକାରୀଙ୍କୁ ରାସନ ଚାଉଳ ବଣ୍ଟନ କରାଯାଇ ନାହିଁ । ଅଥଚ ପ୍ରତ୍ୟେକ ମାସ ହଜାର ହଜାର ମେଟ୍ରିକ ଟନ ଚାଉଳ ବଣ୍ଟା ନହୋଇ ରହିଯାଇଥିବା ବେଳେ ପରବର୍ତ୍ତୀ ମାସମାନଙ୍କରେ କାହିଁକି ବଳକା ଚାଉଳ ପରିମାଣ କଟା ନଯାଇ କେନ୍ଦ୍ରରୁ ସମ୍ପୂର୍ଣ୍ଣ କୋଟା ଚାଉଳ ଉଠାଯାଉଛି ବୋଲି ସତ୍ୟ ପ୍ରକାଶ ପ୍ରଶ୍ନ କରିଛନ୍ତି । ପ୍ରତ୍ୟେକ ମାସରେ ବଳକା ରହିଯାଉଥିବା ହଜାର ହଜାର ମେଟ୍ରିକ ଟନ ଚାଉଳ କୁଆଡ଼େ ଯାଉଛି ବୋଲି କଂଗ୍ରେସ ପ୍ରଶ୍ନ କରିଛି ।

ବିଜେଡ଼ି ସରକାରର ଏକ ମାସିକ ଦୁର୍ନୀତି କାର୍ଯ୍ୟକ୍ରମ ବୋଲି କଂଗ୍ରେସ କହିଛି । ସେହିପରି ଗତ ୨ଦିନ ତଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୱାନ ନେସନ - ୱାନ ରାସନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ସରକାର ଘୋଷଣା କଲେ ଯେ ମାଲକାନଗିରି ଜିଲ୍ଲାରେ ଭିଟାମିନ ଯୁକ୍ତ ଚାଉଳ ବଣ୍ଟନ ଦ୍ବାରା ପୁଷ୍ଟିହୀନତା ଦୂର କରାଯିବ । ଏ ବାବଦରେ ଖୁଲାସା କରି ସତ୍ୟ ପ୍ରକାଶ କହିଛନ୍ତି ଯେ, ଏହା ହେଉଛି କେନ୍ଦ୍ରସରକାରଙ୍କ ଯୋଜନା । ସମଗ୍ର ଦେଶରେ ୧୫ଟି ରାଜ୍ୟରୁ ୧୫ଟି ଦୁର୍ବଳ ଜିଲ୍ଲାରେ ଏହି ପ୍ରକଳ୍ପକୁ ୨୦୧୯-୨୦ରୁ ଆରମ୍ଭ କରାଯାଇଛି । ଅଥଚ ଦୁଇବର୍ଷ ବିଳମ୍ବରେ କାହିଁକି ନବୀନ ବାବୁ ଏ ପ୍ରକଳ୍ପକୁ ଆରମ୍ଭ କଲେ ତାର ଜବାବ ରଖନ୍ତୁ ବୋଲି ସତ୍ୟ ପ୍ରକାଶ ଦାବି ରଖିଛନ୍ତି ।

ଆଗକୁ ପଞ୍ଚାୟତ ଏବଂ ପୌରନିର୍ବାଚନକୁ ଆଖିରେ ରଖି ନବୀନ ବାବୁ ଭିଟାମିନ ଚାଉଳ ଯୋଜନାକୁ ଦୁଇବର୍ଷ ଚାପି ଦେଇଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି । ଦେଶରେ ପ୍ରତ୍ୟେକ ରାଜ୍ୟ ବର୍ଷୱାରୀ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ଥିବା ଅଯୋଗ୍ୟ ହିତାଧିକାରୀଙ୍କ ଚିଠା ଅପଡେଟ କରୁଛନ୍ତି । ଓଡ଼ିଶା ସରକାର କେନ୍ଦ୍ର ସରକାରଙ୍କ ତାଗିତ ସତ୍ତ୍ବେ ତିନିବର୍ଷ ହେଲା କାହିଁକି ତାଲିକା ଅପଡେଟ କରୁନାହାନ୍ତି ବୋଲି ପ୍ରଶ୍ନ କରିଛି କଂଗ୍ରେସ । ମହାମାରୀ ସମୟରେ ରାଜ୍ୟ ସରକାର କାର୍ଡ ହିତାଧିକାରୀମାନଙ୍କୁ ଏକକାଳୀନ ୧ ହଜାର ଟଙ୍କା ଦେବାପାଇଁ ୯୫୫ କୋଟି ଟଙ୍କା ମଞ୍ଜୁର କଲେ । ଅଥଚ ଦୁଇଲକ୍ଷରୁ ଅଧିକ ହିତାଧିକାରୀ ମିଳିଲେ ନାହିଁ ଯେଉଁଥିପାଇଁ ୨୦ କୋଟି ୭ ଲକ୍ଷ ଟଙ୍କା ସରକାର ଫେରସ୍ତ ଆଣିଲେ । ଏହା ସ୍ପଷ୍ଟ କରୁଛି କି ପ୍ରାୟ ୨ ଲକ୍ଷ ଭୂତ ହିତାଧିକାରୀଙ୍କ ନାଁରେ ଚାଲିଛି ଶହ ଶହ କୋଟି ଟଙ୍କାର ରାସନ ଚାଉଳ ଘୋଟଲାର ମାସିକ ରିସାଇକ୍ଲି ବୋଲି ସତ୍ୟ ପ୍ରକାଶ କହିଛନ୍ତି ।

ଏକ କେନ୍ଦ୍ରୀୟ ଆଇନକୁ ଭାଙ୍ଗି ରାଜ୍ୟ ସରକାର ମାସିକିଆ ଦୁର୍ନୀତି ଚଳାଇଛନ୍ତି । ଅଥଚ କେନ୍ଦ୍ରରେ ଥିବା ବିଜେପି ସରକାର କାହିଁକି ନୀରବ ବୋଲି ପ୍ରଶ୍ନ କରିଛନ୍ତି ସତ୍ୟ ପ୍ରକାଶ । ଏହି ରାସନ ଘୋଟାଲାର ସିବିଆଇ ତଦନ୍ତ କଂଗ୍ରେସ ଦାବି କରୁଛି ବୋଲି ସତ୍ୟ ପ୍ରକାଶ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ କଂଗ୍ରେସ ନେତ୍ରୀ ତଥା ପିସିସି ମୁଖପାତ୍ର ସସ୍ମିତା ବେହେରା ଓ ପିସିସି ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.