ଭୁବନେଶ୍ବର: ସଜାର ସମୟ ସୀମା ଶେଷ ପୂର୍ବରୁ ମୁକୁଳିବେ ଦଣ୍ଡ ବିଧାନ ପାଇଥିବା ୩୦ ଜଣ କଏଦୀ । ଏନେଇ ଷ୍ଟେଟ ସେଣ୍ଟେନ୍ସ ରେଭିଏଁ କମିଟିର ସୁପାରିଶ କ୍ରମେ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ବିଭୀନ୍ନ ଧର୍ତ୍ତବ୍ୟ ଅପରାଧରେ ଦଣ୍ଡିତ ହୋଇ ସଜା କାଟୁଥିବା କଏଦୀଙ୍କ ଆଚରଣ ଓ ବ୍ୟବହାରକୁ ଆଧାର କରି ଏ ଭଳି ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି ।
ଏହି ନିଷ୍ପତ୍ତି ଆଧାରରେ ରାଜ୍ୟର ବିଭିନ୍ନ ଜେଲରେ ସଜ୍ଜା କାଟୁଥିବା ୩୦ ଜଣ କଏଦୀ ଖୁବଶୀଘ୍ର ମୁକୁଳିବେ ବୋଲି ଜେଲ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ