ETV Bharat / city

ପ୍ରଥମରୁ ଦ୍ବାଦଶ ଯାଏଁ ୩୦ ପ୍ରତିଶତ କମିଲା ସିଲାବସ୍ - କୋରୋନା

କମିଲା ୩୦% ସିଲାବସ । କୋରୋନା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏପରି ନିଷ୍ପତ୍ତି ନେଇଛି ।

30 percent syllabus reduce
୩୦ ପ୍ରତିଶତ କମିଲା ସିଲାବସ୍
author img

By

Published : Aug 26, 2020, 1:02 PM IST

Updated : Aug 26, 2020, 1:14 PM IST

ଭୁବନେଶ୍ବର: ପ୍ରଥମରୁ ଦ୍ବାଦଶ ଶ୍ରେଣୀ ଯାଏଁ କମିଲା ୩୦% ସିଲାବସ । କୋରୋନା ପାଇଁ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ଏପରି ନିଷ୍ପତ୍ତି ନେଇଛି ।

ସଂଶୋଧିତ ସିଲାବସ SCERT, BSE ଓ CHSE ୱେବସାଇଟରେ ଉପଲବ୍ଧ ହେବ। ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ । ଏହି ସିଲାବସ୍ ୩୦ ପ୍ରତିଶତ କମେଇବା ବେଳେ ବିଭିନ୍ନ ଦିଗକୁ ଧ୍ୟାନ ଦିଆଯାଇଥିବା ମନ୍ତ୍ରୀ କହିଛନ୍ତି ।

ପ୍ରଥମରୁ ଦ୍ବାଦଶ ଯାଏଁ ୩୦ ପ୍ରତିଶତ କମିଲା ସିଲାବସ୍

ମୁଖ୍ୟତଃ ପିଲାମାନଙ୍କ ପାଇଁ ଅତ୍ୟାବଶ୍ୟକ ବିଷୟ ଗୁଡିକୁ କଟା ଯାଇନାହିଁ । ଏହାସହ କମ୍ପିଟେଟିଭ୍ ପରିକ୍ଷା ପାଇଁ ଆବଶ୍ୟକ ବିଷୟ ଗୁଡିକୁ ଗୁରୁତ୍ୱ ଦିଆଯାଇଛି । ଏହାଛଡା ବିଭିନ୍ନ ସ୍କୁଲ ଓ କଲେଜ କର୍ତ୍ତୃପକ୍ଷଙ୍କୁ ଜଣେଇବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି ।ଏହି ନିୟମ କେବଳ ଗୋଟିଏ ବର୍ଷ ପାଇଁ କରାଯାଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

Last Updated : Aug 26, 2020, 1:14 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.