ETV Bharat / city

ସାମୁଦ୍ରିକ ଝଡ ଫନୀକୁ ୩ବର୍ଷ, ଧ୍ବଂସ ବିଧ୍ବସ୍ତ ହୋଇଥିଲା ରାଜଧାନୀ

author img

By

Published : May 3, 2022, 9:05 AM IST

୨୦୧୯ ଆଜିର ଦିନରେ ଓଡିଶାରେ ତାଣ୍ଡବ ରଚିଥିଲା ବାତ୍ୟା ଫନୀ । ଯାହାର ପ୍ରଭାବ ଭୁବନେଶ୍ବର ଓ ପୁରୀ ଉପରେ ଅଧିକ ରହିଥିଲା । ୧୪ ଜିଲ୍ଲାରେ ପ୍ରାୟ ଦେଢକୋଟି ଲୋକ ପ୍ରଭାବିତ ହୋଇଥିଲେ ଓ ୬୪ ଜଣଙ୍କ ମୃତ୍ୟୁ ହୋଇଥିଲା । ଅଧିକ ପଢନ୍ତୁ

ସାମୁଦ୍ରିକ ଝଡ ଫନୀକୁ ୩ବର୍ଷ, ଧ୍ବଂସ ବିଧ୍ବସ୍ତ ହୋଇଥିଲା ରାଜଧାନୀ
ସାମୁଦ୍ରିକ ଝଡ ଫନୀକୁ ୩ବର୍ଷ, ଧ୍ବଂସ ବିଧ୍ବସ୍ତ ହୋଇଥିଲା ରାଜଧାନୀ

ଭୁବନେଶ୍ବର: ୨୦୧୯ ମେ ୩ ତାରିଖ । ଆଜିର ଦିନରେ ସ୍ଥଳଭାଗରେ ତାଣ୍ଡବ ରାଚିଥିଲା ଭୟଙ୍କର ସାମୁଦ୍ରିକ ଝଡ ଫନୀ । ଏ ନାଁ ହିଁ ଶୁଣିଲେ ଆଜିବି ଲୋକଙ୍କ ମନରେ ଛନକା ପସୁଛି । ଯାହା ଗତ ୩ ବର୍ଷ ତଳେ ରାଜ୍ୟରେ ରଚିଥିଲା ଧ୍ବଂସର ତାଣ୍ଡବ । ସକାଳ ୮ଟାରେ ପୁରୀ ଉପକୂଳକୁ ଧକ୍କା ଦେଇ ଫନୀ ଦେଖାଇଥିଲା ତାର କରାଳ ରୂପ ।

ସକାଳ ସମୟରେ ପବନ ସାଙ୍ଗକୁ ବର୍ଷା ଆରମ୍ଭ ହୋଇଥିଲା । ଯାହାର ପ୍ରଭାବ ଏତେବି ନଥିଲା । କିନ୍ତୁ ହଠାତ ଦିନ ପ୍ରାୟ ୧୧ଟା ବେଳକୁ ଫନୀ ଦେଖାଇଲା ଭୟଙ୍କର ରୂପ । ପବନର ଗର୍ଜନରେ ଥରିଲା ଲୋକଙ୍କ ଛାତି । ଉପୁଡିଥିଲା ହଜାର ହଜାର ଗଛ ଓ ଭାଙ୍ଗିଥିଲା ବଡବଡ କୋଠା । ଆଜି ଏହି ବାତ୍ୟାକୁ ୩ବର୍ଷ ପୁରି ଯାଇଥିଲେ ମଧ୍ୟ ମନରୁ ଲିଭିନି ସେ ଦିନର ସେ ଲୋମ ଟାଙ୍କୁରା ଦୃଶ୍ୟ । ତେବେ ଚଳିତ ବର୍ଷ ମଧ୍ୟ ଆଜିର ଦିନରେ ପୁଣି ଓଡିଶାକୁ ରହିଛି ବାତ୍ୟା ଆଶଙ୍କା ରହିଛି । ଯାହାକୁ ନେଇ ଉପକୂଳବାଶୀ ବେଶ ଚିନ୍ତାରେ ।

ରାଜ୍ୟର ୧୪ଟି ଜିଲ୍ଲାରେ ବାତ୍ୟା ଫନୀର ରହିଥିଲା ପ୍ରଭାବ । ବିଶେଷ କରି ରାଜଧାନୀ ଭୁବନେଶ୍ବର ଓ ପୁରୀକୁ ଧ୍ବଂସ ବିଧ୍ବସ୍ତ କରିଦେଇଥିଲା ଏହି ପ୍ରଳୟଙ୍କାରୀ ବାତ୍ୟା । ଫନୀରେ ତାଣ୍ଡବରେ ଧ୍ବଂସ ବିଧ୍ବସ୍ତ ହୋଇଥିଲା ସ୍ମାର୍ଟ ସିଟି । ସୁନ୍ଦର ସହର ଭୁବନେଶ୍ବର ପାଲଟିଥିଲା ଶ୍ରୀହିନ । ଚିକମିକ୍‌ ଆଲୁଅରେ ଝଲସୁଥିବା ରାଜଧାନୀ କିଛିଦିନ ପାଇଁ ପାଲଟିଯାଇଥିଲା ଆନ୍ଧାରର ସହର । ଖାଲି ରାଜଧାନୀ ନୁହଁ ଅନେକ ଜିଲ୍ଲାରେ ବନ୍ଦ ହୋଇଥିଲା ବିଦ୍ୟୁତ ସରବରାହ । ଖାଲି ବିଦ୍ୟୁତ ନୁହଁ ଇଣ୍ଟରନେଟ ସେବାଓ ପାନୀୟ ଜଳ ସମସ୍ୟା ସହରରେ ଦେଖାଦେଇଥିଲା । ଫଳରେ ଗାଁ ମୁହାଁ ହୋଇଥିଲେ ସହରବାସୀ ।

ସେହିପରି ବାତ୍ୟାମାଡରେ ଘାଇଲା ହୋଇଥିଲେ ପୁରୀବାସୀ । ବଦଳୀଯାଇଥିଲା ପୁରୀର ନକ୍ସା । ବତ୍ୟା ପରେ ପୁରୀର ଦୃଶ୍ୟ ଯେତିକି କଷ୍ଟଦାୟକ ଥିଲା ତାହା କେବଳ ପୁରୀବାସୀ ନୁହଁ ରାଜ୍ୟବାସୀ ମଧ୍ୟ ବେସ ଏହାକୁ ଅନୁମେୟ କରିଥିଲେ । ପୁରୀର ଦୃଶ୍ୟ ଏମତିଥିଲା ଯେ ଲାଗୁଥିଲା ଯେମତି ୧୯୯୯ ମସିହା ବାତ୍ୟାଠାରୁ ଏହା ବଳିଯାଇଛି । କିଛି ସମୟ ତାଣ୍ଡବରେ ବହୁମାତ୍ରାରେ କ୍ଷତିଗ୍ରସ୍ତ ହୋଇ ପଡ଼ିଥିଲା ପୁରୀ । ଯାହାକୁ ଆଜିବି ମନେ ପକାଇଲେ ଭୟରେ ଥରୁଛି ଲୋକଙ୍କ ଛାତି ।

କ୍ଷୟକ୍ଷତି

ଫନୀ ବାତ୍ୟାରେ ମୋଟ ୨୪,୧୭୬ କୋଟି ଟଙ୍କାର କ୍ଷତି ହୋଇଥିଲା । ୧୪ ଜିଲ୍ଲାରେ ପ୍ରାୟ ଦେଢକୋଟି ଲୋକ ପ୍ରଭାବିତ ହୋଇଥିଲେ ଓ ୬୪ ଜଣଙ୍କ ମୃତ୍ୟୁ ହୋଇଥିଲା । ୫ଲକ୍ଷ ୫୬ ହଜାର ଘର ନଷ୍ଟ ହେବା ସହ ୬ହଜାର ୨୮୧ ଗୃପାଳିତ ପଶୁଙ୍କ ଜୀବନ ଯାଇଥିଲା । ୧ଲକ୍ଷ ୪୮ ହଜାର ୬୬୩ ହେକ୍ଟର ଜମିରେ ଫସଲ ନଷ୍ଟ ହୋଇଥିଲା ।

ଫନୀ ବାତ୍ୟାର କରାଳ ରୂପ ଆଜିବି ମନରୁ ଲିଭିନଥିବାବେଳେ ରାଜ୍ୟବାସୀଙ୍କ ପାଇଁ ଆଉଏକ ବାତ୍ୟା ଭୟ ରହିଛି । ଆସନ୍ତା ୬ ତାରିଖରେ ଲଘୁଚାପର (Low Pressure) ରୂପ ନେଇପାରେ । ତେବେ ଏହା ବାତ୍ୟାର ରୂପ ନେବ କି ନାହିଁ ସ୍ପଷ୍ଟ ହୋଇ ନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.