ETV Bharat / city

ଓଡିଶାରୁ ଗୁଜୁରାଟକୁ ଗଡିବ 3 ଟି ସ୍ପେଶାଲ ଟ୍ରେନ୍‌, ମୋଦିଙ୍କୁ ଧନ୍ୟବାଦ ଜଣାଇଲେ ଧର୍ମେନ୍ଦ୍ର

author img

By

Published : Sep 9, 2020, 1:10 PM IST

Updated : Sep 9, 2020, 2:06 PM IST

ଆସନ୍ତା 12ରୁ ଚାଲିବ 3ଟି ଶ୍ରମିକ ସ୍ପେଶାଲ ଟ୍ରେନ । ପୁରୀ-ଅହମ୍ମଦାବାଦ, ପୁରୀ ଗାନ୍ଧୀଧାମ ଓ ପୁରୀ-ଓଖା ରୁଟରେ ଚାଲିବ ଟ୍ରେନ ।

ଓଡିଶାରୁ ଗୁଜୁରାଟକୁ ଗଡିବ 3 ଟି ସ୍ପେଶାଲ ଟ୍ରେନ୍‌, ମୋଦିଙ୍କୁ ଧନ୍ୟବାଦ ଜଣାଇଲେ ଧର୍ମେନ୍ଦ୍ର
ଓଡିଶାରୁ ଗୁଜୁରାଟକୁ ଗଡିବ 3 ଟି ସ୍ପେଶାଲ ଟ୍ରେନ୍‌, ମୋଦିଙ୍କୁ ଧନ୍ୟବାଦ ଜଣାଇଲେ ଧର୍ମେନ୍ଦ୍ର

ଭୁବନେଶ୍ବର: ଆସନ୍ତା 12ରୁ ଚାଲିବ 3ଟି ଶ୍ରମିକ ସ୍ପେଶାଲ ଟ୍ରେନ । ପୁରୀ-ଅହମ୍ମଦାବାଦ, ପୁରୀ-ଗାନ୍ଧୀଧାମ ଓ ପୁରୀ-ଓଖା ରୁଟରେ ଚାଲିବ ଟ୍ରେନ । ଏନେଇ ଟ୍ବିଟ୍‌ କରି ସୂଚନା ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ପ୍ରବାସୀ ଓଡିଆ ମାନେ ସେମାନଙ୍କ କର୍ମକ୍ଷେତ୍ରକୁ ଫେରିବାକୁ ଚାହୁଁଥିବାବେଳେ ଏହା ସେମାନଙ୍କ ପାଇଁ ସୁବିଧା ହେବ ବୋଲି ସେ ଜଣାଇଛନ୍ତି । ସେହିପରି ରେଳମନ୍ତ୍ରୀ ତାଙ୍କ ଅନୁରୋଧ ରକ୍ଷା କରି ଏପରି କରିଥିବାରୁ ପ୍ରଧାନମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।

ସୌଜନ୍ୟ: ଟ୍ବିଟର @dpradhanbjp
ସୌଜନ୍ୟ: ଟ୍ବିଟର @dpradhanbjp

ସୂଚନାଥାଉକି, ଗତକାଲି ଓଡିଶାରୁ ଗୁଜୁରାଟ, ମହାରାଷ୍ଟ୍ର ଓ କର୍ଣ୍ଣାଟକ ପରି ରାଜ୍ୟକୁ ସ୍ପେଶାଲ ଟ୍ରେନ ଚଲାଇବାକୁ ରେଳମନ୍ତ୍ରୀଙ୍କ ଚିଠି ଲେଖିଥିଲେ ଧର୍ମେନ୍ଦ୍ର । ଏଥିରେ ସେ ଲୋକମାନେ ନିଜ ଜୀବିକା କ୍ଷେତ୍ରକୁ ଫେରିବାକୁ ଚାହୁଁଛନ୍ତି । ମୌସୁମୀ କାରଣରୁ ବସରେ ଯିବା ସୁରକ୍ଷିତ ନୁହେଁ ଦର୍ଶାଇ ଶ୍ରମିକ ସ୍ପେଶାଲ ଟ୍ରେନ ଚଳାଇବାକୁ ଚିଠିରେ ସେ ଉଲ୍ଲେଖ କରିଥିଲେ ।

ତେବେ ଏହି ତିନି ଟ୍ରେନ ମଧ୍ୟରେ ପୁରୀ-ଅହମ୍ମଦାବାଦ ସପ୍ତାହକୁ 4 ଥର, ପୁରୀ ଗାନ୍ଧୀଧାମ ଓ ପୁରୀ-ଓଖା ଏକ୍ସପ୍ରେସ ସପ୍ତାହକୁ ଥରେ ଯିବ ବୋଲି ଜଣାପଡିଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Last Updated : Sep 9, 2020, 2:06 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.