ETV Bharat / city

ସାଧାରଣତନ୍ତ୍ର ଦିବସରେ 3 ଓଡିଆ ଝିଅଙ୍କୁ ଜାତୀୟ ସାହସିକତା ପୁରସ୍କାର - 3 ଓଡିଆ ଝିଅଙ୍କୁ ଜାତୀୟ ସାହସିକତା ପୁରସ୍କାର

ଆସୁଛି ସାଧାରଣତନ୍ତ୍ର ଦିବସ । ଏହି ଅବସରରେ ଦେଶର ମୋଟ 22 ଜଣ ଛାତ୍ରଛାତ୍ରୀଙ୍କୁ ମିଳିବ ଜାତୀୟ ସାହସିକତା ପୁରସ୍କାର । ଯେଉଁଥିରେ ସ୍ଥାନ ପାଇଛନ୍ତି ଓଡିଶାର 3 ସାହସୀ ଛାତ୍ରୀ ।

national bravery award 2019, national bravery award to odia girls, bravery award on the eve of republic day, ସାଧାରଣତନ୍ତ୍ର ଦିବସରେ ସାହସିକତା ପୁରସ୍କାର, 3 ଓଡିଆ ଝିଅଙ୍କୁ ଜାତୀୟ ସାହସିକତା ପୁରସ୍କାର, ଜାତୀୟ ସାହସିକତା ପୁରସ୍କାର-2019
3 ଓଡିଆ ଝିଅଙ୍କୁ ମିଳିବ ଜାତୀୟ ସାହସିକତା ପୁରସ୍କାର-2019
author img

By

Published : Jan 22, 2020, 7:38 AM IST

ଭୁବନେଶ୍ବର: ପାଖେଇ ଆସୁଛି ସାଧାରଣତନ୍ତ୍ର ଦିବସ । ଏହି ଅବସରରେ ଦେଶର ମୋଟ 22 ଜଣ ଛାତ୍ରଛାତ୍ରୀଙ୍କୁ ମିଳିବ ଜାତୀୟ ସାହସିକତା ପୁରସ୍କାର । ଭାରତୀୟ ବାଳ କଲ୍ୟାଣ ପରିଷଦ(ଆଇସିସିଡବ୍ଲୁ) ଦ୍ବାରା ରାଷ୍ଟ୍ରପତି ଭବନରେ ଏହି ଛାତ୍ରଛାତ୍ରୀମାନଙ୍କୁ ଜାତୀୟ ସାହସିକତା ପୁରସ୍କାର 2019 ପ୍ରଦାନ କରାଯିବ । ଯେଉଁଥିରେ ସ୍ଥାନ ପାଇଛନ୍ତି ଓଡିଶାର 3 ଛାତ୍ରୀ ।

କେନ୍ଦ୍ରାପଡାରେ ଡଙ୍ଗାବୁଡି ସମୟରେ ଜୀବନ ସହ ଖେଳି 12 ଜଣଙ୍କ ଜୀବନ ବଞ୍ଚାଇଥିବାରୁ ଜିଲ୍ଲାର ପୂର୍ଣ୍ଣିମା ଗିରି(16) ଓ ସବିତା ଗିରି(15)ଙ୍କୁ ଆଇସିସିଡବ୍ଲୁ ଧ୍ରୁବ ପୁରସ୍କାର ପ୍ରଦାନ କରାଯିବ । ସେହିପରି ଟ୍ରେନ ଦୁର୍ଘଟଣାରୁ ସାଥୀଙ୍କୁ ବଞ୍ଚାଇ ଆଇସିସିଡବ୍ଲୁ ପ୍ରହଲାଦ ପୁରସ୍କାରର ଅଧିକାରୀ ହୋଇପାରିଛନ୍ତି ଶ୍ରୀମତି ଭଦ୍ରା(10) । ବିପଦ ଆଗରେ ଡରି ନଯାଇ ବା ନଇଁ ନଯାଇ ଅତି ସାହସର ସହ ପରିସ୍ଥିତିକୁ ମୁକାବିଲା କରିଥିଲେ ଏହି 3 ସାହସୀ ଓଡିଆ ଝିଅ । ଯେଉଁଥିପାଇଁ ଜାତୀୟ ସାହସିକତା ପୁରସ୍କାର 2019 ପାଇଁ ଏମାନଙ୍କ ନାମ ଘୋଷଣା ହେବା ପରେ ଏମାନଙ୍କ ପରିବାରକୁ ଛୁଟିଛି ଶୁଭେଚ୍ଛାର ସୁଅ ।

ସେପଟେ ଦେଶର ମୋଟ 10 ଝିଅ ଓ 12 ପୁଅଙ୍କୁ ଚଳିତବର୍ଷ ଏହି ଜାତୀୟ ସାହସିକତା ପୁରସ୍କାର ମିଳିବାକୁ ଯାଉଛି । 12ଟି ରାଜ୍ୟର ଏହି ସାହସୀ ଛାତ୍ରୀଛାତ୍ରୀଙ୍କୁ ସରକାରଙ୍କ ପକ୍ଷରୁ ପାଠପଢା ପାଇଁ ଆର୍ଥିକ ସହାୟତା ମିଳିବାର ସୂଚନା ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.