ଭୁବନେଶ୍ବର: ରାଜ୍ୟରେ ପୁଣି ମୁଣ୍ଡ ନେଲା କୋରୋନା । ଶନିବାର 5 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ପୁଣି 3 ଜଣଙ୍କର ମୃତ୍ୟୁ ହୋଇଛି । ଏବେ ମୃତ୍ୟୁ ସଂଖ୍ୟା 64କୁ ବୃଦ୍ଧି ପାଇଛି ।
ସମସ୍ତ ମୃତକ ଗଞ୍ଜାମ ଜିଲ୍ଲାର ହୋଇଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଏବେ ସୁଦ୍ଧା କେବଳ ଗଞ୍ଜାମ ଜିଲ୍ଲାରେ କୋରୋନା ମୃତ୍ୟୁ ସଂଖ୍ୟା ୩୯ ରହିଛି । ତିନି ମୃତକଙ୍କ ବୟସ 56, 50 ଓ 65 ବର୍ଷର ପୁରୁଷ ହୋଇଥିବା ବିଭାଗ ପକ୍ଷରୁ କୁହାଯାଉଛି। ସେମାନେ ଡାଇବେଟିସ ଓ ଉଚ୍ଚ ରକ୍ତଚାପରେ ପିଡୀତ ଥିବା ଜଣାପଡିଛି ।
ତେବେ ଗଞ୍ଜାମରେ 3 ନୂଆ ମୃତକଙ୍କୁ ମିଶାଇ ସମୁଦାୟ ମୃତକଙ୍କ ସଂଖ୍ୟା 39 ଛୁଇଁଥିବାବେଳେ ଖୋର୍ଦ୍ଧାରେ 9, କଟକରେ 6, ପୁରୀରେ 2, ବରଗଡରେ ଜଣେ, ଯାଜପୁରରେ ଜଣେ, ଗଜପତିରେ ଜଣେ, ଅନୁଗୋଳରେ ଜଣେ, ସୁନ୍ଦରଗଡରେ ଜଣେ, ରାୟଗଡାରେ ଜଣେ, କେନ୍ଦ୍ରାପଡାରେ ଜଣେ ଓ ଭଦ୍ରକରେ ଜଣଙ୍କର ମୃତ୍ୟୁ ଘଟିଛି ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ