ଭୁବନେଶ୍ବର: ଶେଷ ହେଲା ତିନୋଟି ବଡ ଖଣିର ନିଲାମ । ନୂଆଗାଁ, ନାରାୟଣ ପୋଷୀ ଓ ଠାକୁରାଣୀ ମାଇନ୍ସ ନିଲାମ ଶେଷ ହୋଇଛି। ସଜ୍ଜନ ଜିନ୍ଦଲ ଗ୍ରୁପର ଜେଏସଡବ୍ଲୁ ନୂଆଗାଁ ଓ ନାରାୟଣପୋଷୀ ଲୁହାପଥର ଖଣି ହାତେଇଛି । ପ୍ରମୁଖ କମ୍ପାନୀଙ୍କୁ ପଛରେ ପକାଇ ସର୍ବାଧିକ ନିଲାମଧାରୀ ଭାବରେ ଜେଏସଡବ୍ଲୁ ଏହି ଦୁଇଟି ଖଣି ପାଇଛି। ସେହିପରି ଆର୍ସେଲର ମିତ୍ତଲ ଗ୍ରୁପକୁ ଠାକୁରାଣୀ ମାଇନ୍ସ ଯାଇଛି ।
ଜେଏସଡବ୍ଲୁ ଓଡିଶାର ଜଗତସିଂହପୁର ଜିଲ୍ଲାରେ 10 ମିଲିୟନ ଟନ କ୍ଷମତା ବିଶିଷ୍ଟ ଏକ ଇଣ୍ଟିଗ୍ରେଟେଡ ଷ୍ଟିଲ ପ୍ଲାଣ୍ଟ ବସାଇବାକୁ ଯାଉଛି। ଏଥିପାଇଁ ସରକାର ନୀତିଗତ ମଞ୍ଜୁରୀ ମିଳି ସାରିଛି ।
ଆସନ୍ତା ମାର୍ଚ୍ଚ 31 ଶେଷ ସୁଦ୍ଧା 19ଟି ଲୁହା ପଥର ଖଣିର ଅବଧି ଶେଷ ହୋଇଥିବାବେଳେ ଏଥିରୁ 3ଟି ଶେଷ ହୋଇଛି । ଚଳିତ ମାସ ଶେଷ ସୁଦ୍ଧା ନିଲାମ ପ୍ରକ୍ରିୟା ଶେଷ ହେବା ସହିତ ସବୁ ଲିଜଧାରୀଙ୍କୁ ଲେଟର ଅଫ ଇଣ୍ଟେଣ୍ଟ ପ୍ରଦାନ କରାଯିବ ବୋଲି ଜଣାପଡିଛି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ