ETV Bharat / city

ବିଧାନସଭା ସାମ୍ନାରେ 3 ଜଣ ଚାଷୀଙ୍କ ଆତ୍ମହୁତି ଉଦ୍ୟମ

author img

By

Published : Nov 27, 2020, 4:51 PM IST

Updated : Nov 27, 2020, 5:38 PM IST

16:46 November 27

ବିଧାନସଭା ସାମ୍ନାରେ 3 ଜଣ ଚାଷୀଙ୍କ ଆତ୍ମହୁତି ଉଦ୍ୟମ

ବିଧାନସଭା ସାମ୍ନାରେ 3 ଜଣ ଚାଷୀଙ୍କ ଆତ୍ମହୁତି ଉଦ୍ୟମ

ଭୁବନେଶ୍ବର: ବିଧାନସଭା ସାମ୍ନାରେ ପରୀ ବାପା-ମା’ ଆତ୍ମହତ୍ୟା ଉଦ୍ୟମ ଘଟଣାର ଦୁଇ ଦିନ ପରେ ପୁଣି ବିଧାନସଭା ସାମ୍ନାରେ ସମାନ ଘଟଣାର ପୁନରାବୃତ୍ତି ହୋଇଛି । ଏଥର ଆତ୍ମହୁତି ପାଇଁ ଉଦ୍ୟମ କରିଛନ୍ତି ଅନ୍ନଦାତା । 3ଜଣ ଚାଷୀ ବିଧାନସଭା ସାମ୍ନାରେ ଦେହରେ କିରୋସିନ ଢାଳି ଆତ୍ମହୁତି ଉଦ୍ୟମ କରିଛନ୍ତି । ହେଲେ କିରୋସିନ ଢାଳିବା ବେଳେ ଚାଷୀଙ୍କୁ କାବୁ କରିନେଇଛନ୍ତି ଉପସ୍ଥିତ ସୁରକ୍ଷାକର୍ମୀ ।  

ଏମାନେ ସମସ୍ତେ ଆଠଗଡର ବୋଲି ଜଣାପଡିଛି । ସେମାନଙ୍କ ନାମରେ ଆଠଗଡ ସମବାୟ ବ୍ୟାଙ୍କରୁ କେହି ଚଞ୍ଚକତା କରି ଲକ୍ଷ ଲକ୍ଷ ଟଙ୍କା ଉଠାଇଥିବା ଅଭିଯୋଗ କରିଛନ୍ତି । ଫଳରେ ସେମାନେ ଆତ୍ମହୁତି ଉଦ୍ୟମ କରୁଥିବା ସମୟରେ ସେମାନଙ୍କ ପୋଲିସ ଅଟକ ରଖିଛି ।  

ଫଳରେ ନ୍ୟାୟ ପାଇଁ ଆଗରୁ ରାଜସ୍ବ ମନ୍ତ୍ରୀ ରାଜା ସ୍ବାଇଁଙ୍କ ବାସଭବନ ସମ୍ମୁଖରେ ବିକ୍ଷୋଭ କରିଥିଲେ । ହେଲେ କେହି ସେମାନଙ୍କ କଥା ଶୁଣି ନଥିଲେ। ଶେଷରେ ଅନ୍ୟଉପାୟ ନ ପାଇ ଆତ୍ମହୁତି ଉଦ୍ୟମ କରିଥିବା ସୂଚନା ରହିଛି ।  

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ ଓ ତପନ ଦାସ, ଇଟିଭି ଭାରତ

Last Updated : Nov 27, 2020, 5:38 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.