ETV Bharat / city

ରାଜଧାନୀରେ ବନ୍ଧୁକ ମୁନରେ ଲୁଟିନେଲେ ଅଳଙ୍କାର - କମିଶନରେଟ ପୋଲିସର ପାଟ୍ରୋଲିଂ

ଅସୁରକ୍ଷିତ ରାଜଧାନୀବାସୀ । ମାତିଛନ୍ତି ଲୁଟେରା । ଦିନ ହେଉ କି ରାତି ରାଜଧାନୀରେ ଦମ୍ପତିଙ୍କ ଠାରୁ ବନ୍ଧୁକ ମୁନରେ ଲୁଟିନେଲେ ଅଳଙ୍କାର ।

ସଂପୃକ୍ତ ଦମ୍ପତି
author img

By

Published : Jul 30, 2019, 6:02 PM IST

Updated : Jul 30, 2019, 10:18 PM IST

ଭୁବନେଶ୍ବର: ରାଜଧାନୀ ପାଲଟିଛି ଲୁଟେରାଙ୍କ ହବ୍ । ଦିନ ଦ୍ବିପ୍ରହରରେ ଚାଲିଛି ଲୁଟପାଟ । ସେ ବି ଫିଲ୍ମ ଷ୍ଟାଇଲରେ । ମଞ୍ଚେଶ୍ବର ଥାନା ଅଧୀନରେ ମୁଖା ପିନ୍ଧି ଲୁଟେରାଙ୍କ ସିରିଜ ଲୁଟ । ବନ୍ଧୁକ ମୁନରେ ଅଟୋରେ ଯାଉଥିବା ଦମ୍ପତିଙ୍କଠାରୁ 3 ଲୁଟେରା ଲୁଟିନେଲେ 75ଗ୍ରାମ ସୁନା ଅଳଙ୍କାର ।

ଭି଼ିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଆଜି ଭୋର 5ଟାରେ ଅଟୋରେ ଯାଉଥିବା ଦମ୍ପତିଙ୍କଠାରୁ ହୋଇଛି ଲୁଟ । ଦମ୍ପତି ନିଜ ପିତାଙ୍କ ଶ୍ରାଦ୍ଧ ପକାଇବାକୁ ଷ୍ଟେସନ ଅଭିମୁଖେ ଯାଉଥିବାବେଳେ ତିନି ଜଣ ମୁଖା ପିନ୍ଧା ଦୁର୍ବୃତ୍ତ ଆସି ଅଟୋକୁ ଅଟକାଇ ଦମ୍ପତିଙ୍କ ଛୋଟ ଝିଅ ବେକରେ ବନ୍ଧୁକ ଲଗାଇବାରୁ ଦମ୍ପତି ନିଜର ସମସ୍ତ ସୁନା ଗହଣା ଦେଇ ଦେଇଥିଲେ ।

ତେବେ ଦିନ ହେଉ କି ରାତି ରାଜଧାନୀରେ ଲୁଟେରାଙ୍କ ଉତ୍ପାତ ଦିନକୁ ଦିନ ଅତ୍ୟଧିକ ହେବାକୁ ଘରୁ ବାହାରିବା ବି କଷ୍ଟକର ହୋଇପଡିଛି । ତେବେ ଲୁଟେରା ଖୁଲମଖୁଲା ଲୁଟ କରିଥିବାବେଳେ ପୋଲିସ କିଛି ସ୍ଥାନରେ ପାଟ୍ରୋଲିଂ କରୁନଥିବାରୁ ଏଭଳି ଅଭାବନୀୟ ଘଟଣା ଘଟୁଛି ବୋଲି କହିଛନ୍ତି ଦମ୍ପତି ।

ଅନ୍ୟପକ୍ଷରେ ଘଟଣାକୁ ନେଇ ଡିସିପି ଅନୁପ ସାହୁ କହିଛନ୍ତି ଯେ ଘଟଣାର ତଦନ୍ତ ଚାଲିଛି, ଖୁବଶିଘ୍ର ସେମାନେ ଧରାପଡିବେ । ତେବେ କିଛିଦିନ ତଳେ କମିଶନରେଟ ପୋଲିସ ସ୍ପେଶାଲ ଡ୍ରାଇଭ ଆରମ୍ଭ ହୋଇଥିବାବେଳେ ବିଭିନ୍ନ ସ୍ଥାନରେ ଦିନ ରାତି ପାଟ୍ରୋଲିଂ ବ୍ୟବସ୍ଥାକୁ କଡାକଡି କରାଯାଇଥିଲା । କିନ୍ତୁ ଆଜି ଭୋରର ସିରିଜ ଲୁଟ ଘଟଣା କମିଶନରେଟ ପୋଲିସର ପାଟ୍ରୋଲିଂର ଅବ୍ୟବସ୍ଥା ପଦାରେ ପଡିଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:ଫିଲ୍ମ ଷ୍ଟାଇଲ ରେ ଲୁଟ। ବନ୍ଧୁକ ମୁନରେ ଲୁଟିନେଲେ 75ଗ୍ରାମ ସୁନା ଅଳଙ୍କାର।

ରାଜଧାନୀରେ ପୁଣିଥାରେ ଲୁଟେରାଙ୍କ ଆତଙ୍କ। ରାଜଧାନୀ ରାଜରାସ୍ତାରେ ମାତିଲେ ମୁଖା ପିନ୍ଧା କଳା ପଲସର। ମଞ୍ଚେଶ୍ୱର ଥାନା ଅଧୀନରେ ସକାଳ ସମୟର ସିରିଜ ଲୁଟ ହୋଇଛି। ଭୁବନେଶ୍ୱର ର ଗାଡ଼କାନ ଗୁରୁ କେଳୁଚରଣ ପାର୍କ ଆଗରୁ ଲୁଟ କରିଛନ୍ତି ଦୃବୁତ୍ତ। ବନ୍ଧୁକ ଦେଖାଇ ଦମ୍ପତି ଙ୍କ ଠାରୁ ସୁନା ଅଳଙ୍କାର ଲୁଟିନେଇଛନ୍ତି 3ଜଣ ଦୃବୁତ୍ତ।ଅଟୋରେ ଷ୍ଟେସନ ଯିବା ବେଳେ ଏକ କଲା ରଙ୍ଗର ପଲସର ରେ ଆସି ଲୁଟିନେଇଥିବା ଅଭିଯୋଗ ହୋଇଛି। ଏନେଇ ମଞ୍ଚେଶ୍ୱର ପୋଲିସ ତଦନ୍ତ ଆରମ୍ଭ କରିଛି। ଏପରି ଭାବରେ ଆଉ ଦୁଇଟି ମଧ୍ୟ ମଞ୍ଚେଶ୍ୱର ଥାନା ଅଧୀନରେ ଲୁଟ ହୋଇଛି।

Body:
ଆଜି ଭୋର ସମୟରେ ଫିଲ୍ମ ଷ୍ଟାଇଲରେ ରେ 3 ଜଣ ଯୁବକ ଏକ ଦମ୍ପତିଙ୍କ ଠାରୁ ଲୁଟ କରିଛନ୍ତି। ଦାମ୍ପତି ଦ୍ବୟ ଷ୍ଟେସନ କୁ ଅସୁଠୁବା ବେଳେ ଲୁଟ ର ଶିକାର ହୋଇଥିଲେ। ଆଦୀମାତା କଲୋନୀ ପାଖ ରେ ଫିଲ୍ମ ଷ୍ଟାଇଲେ ଦୃବୁତ୍ତ ନେଇଗଲେ 70 ଭାରି ସୁନା ଗହଣା। ପାଖ ରେ ଥିବା ଦାମ୍ପତି ଙ୍କ ଛୋଟ ଝିଅ ବେକରେ ବନ୍ଧୁକ ଲଗାଇ ଖୁଲାମ ଖୁଲା ଭାବରେ ପୋଲିସ ଓ ସାଧାରଣ ଜନତାଙ୍କ ଛାଲେଞ୍ଜ କରିଛନ୍ତି ଦୃବୁତ୍ତ।

ସୂଚନା ଅନୁଯାୟୀ, ସକାଳ 5 ଟା ସମୟ। ଗାଡ଼ାକନା ରୁ ଦାମ୍ପତି ରେଳ ଷ୍ଟେସନ କୁ ଆସୁଥିଲେ। ହେଲେ ଅଧା ବାଟରେ ଘଟିଥିଲା ଏକ ଘଟଣା। ନିଜ ବାପାଙ୍କର ଶ୍ରଦ୍ଧା ପକାଇବା ପାଇଁ ବ୍ରାହ୍ମପୁର ଯିବା ପାଇଁ ବାହାରିଥିଲେ। ଏକ ଜଣାଶୁଣା ଅଟୋ ଚାଳକ ଦମ୍ପତିଙ୍କ ନେଇ ଯାଉଥିଲା ରେଳ ଷ୍ଟେସନ କୁ। ଯିବା ବାଟରେ ଆଦୀମାତା କଲୋନୀ ନିକଟତର ଅଟୋ କୁ ଅଟକାଇ ଥିଲେ 3 ଜଣ ମୁଖା ପିନ୍ଧା ଯୁବକ। ତାଙ୍କ ହାତରେ ଥିବା ବନ୍ଧୁକ ଓ ରେଡ଼ କୁ ଦେଖି ଦାରିଯାଇଥିବା ଦାମ୍ପତି ଦ୍ବୟ ଓ ଛୋଟ ଝିଅ ସବୁ କିଛି ବାହାର କରି ସୁନା ଗହଣା ଦେଇଦେଇଥିଲେ। ଝିଅର ମୁଣ୍ଡରେ ବନ୍ଧୁକ ଲଗାଇ ଏପରି କରିଥିବା କହିଛନ୍ତି ଲୁଟ ର ଶିକାର ହୋଇଠୁବା ଦାମ୍ପତି।
ଏପରି କି ରାତି ଓ ଦିନ ରେ ରାଜଧାନୀ ରେ ଚାଲିବା କଷ୍ଟକର ହୋଇପଡିଛି। ଘର ବାହାରକୁ ପାଦ କାଢ଼ିଲେ ଡର ଲାଗୁଛି। ଏପଟ ଅଂଚଳରେ କେବେ ପୋଲିସ ପାଟ୍ରୋଲିଂ ହେଉନଥିବା ବେଳେ ଲୁଟ ପାଟ ଅତ୍ୟଧିକ ହେଉଚ୍ଛି ବୋଲି କହିଛନ୍ତି। ଯେଉଇଁ ସ୍ଥାନରେ ଲୁଟର ଶିକାର ହେଇଠୁବା ଦାମ୍ପତି ସେହି ସ୍ଥାନରେ ଏକ କଲେଜ ଓ ସ୍କୁଲ ମଧ୍ୟ ରହିଛି। ସକାଳ ସମୟରେ ସୁନସାନ ଦେଖି 3 ଜଣ ଦୃବୁତ୍ତ ଲୁଟ କରି ଘଟଣା ସ୍ଥଳରୁ ଫେରାର ହୋଇଯାଇଛନ୍ତି ବୋଲି କହିଛନ୍ତି ସୁପ୍ରଭା ରଥ।
ଏହି ଘଟଣାକୁ ନେଇ ଡିସିପି ଅନୁପ ସାହୁ କହିଛନ୍ତି ଯେ ଏହି ଘଟଣା ଉପରେ ତଦନ୍ତ ଚାଲିଛି, ଖୁବ ଶୀଘ୍ର ସେମାନଙ୍କୁ ଧରିବାକୁ ପ୍ରୟାସ ଆରମ୍ଭ ହୋଇଛି।

କିଛି ଦିନ ତଳେ କମିଶନରେଟ ପୋଲିସ ଏକ ସ୍ପେଶାଲ ଡ୍ରାଇଭ ଆରମ୍ଭ କରିଥିଲା। ଏହି ସ୍ପେଶାଲ ଡ୍ରାଇଭ ରେ ପୋଲିସ ପକ୍ଷରୁ ଭୋର ସମୟରେ ବିଭିନ୍ନ ସ୍ଥାନରେ ପାଟ୍ରୋଲିଂର ବ୍ୟବସ୍ଥା କୁ କଡାକଡି କରାଯାଇଥିଲା। ତେବେ ମଞ୍ଚେଶ୍ୱର ଥାନା ଅଧୀନରେ ଆଜି ଭୋର ସମୟରେ ସିରିଜ ଲୁଟ ଘଟିଥିବା ବେଳେ କମିଶନରେଟ ପୋଲିସର ପାଟ୍ରୋଲିଂ ର ଅବ୍ୟବସ୍ଥା ଏବେ ପଦାରେ ପଡିଛି।

Conclusion:
Last Updated : Jul 30, 2019, 10:18 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.