ETV Bharat / city

ANM କର୍ମୀଙ୍କୁ ଚାକିରି ଦେବା ନାଁରେ ଚାଲିିଛି ଠକେଇ, 3 ଗିରଫ - ଭୁବନେଶ୍ବରରେ ଚାକିରି ନାଁରେ ନର୍ସଙ୍କୁ ଠକେଇ

ରାଜଧାନୀରେ ଧାରଣାରେ ବସିଥିବା ନର୍ସଙ୍କୁ ଚାକିରି ନାଁରେ ଠକେଇ । ସୋସିଆଲ ମିଡିଆରେ ଭାଇରାଲ ଅଡିଓକୁ ନେଇ କମିଶନରେଟ ପୋଲିସର ତଦନ୍ତ । 3 ଗିରଫ । ଅଧିକ ପଢନ୍ତୁ....

ANM ଙ୍କୁ ଚାକିରୀ ଦେବା ନାଁରେ ଚାଲିିଛି ଠକେଇ
ANM ଙ୍କୁ ଚାକିରୀ ଦେବା ନାଁରେ ଚାଲିିଛି ଠକେଇ
author img

By

Published : Jan 7, 2021, 4:20 PM IST

ଭୁବନେଶ୍ବର: ଗୋଟିଏ ପଟେ ସ୍ଥାୟୀ ନିଯୁକ୍ତି ଦାବିରେ କୋରୋନା ସମୟରେ ନିଯୁକ୍ତି ହୋଇଥିବା ନର୍ସ ରାଜରାସ୍ତାରେ ବସିଥିବାବେଳେ ଅନ୍ୟପଟେ ଯିଏ ଧାରଣାରେ ବସିବ ତାକୁ ଚାକିରି ମିଳିବ ବୋଲି ଭ୍ରମିତ କରୁଛି ଏକ ରାକେଟ୍ । ଏପରି ଏକ ରାକେଟ୍ କାମ କରୁଛି ରାଜଧାନୀରେ । ଧାରଣାରେ ବସିବା ସହ 15 ହଜାର ଟଙ୍କା ଦେଲେ ସ୍ଥାୟୀ ନିଯୁକ୍ତି ଦିଆଯିବ ବୋଲି ନର୍ସଙ୍କୁ ଭ୍ରମିତ କରୁଛନ୍ତି କିଛି ରାକେଟ୍ । ଏନେଇ କମିଶନରେଟ ପୋଲିସ ତଦନ୍ତ କରି 3 ଜଣଙ୍କୁ ଗିରଫ କରିଛି ।

ANM କର୍ମୀଙ୍କୁ ଚାକିରି ଦେବା ନାଁରେ ଚାଲିିଛି ଠକେଇ, 3 ଗିରଫ

ଏଥିସହ ଗିରଫଙ୍କ ନିକଟରୁ 50 ହଜାର ଟଙ୍କା ଜବତ କରିଛି ପୋଲିସ । ତେବେ କୋଟି କୋଟି ଟଙ୍କା ଠକେଇ କରି ଫେରାର୍ ହୋଇଯିବାକୁ ଦଲାଲମାନେ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିବା ନେଇ ଜାଣିବାକୁ ପାଇଛି କମିଶନରେଟ ପୋଲିସ ଏବଂ ଏଥିରେ ନେତାଙ୍କ ସମ୍ପୃକ୍ତି ଥିବା ନେଇ ମଧ୍ୟ ସନ୍ଦେହ କରୁଛି ପୋଲିସ । ତେବେ ଭୁବନେଶ୍ବର ଲୋୟର ପିଏମଜିରେ ଦୀର୍ଘଦିନ ଧରି ବସିଥିବା ଏଏନଏମ କର୍ମୀଙ୍କୁ ଚାକିରି ଦେବା ନାଁରେ ଠକେଇ କରାଯାଉଥିଲା । ଧାରଣାରେ ବସିଥିବା କର୍ମୀମାନଙ୍କୁ ଲୋଭ ଦେଖାଇ ଟଙ୍କା ମଗାଯାଉଛି । ଏନେଇ ସୋସିଆଲ ମିଡିଆରେ ଭାଇରାଲ ଅଡିଓକୁ ତଦନ୍ତ କରି ପୋଲିସ 3 ଜଣଙ୍କୁ ଗିରଫ କରିଛି ।

ଯେଉଁମାନେ ଚାକିରି ପାଇଁ ଇଚ୍ଛୁକ ଅଛନ୍ତି ସେଥିପାଇଁ ଜଣକା ପିଛା 15 ହଜାର ଲେଖାଏଁ ଟଙ୍କା ସହ ଧାରଣାରେ ବସିବାକୁ ପଡିବ ବୋଲି ପ୍ରଲୋଭନ ଦେଖାଉଥିଲା ଏହି ରାକେଟ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.