ETV Bharat / city

18 ଦଫା ଦାବି: ନବ ଭାରତ କୃଷକ ସଂଗଠନର ଦ୍ବିତୀୟ ରାଷ୍ଟ୍ରୀୟ ସମ୍ମିଳନୀ - nav bharat krushak sangathan

ନବ ଭାରତ କୃଷକ ସଂଗଠନର ଦ୍ବିତୀୟ ରାଷ୍ଟ୍ରୀୟ ସମ୍ମିଳନୀ । ପ୍ରାଇସ, ପ୍ରେଷ୍ଟିଜ୍, ପେନସନ ଦାବି ନେଇ ସମ୍ମିଳନୀ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Nov 6, 2019, 2:00 PM IST

Updated : Nov 6, 2019, 3:06 PM IST

ଭୁବନେଶ୍ବର: ନବ ନିର୍ମାଣ କୃଷକ ସଂଗଠନର ଦ୍ବିତୀୟ ରାଷ୍ଟ୍ରୀୟ ସମ୍ମିଳନୀ ଆୟୋଜିତ ହୋଇଛି । ପ୍ରାଇସ୍, ପ୍ରେଷ୍ଟିଜ୍, ପେନସନ ଦାବି ନେଇ ପୁଣି ସମ୍ମିଳନୀ ଆୟୋଜିତ । ଏଥିପାଇଁ ହଜାର ହଜାର ଚାଷୀ ବରମୁଣ୍ଡା ପଡିଆରେ ଆସି ଜମା ହୋଇଛନ୍ତି । ଏହି ସମ୍ମିଳନୀର ଆହ୍ବାନ ଦେଇଛନ୍ତି ଚାଷୀ ସଂଗଠନର ସଂଯୋଜକ ଅକ୍ଷୟ କୁମାର ।

10 ବର୍ଷ ହେବ ଚାଷୀଙ୍କ ପାଇଁ ଲଢେଇ କରିଆସୁଛି ନବ ନିର୍ମାଣ କୃଷକ ସଂଗଠନ । 2017 ଅକ୍ଟୋବର 11ରେ ଦିଲ୍ଲୀରେ ପ୍ରଥମେ ରାଷ୍ଟ୍ରୀୟ ସମ୍ମିଳନୀ କରାଯାଇଥିଲା । ଚାଷୀଙ୍କ ପାଇଁ ପୁଣି ରାଷ୍ଟ୍ରୀୟ ସମ୍ମିଳନୀ ଆୟୋଜିତ କରାଯାଇଛି । ଏହାକୁ ରାଷ୍ଟ୍ରୀୟ ସ୍ତରର ଆନ୍ଦୋଳନରେ ପରିବର୍ତ୍ତନ କରିବାକୁ ଚାହୁଁଛୁ ବୋଲି କହିଛନ୍ତି ସଂଯୋଜକ ଅକ୍ଷୟ କୁମାର ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ତେବେ ଏହି ଆନ୍ଦୋଳନରେ ଆନ୍ନା ହଜାରେ ଯୋଗ ଦେବାର ଥିବା ବେଳେ ସ୍ବାସ୍ଥ୍ୟଗତ ସମସ୍ୟା କାରଣରୁ ସେ ଉପସ୍ଥିତ ହୋଇପାରିନଥିଲେ । ତେବେ 18 ଦଫା ଦାବି ନେଇ ସଂଗଠନ ସମ୍ମିଳନୀ ଆୟୋଜିତ କରିଥିବାର ସୂଚନା ଦେଇଥିଲେ ସଂଯୋଜକ । ଅନ୍ୟପକ୍ଷେ ଏହି ସମ୍ମିଳନୀରେ ସମାଜସେବୀ ଓ ଦୁର୍ନୀତି ବିରୋଧୀ ନେତା ଯୋଗ ଦେଇଛନ୍ତି । ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ବିହାର , କେରଳ, ହରିଆଣା, ପଶ୍ଚିମବଙ୍ଗ, ଆସାମ ଓ ଓଡିଶାର ହଜାର ହଜାର ଚାଷୀ ଏକତ୍ରିତ ହୋଇଥିଲେ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:Body:

BLANK FOR LINK

Conclusion:
Last Updated : Nov 6, 2019, 3:06 PM IST

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.