ETV Bharat / city

2nd Star Film Award 2022: ସବ୍ୟସାଚୀଙ୍କୁ ଶ୍ରେଷ୍ଠ ଲୋକପ୍ରିୟ ଅଭିନେତା ସମ୍ମାନ

author img

By

Published : Apr 4, 2022, 12:21 PM IST

ଚଳତବର୍ଷର ଦ୍ବିତୀୟ ଷ୍ଟାର ଆୱାର୍ଡ ୨୦୨୨ ଆୟୋଜିତ ହୋଇଯାଇଛି । ଦୀର୍ଘ ଦୁଇ ବର୍ଷ ପରେ ରବୀନ୍ଦ୍ର ମଣ୍ଡପରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଝୁମିଥିଲେ ଦର୍ଶକ। ଅଧିକ ପଢ଼ନ୍ତୁ

2nd Star Film Award 2022 at rabindra mandap in bhubaneswar
2nd Star Film Award 2022: ସବ୍ୟସାଚୀଙ୍କୁ ଶ୍ରେଷ୍ଠ ଲୋକପ୍ରିୟ ଅଭିନେତା ସମ୍ମାନ

ଭୁବନେଶ୍ବର: ଚଳତବର୍ଷ ଦ୍ବିତୀୟ ଷ୍ଟାର ଆୱାର୍ଡ ୨୦୨୨ ଆୟୋଜିତ ହୋଇଯାଇଛି । ଓଡ଼ିଶା ଚଳଚିତ୍ର ପ୍ରଯୋଜକଙ୍କ ମିଳିତ ସହଯୋଗରେ ଭୁବନେଶ୍ବରର ରବୀନ୍ଦ୍ର ମଣ୍ଡପ ଠାରେ ଅନୁଷ୍ଠିତ ହୋଇଥିଲା। ଦୀର୍ଘ ଦୁଇ ବର୍ଷ ପରେ ରବୀନ୍ଦ୍ର ମଣ୍ଡପରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଝୁମିଥିଲେ ଦର୍ଶକ। ଦ୍ବିତୀୟ ବର୍ଷ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଭୁବନେଶ୍ବର ମେୟର ସୁଲଚନା ଦାସ ଓ କଳା ସଂସ୍କୃତି ଉପ ସଚିବ ରଞ୍ଜନ କୁମାର ଦାସ ଯୋଗ ଦେଇଥିଲେ ।

ସବ୍ୟସାଚୀଙ୍କୁ ଶ୍ରେଷ୍ଠ ଲୋକପ୍ରିୟ ଅଭିନେତା ସମ୍ମାନ

ଏଥିସହିତ ଓଡ଼ିଆ ଚଳଚିତ୍ର ଜଗତର ଅଭିନେତା ଅଭିନେତ୍ରୀ ତଥା ବିଶିଷ୍ଟ କଳାକାରମାନେ ମଧ୍ୟ ସାମିଲ ହୋଇଥିଲେ । ବିଭିନ୍ନ ବିଭାଗରୁ ଶ୍ରେଷ୍ଠ କଳାକାର ଚୟନ କରି ସେମାନଙ୍କୁ ପୁରସ୍କୃତ କରାଯାଇଛି । ଲୋକପ୍ରିୟ ହାସ୍ୟ ଅଭିନେତା ଶ୍ୟାମଲେନ୍ଦ ଭଟ୍ଟାଚାର୍ଯ୍ୟଙ୍କୁ ଜୀବନ ବ୍ୟାପି ସେବା ସମ୍ମାନରେ ସମ୍ମାନିତ କରାଯାଇଛି। ସେହିପରି ଶ୍ରେଷ୍ଠ ଅଭିନେତା ଭାବେ ସ୍ବରାଜ, ଜୁରି ଶ୍ରେଷ୍ଠ ଅଭିନେତା ଜ୍ୟୋତି ରଞ୍ଜନ, ଶ୍ରେଷ୍ଠ ଲୋକପ୍ରିୟ ଅଭିନେତା ସବ୍ୟସାଚୀ, ଶ୍ରେଷ୍ଠ ହାସ୍ୟ ଅଭିନେତା ପ୍ରଜ୍ଞା, ଖଳନାୟକ ଭାବେ ଶୁଭାଶିଷଙ୍କୁ ସମ୍ମାନ ଦିଆଯାଇଛି । ଓଡ଼ିଆ ସିନେମା ନିର୍ଦ୍ଦେଶକ, ଲେଖକ, କଣ୍ଠଶିଳ୍ପୀମାନଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.