ETV Bharat / city

ଦ୍ବିତୀୟ ପର୍ଯ୍ୟାୟରେ ହେଭିଓ୍ବେଟ୍ ଲଢେଇ

ରାଜ୍ୟର 5ଟି ଲୋକସଭା ଆସନ ଏବଂ ଏହା ଅନ୍ତର୍ଗତ 35ଟି ବିଧାନସଭା ଆସନରେ ଦ୍ବିତୀୟ ପର୍ଯ୍ୟାୟରେ ହେବ ମତଦାନ। ହେଭିଓ୍ବେଟ ନେତାଙ୍କ ଭାଗ୍ୟ ଇଭିଏମରେ ସିଲ୍ ହେବ ।

author img

By

Published : Apr 18, 2019, 6:48 AM IST

Updated : Apr 18, 2019, 7:18 PM IST

ଫଟୋ ସୌଜନ୍ୟ: ବ୍ୟୁରୋ ଇନପୁଟ

ଭୁବନେଶ୍ବର: ଆରମ୍ଭ ହେଲା ଦ୍ବିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ। ପୋଲିଂ ବୁଥରେ ମତାଧିକାର ସାବ୍ୟସ୍ତ କରୁଛନ୍ତି ଜନତା। ପ୍ରଥମ ପର୍ଯ୍ୟାୟ ନିର୍ବାଚନକୁ ଦୃଷ୍ଟିରେ ରଖି ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି। ରାଜ୍ୟର 5ଟି ଲୋକସଭା ଆସନ ଏବଂ ଏହା ଅନ୍ତର୍ଗତ 35ଟି ବିଧାନସଭା ଆସନରେ ଦ୍ବିତୀୟ ପର୍ଯ୍ୟାୟରେ ହେବ ମତଦାନ। ହେଭିଓ୍ବେଟ ନେତାଙ୍କ ଭାଗ୍ୟ ଇଭିଏମରେ ସିଲ୍ ହେବ ।

ଭିଡିଓ ସୌଜନ୍ୟ: ବ୍ୟୁରୋ ଇନପୁଟ

ଦ୍ବିତୀୟ ପର୍ଯ୍ୟାୟରେ 76.93 ଲକ୍ଷ ଭୋଟର ମତଦାନ କରିବେ। ପଶ୍ଟିମ ଏବଂ ଦକ୍ଷିଣ ଓଡିଶାର 5 ଲୋକସଭା ଆସନ ବରଗଡ, ସୁନ୍ଦରଗଡ, ବଲାଙ୍ଗୀର, କନ୍ଧମାଳ ଏବଂ ଆସିକା ଲୋକସଭା ଆସନ ଓ ଏହା ଅନ୍ତର୍ଗତ ବିଧାନସଭା କ୍ଷେତ୍ରରେ ହେବ ଭୋଟ ଗ୍ରହଣ । ଏହା ସହିତ ସମୁଦାୟ 39.45 ଲକ୍ଷ ପୁରୁଷ, 37.47 ଲକ୍ଷ ମହିଳା ଏବଂ 605 ଜଣ ତୃତୀୟ ଲିଙ୍ଗ ଭୋଟର 9.117ଟି ବୁଥରେ ମତଦାନ କରିବେ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରକାଶ କରିଛନ୍ତି ।

5ଟି ଲୋକସଭା କ୍ଷେତ୍ରରେ 35 ଜଣ ଏଥର ନିର୍ବାଚନ ଲଢୁଛନ୍ତି । ସେମାନଙ୍କ ମଧ୍ୟରୁ 30 ଜଣ ପୁରୁଷ ଏବଂ 5 ଜଣ ମହିଳା ପ୍ରାର୍ଥୀ ଅଛନ୍ତି । ସେହିପରି 35ଟି ବିଧାନସଭା ଆସନ ପାଇଁ 244 ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର । ଏମାନଙ୍କ ମଧ୍ୟରେ 219 ଜଣ ପୁରୁଷ ପ୍ରାର୍ଥୀ ରହିଥିବା ବେଳେ 25 ଜଣ ମହିଳା ପ୍ରାର୍ଥୀ ଅଛନ୍ତି ।

ତେବେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନରେ ସୁନ୍ଦରଗଡ ଲୋକସଭା ଆସନ ଆସୁଥିବାରୁ ସେଠାରେ ବିଜେପି ଭଲ କରିବାକୁ ସମସ୍ତ ଉଦ୍ୟମ କରିବ । ଗତ 2014 ନିର୍ବାଚନରେ ବିଜେପି କେବଳ ସୁନ୍ଦରଗଡ ଆସନ ଜିତିବାକୁ ସକ୍ଷମ ହୋଇଥିଲା । କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମଙ୍କୁ ଏଠାରେ ବିଜେଡି ପ୍ରାର୍ଥୀନି ସୁନିତା ବିଶ୍ବାଳ ଏବଂ କଂଗ୍ରେସ ପାର୍ଥୀ ଜର୍ଜ ତିର୍କୀ କଡା ଟକ୍କର ଦେବେ ବୋଲି ଆଶା କରାଯାଉଛି ।

ସେହିପରି ବାକି 4ଟି ଲୋକସଭା ଆସନରେ ଶାସକ ଦଳ ବିଜେଡି ଭଲ ପ୍ରଦର୍ଶନ କରିବା ଲକ୍ଷ୍ୟରେ ରହିଛି । ଖାଲି ସେତିକି ନୁହେଁ, ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନରେ ମଧ୍ୟ ଅନେକ ହେଭିଓ୍ବେଟ ଅଗ୍ନି ପରୀକ୍ଷା ଦେବେ। ବିଜେଡିର ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଏବଂ ଅଚ୍ୟୁତ ସାମନ୍ତ, ସାଂସଦ କଳିକେଶ ନାରାୟଣ ସିଂହଦେଓ, ବିଜେପି ରାଷ୍ଟ୍ରୀୟ ସଂପାଦକ ସୁରେଶ ପୁଜାରୀ, ପୂର୍ବତନ ସାଂସଦ ସଙ୍ଗୀତା ସିଂହଦେଓଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର ।

ଏପଟେ ବିଧାନସଭା ଆସନରେ ମଧ୍ୟ ଟପ୍ ଲିଡର ନିର୍ବାଚନୀ ପରୀକ୍ଷା ଦେବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳି ଏବଂ ବିଜେପୁରରେ ଦ୍ବିତୀୟ ପର୍ଯ୍ୟାୟରେ ମତଦାନ ହେବ। ସେହିପରେ ବରିଷ୍ଠ କଂଗ୍ରେସ ନେତା ତଥା ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ବଲାଙ୍ଗୀର ନିର୍ବାଚନ ମଣ୍ଡଳୀରୁ ଲଢୁଥିବା ବେଳେ ବିଜେପି ବିଧାୟକ ଦଳ ନେତା କେଭି ସିଂହ ଦେଓ ପାଟଣାଗଡ ବିଧାନସଭା ଆସନରୁ ଲଢୁଛନ୍ତି। ଏହା ସହିତ ଅତାବିରାରୁ ସ୍ନେହାଙ୍ଗିନୀ ଛୁରିଆ, ଭଟଲିରୁ ସୁଶାନ୍ତ ସିଂହ, ଝାରସୁଗୁଡାରୁ ନବ କିଶୋର ଦାସ, ସୁନ୍ଦରଗଡରୁ ଯୋଗେଶ ସିଂହ, ବୌଦ୍ଧରୁ ପ୍ରଦୀପ କୁମାର ଅମାତ, ଭଞ୍ଜନଗରରୁ ବିକ୍ରମ କେଶରୀ ଆରୁଖଙ୍କ ଭାଗ୍ୟ ଗୁରୁବାର ମତଦାନ ପରେ ଇଭିଏମରେ ସିଲ ହେବ।

ଏପରକି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ସମୟରେ ଇଭିଏମରେ ବ୍ୟପାକ ତୃଟି ପାଇଁ ଦୁଇଟି ପୋଲିଂ ଷ୍ଟେସନରେ ଆଉଥରେ ମତଦାନ ଦେବ । ଗତ 11 ତାରିଖରେ ଇଭିଏମ ମେସିନ ଅଚଳ ହେବା କରାଣରୁ ମାଲକାନଗିରି ଏବଂ ବ୍ରହ୍ମପୁରର ଦୁଇଟି ବୁଥରେ ଭୋଟିଂ ହୋଇନଥିଲା । ଗୁରୁବାର ଏହି ଦୁଇଟି ବୁଥରେ ପୁନଃମତଦାନ ହେବ ।

Intro:Body:

blank

Conclusion:
Last Updated : Apr 18, 2019, 7:18 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.