ETV Bharat / city

Vaccination:18 ବର୍ଷରୁ ଊର୍ଦ୍ଧ୍ବ ବୟସ୍କଙ୍କ ପାଇଁ ଆଜିଠୁ ଦ୍ୱିତୀୟ ଡୋଜ ଟୀକାକରଣ

author img

By

Published : Jun 6, 2021, 4:43 PM IST

Updated : Jun 7, 2021, 7:34 AM IST

18 ବର୍ଷରୁ ଊର୍ଦ୍ଧ୍ବ ବୟସ୍କଙ୍କୁ ଆଜିଠୁ ଦ୍ୱିତୀୟ ଡୋଜ ଟୀକାକରଣ ଆରମ୍ଭ ହେବ । ପ୍ରଥମ ଡୋଜର ପ୍ରମାଣପତ୍ର ଦେଖାଇ ନେଇ ହେବ ଦ୍ବିତୀୟ ଡୋଜ । ଅଧିକ ପଢନ୍ତୁ...

18 ବର୍ଷରୁ ଊର୍ଦ୍ଧ୍ବ ବୟସ୍କଙ୍କ ପାଇଁ ଜୁନ 7 ରୁ ଦ୍ୱିତୀୟ ଡୋଜ ଟୀକାକରଣ

ଭୁବନେଶ୍ବର: 18 ବର୍ଷରୁ ଉର୍ଦ୍ଧ୍ବ ବୟସ୍କଙ୍କ ପାଇଁ ଆଜିଠୁ ଦ୍ବିତୀୟ ଡୋଜ ଟୀକାକରଣ ଆରମ୍ଭ ହେବ । ମେ’ 3 ରୁ 14 ମଧ୍ୟରେ ପ୍ରଥମ ଡୋଜ ନେଇଥିବା ବ୍ୟକ୍ତିମାନେ ଦ୍ବିତୀୟ ଡୋଜ ନେଇପାରିବା ନେଇ ବ୍ୟବସ୍ଥା କରାଯାଇଛି ।

18-44 ବର୍ଷ ବୟସ୍କଙ୍କ ପାଇଁ 3 ମଇ ରୁ 14 ମଇ ପର୍ଯ୍ୟନ୍ତ ପ୍ରଥମ ଡୋଜ ଦିଆଯାଇଥିବା ବେଳେ ଜୁନ 7 ତାରିଖରୁ ଜୁନ 12 ପର୍ଯ୍ୟନ୍ତ ଦ୍ୱିତୀୟ ଡୋଜ ଦିଆଯିବ । ଏହି ଦ୍ୱିତୀୟ ଡୋଜର ଟୀକକାରଣର ସମୟ ସୀମା ସକାଳ 9 ଟାରୁ ମଧ୍ୟାହ୍ନ 1 ଟା ପର୍ଯ୍ୟନ୍ତ ଓ ଅପରାହ୍ନ 3 ରୁ ସନ୍ଧ୍ୟା 6 ଟା ପର୍ଯ୍ୟନ୍ତ ଚାଲିବା ନେଇ ଧାର୍ଯ୍ୟ କରାଯାଇଛି । ଏହି ଟିକା କୋୱିନ ପୋର୍ଟାଲରେ ସ୍ଲଟ ବୁକିଙ୍ଗ ନକରି ମଧ୍ୟ ନେଇପାରିବା ନେଇ ମଧ୍ୟ ବ୍ୟବସ୍ଥା ରହିଛି । ପ୍ରଥମ ଡୋଜ ନେଇଥିବା ଟିକା ସ୍ଥାନରେ ନେଇପାରିବେ ଦ୍ବିତୀୟ ଡୋଜ ନେବାକୁ ଅନୁମତି ଥିବାବେଳେ ପ୍ରଥମ ଟିକାର ପ୍ରମାଣପତ୍ର ଦେଖାଇବାକୁ ପଡିବ । ଯେଉଁମାନେ ମେ 3 ରୁ ମେ 14 ତାରିଖ ମଧ୍ୟରେ ପ୍ରଥମ ଡୋଜ ଟିକା ନେଇଥିବେ, ସେହିମାନେ ଏହି ଦ୍ବିତୀୟ ଡୋଜ ନେଇ ପାରିବେ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated : Jun 7, 2021, 7:34 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.