ETV Bharat / city

ଧଉଳି କଳିଙ୍ଗ ମହୋତ୍ସବ: ଘୁଙ୍ଗୁର ଶବ୍ଦରେ ଝଙ୍କୃତ ହେଲା ଧଉଳି ଶାନ୍ତିସ୍ତୁପ

author img

By

Published : Feb 12, 2020, 4:22 AM IST

ମଙ୍ଗଳବାର ଥିଲା ଧଉଳି କଳିଙ୍ଗ ମହୋତ୍ସବର ଦ୍ଵିତୀୟ ସନ୍ଧ୍ୟା । ପ୍ରଥମ ସନ୍ଧ୍ୟା ପରି ଶିଳ୍ପୀମାନଙ୍କ ଘୁଙ୍ଗୁର ଶବ୍ଦରେ ଝଙ୍କୃତ ହୋଇ ଉଠିଥିଲା ଧଉଳିର ପାଦ ଦେଶ ।

2nd-day-of-dhauli-kalinga-mahotsav
ଧଉଳି କଳିଙ୍ଗ ମହୋତ୍ସବ: ଘୂଙ୍ଗୁର ଶବ୍ଦରେ ଝଙ୍କୃତ ହେଲା ଧଉଳି ଶାନ୍ତିସ୍ତୁପ

ଭୁବନେଶ୍ବର: ମଙ୍ଗଳବାର ଥିଲା ଧଉଳି କଳିଙ୍ଗ ମହୋତ୍ସବର ଦ୍ଵିତୀୟ ସନ୍ଧ୍ୟା । ପ୍ରଥମ ସନ୍ଧ୍ୟା ପରି ଶିଳ୍ପୀମାନଙ୍କ ଘୁଙ୍ଗୁର ଶବ୍ଦରେ ଝଙ୍କୃତ ହୋଇ ଉଠିଥିଲା ଧଉଳିର ପାଦ ଦେଶ । ଗୋଟିଏ ପରେ ଗୋଟିଏ ଅନୁଷ୍ଠାନ ପକ୍ଷରୁ ପରିବେଷଣ କରାଯାଇଥିବା ନୃତ୍ୟର ଛନ୍ଦରେ ବିଭୋର ହୋଇ ଉଠିଥିଲେ ଉପସ୍ଥିତ ଦର୍ଶକମଣ୍ଡଳୀ । ସତେକି ସେଠାରେ ଶାନ୍ତିର ଅପୂର୍ବ ପଦ ଧ୍ଵନି ବେଶ ଦୂର ପର୍ଯ୍ୟନ୍ତ କର୍ଣ ପଟ୍ଟଳିରେ ମୃଦୁ ଗୁଞ୍ଜନ କରୁଥିଲା ।

ଓଡିଶା ଡ୍ୟାନ୍ସ ଏକାଡେମୀର କଳାକାରମାନଙ୍କ ଦ୍ବାରା ପ୍ରଥମରେ ପରିବେଷଣ ହୋଇଥିଲା ସମୂହ ନୃତ୍ୟ ଶାନ୍ତି ମନ୍ତ୍ର । ଯାହାର ନୃତ୍ୟ ସରଞ୍ଚନା କରିଥିଲେ ଗୁରୁ ଶ୍ରୀମତୀ ଅରୁଣା ମହାନ୍ତି । ପରେ କଲିକତାରୁ ଆସିଥିବା ଗୁରୁ ଶର୍ମିଳା ବିଶ୍ବାସ ଓ ସାଥୀମାନଙ୍କ ଦ୍ଵାରା ଓଡ଼ିଶୀର ବିଭିନ୍ନ ପ୍ରସ୍ତୁତି ପରିବେଷଣ କରାଯାଇଥିଲା । ଯାହା କି ବେଶ ମନ ଛୁଆଁ ହୋଇଥିଲା । ସେହିପରି ସନ୍ଧ୍ୟାର ଶେଷ କାର୍ଯ୍ୟକ୍ରମ ଭାବେ ବାଙ୍ଗାଲୋରରୁ ଆସିଥିବା ରଞ୍ଜନ ମୁଲାର୍ଟ ଓ ସାଥୀମାନଙ୍କ ଦ୍ବାରା ସମରକଳା ନୃତ୍ୟ କଲାରୀପାଇଟୁ ପରିବେଷଣ କରାଯାଇଥିଲା । ଯେଉଁଥିରେ ଶିଳ୍ପୀମାନଙ୍କ ଶାରୀରିକ ଅଙ୍ଗଭଙ୍ଗୀ ପ୍ରଦର୍ଶନ ଦର୍ଶକମାନଙ୍କ ମନକୁ ବେଶ ସ୍ପର୍ଶ କରିଥିବା ଦେଖିବାକୁ ମିଳିଥିଲା । ଶୀତକାକରରେ ଖୋଲା ଆକାଶ ତଳେ ଦୀର୍ଘ ସମୟ ଧରି ସେମାନେ ଏହାକୁ ଉପଭୋଗ କରୁଥିବା ଦେଖାଯାଇଛି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.