ETV Bharat / city

ରାଜ୍ୟରେ ଟୀକାକରଣ ପାଇଁ ରହିଛି 29 ହଜାର ସେସନସାଇଟ୍ - ଭୁବନେଶ୍ବର

ରାଜ୍ୟରେ ଟୀକାକରଣ ପାଇଁ ରହିଛି 29 ହଜାର ସେସନସାଇଟ ମାତ୍ର ପ୍ରଥମ ପର୍ଯ୍ୟାୟରେ ଏତେ ଦରକାର ହେବନି ବୋଲି ସୋମବାର ସ୍ବାସ୍ଥ୍ୟସଚିବ ଚିଠି ଲେଖିଛନ୍ତି । ଅଧିକ ପଢନ୍ତୁ...

covid vaccine
ରାଜ୍ୟରେ ଟୀକାକରଣ
author img

By

Published : Jan 5, 2021, 1:04 PM IST

ଭୁବନେଶ୍ବର: ରାଜ୍ୟରେ ଟୀକାକରଣ ପାଇଁ ରହିଛି 29 ହଜାର ସେସନସାଇଟ ମାତ୍ର ପ୍ରଥମ ପର୍ଯ୍ୟାୟରେ ଏତେ ଦରକାର ହେବନି ବୋଲି ସୋମବାର ସ୍ବାସ୍ଥ୍ୟସଚିବ ଚିଠି ଲେଖିଛନ୍ତି । ସେସନସାଇଟର ଭିଜିବିଲିଟି ଦେଖିବାକୁ ଜିଲ୍ଲାପାଳ ଓ ମହାନଗର ନିଗମ କମିଶନରମାନଙ୍କୁ ଚିଠି ଲେଖିଛନ୍ତି ସ୍ବାସ୍ଥ୍ୟ ସଚିବ। ସେସନସାଇଟରେ ଓ୍ଵେଟିଂ ରୁମ୍, ଭାକସିନେସନ ରୁମ୍ ଓ ଅବସରଭେସନ ରୁମ୍ ଠିକ ଅଛି ନା ନାହିଁ ସେ ନେଇ ତଦାରଖ କରାଯିବ।

ପ୍ରଥମେ ଓ୍ଵେଟିଂ ରୁମରେ ଟିକା ପାଇବା ଲୋକଙ୍କ ତଥ୍ୟ ଯାଞ୍ଚ ହେବ । ସେମାନଙ୍କ ନାମ ଡାଟାବେଶରେ ଅଛି କି ନାହିଁ ଯାଞ୍ଚ ହେବ। ଏହାପରେ ଭ୍ୟାକସିନେସନ ରୁମରେ ସେମାନଙ୍କ ବାକି ତଥ୍ୟ ଯାଞ୍ଚ ହୋଇ ଟିକା ଦିଆଯିବ। ଏହାପରେ ସେମାନଙ୍କୁ ଅବଜରଭେସନ ରୁମରେ 30 ମିନିଟ ରଖାଯିବ।

ଏହାମଧ୍ୟରେ ପାର୍ଶ୍ଵ ପ୍ରତିକ୍ରିୟା ନ ଆସିଲେ, ସେମାନଙ୍କୁ ଘରକୁ ପଠାଯିବ। ତେବେ ଟିକା କାନ୍ଧରେ ଦିଆଯିବ ଓ ଚଳିତ ମାସ ଶେଷରେ ଟିକା ଓଡ଼ିଶା ପହଞ୍ଚିବ ବୋଲି କହିଛନ୍ତି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.