ETV Bharat / city

ଦିନକରେ 28 ଜୀବନ ନେଲା ମହାମାରୀ

author img

By

Published : May 23, 2021, 11:16 AM IST

ପୁଣି ରାଜ୍ୟରୁ ଦିନକରେ 28 ମୁଣ୍ଡ ନେଲା କିଲର୍ ଭାଇରସ୍ । ସର୍ବାଧିକ ଭୁବନେଶ୍ବର ଏବଂ କଳାହାଣ୍ଡିରୁ 4 ଜଣ ଲେଖାଏଁ ମୃତ । ଅଧିକ ପଢନ୍ତୁ...

ଦିନକରେ 28 ଜୀବନ ନେଲା ମହାମାରୀ
ଦିନକରେ 28 ଜୀବନ ନେଲା ମହାମାରୀ

ଭୁବନେଶ୍ବର: ଦିନକୁ ଦିନ କାୟା ବିସ୍ତାର କରୁଛି କୋରୋନା । ଗାଁଠୁ ଉପାନ୍ତ ସବୁଠି ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଛି । ଏହି ପରିପ୍ରେକ୍ଷୀରେ ପୁଣି ଦିନକରେ ରାଜ୍ୟରୁ 28 ମୁଣ୍ଡ ନେଲା ମହାମାରୀ । ସେମାନଙ୍କ ମଧ୍ୟରୁ ସର୍ବାଧିକ ଭୁବନେଶ୍ବର ଓ କଳାହାଣ୍ଡିରୁ 4 ଜଣ ଥିବାବେଳେ ଅନୁଗୋଳ ଏବଂ ସୁନ୍ଦରଗଡରୁ 3 ଜଣ ବ୍ୟକ୍ତିଙ୍କ କୋରୋନାରେ ଜୀବନ ଯାଇଛି ।

ତେବେ ଅନୁଗୋଳର ମୃତ ବ୍ୟକ୍ତଙ୍କ ମଧ୍ୟରୁ ଜଣେ 53 ବର୍ଷିୟ ପୁରୁଷ ଥିବାବେଳେ ଅନ୍ୟ ଜଣେ 48 ବର୍ଷିୟ ପୁରୁଷ ଏବଂ 70 ବର୍ଷିୟ ମହିଳା ଅଛନ୍ତି । ସେହିପରି ଭୁବନେଶ୍ବରରୁ ମୃତ 71, 84, 55 ଏବଂ 45 ବର୍ଷିୟ ପୁରୁଷ, ମଧୁମେୟ, ଉଚ୍ଚ ରକ୍ତଚାପ, ଆସ୍ଥମା, କ୍ରନିକ ଫୁସଫୁସ ଇତ୍ୟାଦି ବିଭିନ୍ନ ରୋଗରେ ଆକ୍ରାନ୍ତ ଥିଲେ । ଗଞ୍ଜାମର 62 ବର୍ଷିୟ ମହିଳା, ଗଜପତିର 62 ବର୍ଷିୟ ମହିଳା, କଳାହାଣ୍ଡିରୁ 55 ବର୍ଷିୟ ପୁରୁଷ, 63 ବର୍ଷିୟ ମହିଳା, 41 ବର୍ଷିୟ ପୁରୁଷ ଏବଂ 67 ବର୍ଷିୟ ମହିଳାଙ୍କ ମୃତ୍ୟୁ ଘିଟିଛି । ଏଥିସହ କେନ୍ଦ୍ରାପଡାରୁ 51 ବର୍ଷିୟ ପୁରୁଷ, 42 ବର୍ଷିୟ ପୁରୁଷ, 81 ବର୍ଷିୟ ମହିଳା, ନବରଙ୍ଗପୁରରୁ 40 ବର୍ଷିୟ ପୁରୁଷ, 41 ବର୍ଷିୟ ମହିଳା, ନୂଆପଡାରୁ 52 ବର୍ଷିୟ ପୁରୁଷ, ପୁରୀରୁ 65 ଏବଂ 56 ବର୍ଷିୟ ମହିଳା, ରାୟଗଡାରୁ 72 ବର୍ଷିୟ ପୁରୁଷ ଏବଂ 41 ବର୍ଷିୟ ମହିଳା, ସୁନ୍ଦରଗଡରୁ 60,47 ଏବଂ 42 ବର୍ଷିୟ ମହିଳା ଏବଂ 64 ବର୍ଷିୟ ପୁରୁଷ ଏବଂ ଖୋର୍ଦ୍ଧାରୁ 39 ବର୍ଷିୟ ପୁରୁଷଙ୍କ ମୃତ୍ୟୁ ଘଟିଛି ।

ତେବେ ନୂଆ 28 ମୃତକଙ୍କୁ ମିଶାଇ ରାଜ୍ୟରେ ସର୍ବମୋଟ 2 ହଜାର 484 ଜଣଙ୍କ ମୃତ୍ୟୁ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.