ETV Bharat / city

10 ରାଜ୍ୟକୁ 281 ଟ୍ୟାଙ୍କର ଅକ୍ସିଜେନ ପଠାଇଲା ଓଡିଶା

author img

By

Published : May 4, 2021, 6:23 PM IST

ଓଡିଶା 10 ରାଜ୍ୟକୁ 5,125 ଅକ୍ସିଜେନ ପଠାଇଛି । 281 ଟ୍ୟାଙ୍କରରେ ଅଭାବୀ ରାଜ୍ୟକୁ ଅକ୍ସିଜେନ ପଠାଯାଇଛି । ଏ ନେଇ ସୂଚନା ଦେଇଛି ଓଡିଶା ପୋଲିସ । ଅଧିକ ପଢନ୍ତୁ..

281 Oxygen Tankers Sent From Odisha To 10 States In 12 Days
10 ରାଜ୍ୟକୁ 281 ଟ୍ୟାଙ୍କର ଅକ୍ସିଜେନ ପଠାଇଲା ଓଡିଶା

ଭୁବନେଶ୍ବର: ପ୍ରତିଶ୍ରୁତି ଅନୁସାରେ ଅମ୍ଲଜାନ ଅଭାବ ରାଜ୍ୟକୁ ପ୍ରାଣବାୟୁ ଯୋଗାଣ ଜାରି ରଖିଛି ଓଡିଶା । ଗତ 12 ଦିନରେ 281 ଟ୍ୟାଙ୍କରେ ପ୍ରାୟ 125 MT ମେଡିକାଲ ଅକ୍ସିଜେନ 12 ଟି ଅଭାବୀ ରାଜ୍ୟକୁ ପଠାଯାଇଛି । ଓଡିଶା ପୋଲିସ୍ ଏସକର୍ଟରେ ଅମ୍ଲଜାନ ପରିବହନ ସହଜ ଓ ସୁଗମରେ ହେଉଛି । ଏନେଇ ଟ୍ବିଟ କରି ସୂଚନା ଦେଇଛି ଓଡିଶା ପୋଲିସ ।

ଅକ୍ସିଜେନ ଅଭାବ ଯୋଗୁଁ କୋଭିଡ-19 ସଂକ୍ରମିତ ରୋଗୀ ପ୍ରାଣ ହରାଉଛନ୍ତି । ଏଥିଯୋଗୁଁ ଓଡିଶା ଅମ୍ଲଜାନ ଅଭାବୀ ରାଜ୍ୟକୁ ଯୋଗାଣ କରୁଛି । ପରିହନକୁ ସରଳ କରିବା ପାଇଁ ରାଜ୍ୟ ପୋଲିସ ଏକ ଡେଡିକେଟେଡ ଗ୍ରୀନ କରିଡର ସ୍ଥାପନ କରିଛି । ଏହା ଅନୁଯାୟୀ ରାଉରକେଲା , ଯାଜପୁର, ଢେଙ୍କାନାଳ, ଅନୁଗୋଳରୁ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ତାମିଲନାଡୁ , ହରିୟାଣା, ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଭଳି 10 ଅକ୍ସିଜେନ ଅଭାବ ରାଜ୍ୟକୁ ଯୋଗାଣ କରି ଓଡିଶା ଶତାଧିକ କୋଭିଡ ଆକ୍ରାନ୍ତଙ୍କ ଜୀବନ ବଞ୍ଚାଇପାରୁଛି ।

ଅନୁଗୋଳରୁ 31 ଟ୍ୟାଙ୍କର, 64 ଟି ଢେଙ୍କାନାଳରୁ, 74 ଯାଜପୁରରୁ ଆଉ 112 ଟି ରାଉରକେଲାରୁ ପଠାଯାଇଛି ।

ଆନ୍ଧ୍ରପ୍ରଦେଶ 83 ଟି ଟ୍ୟାଙ୍କର ଅମ୍ଳଜାନ ଗ୍ରହଣ କରିଥିବାବେଳେ 76 ଟି ତେଲେଙ୍ଗାନା ଏବଂ 7 ଟି ତାମିଲନାଡୁକୁ ପଠାଯାଇଛି । ସେହିପରି ହରିୟାଣା 35 ଟି ଟ୍ୟାଙ୍କର୍ ଗ୍ରହଣ କରିଥିଲେ, ମହାରାଷ୍ଟ୍ରକୁ 13 ଟି ଏବଂ 14 ଟି ଟ୍ୟାଙ୍କର୍ ଛତିଶଗଡକୁ ଅମ୍ଳଜାନରେ ଭର୍ତ୍ତି କରାଯାଇ ପଠାଯାଇଠି । ସେହିଭଳି ୟୁପି 24 ଟ୍ୟାଙ୍କର୍ ଏବଂ ମଧ୍ୟପ୍ରଦେଶ 26 ଟ୍ୟାଙ୍କର ରିସିଭ କରିଥିବାବେଳେ ଦୁଇଟି ଦିଲ୍ଲୀ ଏବଂ ଗୋଟିଏ ପଞ୍ଜାବକୁ ପଠାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.