ଭୁବନେଶ୍ୱର: ରାଜଧାନୀରେ ବଢ଼ିବାରେ ଲାଗିଛି କୋରୋନା ପଜିଟିଭ ସଂଖ୍ୟା। ରବିବାର 270 ଜଣ ଆକ୍ରାନ୍ତ ହୋଇଥିବାବେଳେ 184 ଜଣ ସୁସ୍ଥ ହୋଇଛନ୍ତି । ଅନ୍ୟପଟେ 5 ହଜାର ପାର ହୋଇଛି ଆକ୍ରାନ୍ତ ସଂଖ୍ୟା।
ରବିବାର ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ହୋମ କ୍ବାରେଣ୍ଟାଇନରୁ 92 ଜଣ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ 78 ଜଣ ପଜିଟିଭ ହୋଇଛନ୍ତି । କ୍ଵାରେଣ୍ଟାଇନ କେନ୍ଦ୍ରରୁ 92 ଜଣ ଚିହ୍ନଟ ହୋଇଥିବାବେଳେ 6 ଜଣଙ୍କର ଟ୍ରାଭେଲ ହିଷ୍ଟ୍ରି ରହିଛି। 92 ଜଣଙ୍କ ମଧ୍ୟରୁ 4 ଜଣ ବୁଧେଶ୍ୱରୀ କଲୋନୀ ଅଂଚଳର, 5 ଜଣ ଶିଖରଚଣ୍ଡୀ ବିହାର, 4 ଜଣ କ୍ଵାରେଣ୍ଟାଇନ ସେଣ୍ଟରରୁ , 3 ଜଣ ଭିଏସଏସ ତାରିଣୀ ବସ୍ତି, 6 ଜଣ ନିଳାଦ୍ରୀବିହାର, 4 ଜଣ ନୀଳାଦ୍ରି ବିହାର ଓ ରିକ୍ସା ବିହାର ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି।
ସେହିପରି ସ୍ଥାନୀୟ ସଂକ୍ରମଣରୁ 78 ଜଣ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ 6 ଜଣ ପଟିଆ ଅଞ୍ଚଳର ହୋଇଥିବାବେଳେ 2 ଜଣ ଶୈଳଶ୍ରୀ ବିହାର, 3 ଜଣ ଭରତପୁର, 3 ଜଣ ମଞ୍ଚେଶ୍ୱର, 3 ଜଣ ଡୁମଡୁମାରୁ ଚିହ୍ନଟ ହୋଇଥିବାବେଳେ ପଟିଆ, ରସୁଲଗଡ, କେଶରୀନଗର, ଚନ୍ଦ୍ରଶେଖରପୁର, ଗଜପତି ନଗର, ଭୋଇ ନଗର, ବୁଦ୍ଧ ନଗର, ସିରିପୁର, ସାମନ୍ତରାୟପୁର ଅଞ୍ଚଳରେ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ରବିବାର ଭୁବନେଶ୍ବରରେ 184 ଜଣ ସୁସ୍ଥ ହୋଇଛନ୍ତି । ଅନ୍ୟପଟେ ମୋଟ 5289ଜଣ ଆକ୍ରାନ୍ତ ହୋଇଥିବାବେଳେ 3435 ସୁସ୍ଥ, ସକ୍ରିୟ ମାମଲା ସଂଖ୍ୟା 1823 ଓ ମୃତ୍ୟୁ ସଂଖ୍ୟା 25 ରହିଛି ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ