ଭୁବନେଶ୍ୱର: ରାଜଧାନୀରେ କାୟା ବିସ୍ତାର କରୁଛି କୋରୋନା ମହାମାରୀ। ସହରରେ ସୋମବାର ପୁଣି 267 ଆକ୍ରାନ୍ତ ଚିହ୍ନଟ କରାଯାଇଛି । ଅନ୍ୟପଟେ ଶିକ୍ଷା ଅନୁଷ୍ଠାନ କ୍ୟାମ୍ପସରେ ମଧ୍ୟ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ରାଜଧାନୀରେ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ହୋମ କ୍ବାରେଣ୍ଟାଇନ କେନ୍ଦ୍ରରୁ 153 ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣରୁ 114ଜଣ ଚିହ୍ନଟ ହୋଇଛନ୍ତି । ସେହିପରି 174 ଜଣ ସୁସ୍ଥ ହୋଇଛନ୍ତି ।
ତେବେ କ୍ଵାରେଣ୍ଟାଇନ କେନ୍ଦ୍ରରୁ 152 ଜଣଙ୍କ ମଧ୍ୟରୁ 10 ଜଣ ଜାଗମରା ସ୍ଥିତ ଆଇଟିଆର କ୍ୟାମ୍ପସରୁ ଚିହ୍ନଟ ହୋଇଛନ୍ତି। ସେହିପରି ଭାବରେ 4 ଜଣ ସତ୍ୟ ବିହାର, 4 ଜଣ ଶୈଳେଶ୍ରୀ ବିହାର, 3 ଜଣ ସୁବାସ ନଗର ବସ୍ତି, 3 ଜଣ ଏକ ଘରୋଇ ହସ୍ପିଟାଲ, 3 ଜଣ ବିଏମସି ହସ୍ପିଟାଲ, 3 ଜଣ କିମ୍ସ, 3 ଜଣ କୋଲଥିଆ, 3 ଜଣ ରସୁଲଗଡ ଶବର ସାହି, 4 ଜଣ ଗୌତମ ନଗର, 4 ଜଣ ଆଇଆରସି ଭିଲେଜ, 4 ଜଣ ମହାବୀର ନଗର ଆଦି ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି ।
ସ୍ଥାନୀୟ ସଂକ୍ରମଣ 114 ରହିଥିବା ବେଳେ ସେଥିମଧ୍ୟରୁ 2 ଜଣ ଭିଭିଏସ ନଗର, 2 ଜଣ ବାଣୀବିହାର, 8 ଜଣ ଝାରପଡ଼ା, 5 ଜଣ ଡ଼ିଆରପିଏଫ କ୍ୟାମ୍ପସ, 3 ଜଣ ଶ୍ରୀବିହାର, 3 ଜଣ ଜଗନ୍ନାଥ ନଗର, 3 ଜଣ ଲକ୍ଷ୍ମୀସାଗର ଅଞ୍ଚଳରୁ ଚିହ୍ନଟ କରାଯାଇଛି। ଅନ୍ୟପଟେ ଭୁବନେଶ୍ୱରରେ 174 ସୁସ୍ଥ ହୋଇଛନ୍ତି । ତେବେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 7599 ରହିଥିବା ବେଳେ 4563 ସୁସ୍ଥ ହୋଇଛନ୍ତି। ଅନ୍ୟପଟେ 2994ଟି ସକ୍ରିୟ ମାମଲାରୁ ରହିଥିବା ବେଳେ 33 ଜଣଙ୍କର ମୃତ୍ୟୁ ହୋଇଛି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ