ଭୁବନେଶ୍ବର :ରାଜଧାନୀରେ ଆଉ ଏକ ଜାତୀୟ କ୍ରୀଡା ପ୍ରତିଯୋଗିତା । ଏସିଆନ୍ସ ଗେମ, ହକି ବିଶ୍ୱକପ ଓ ଖେଲୋ ଇଣ୍ଡିଆ ଭଳି ଜାତୀୟ ଓ ଆନ୍ତର୍ଜାତିକ କ୍ରୀଡାର ସଫଳ ଆୟୋଜନ କରିଛି ଭୁବନେଶ୍ବର । ଏହାପରେ ଆଉ ଏକ ଜାତୀୟ କ୍ରୀଡା ଆୟୋଜନର ଦାୟିତ୍ୱ ଓଡିଶା ଉପରେ ।
ଏହି ଅବସରରେ ଅନ୍ୟତମ ଅତିଥିଭାବେ ବିଶିଷ୍ଟ ଅଲମ୍ପିଆନ ଗଗନ ନାରଙ୍ଗ ଯୋଗ ଦେଇଥିଲେ । ସେହିପରି ଅନ୍ୟତମ ଅତିଥି ତଥା ଓଡିଶା ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ଶ୍ରୀଯୁକ୍ତ ସନ୍ଦୀପ ତ୍ରିପାଠୀ ଏଭଳି ଆୟୋଜନ କର୍ମଚାରୀଙ୍କ ମନରେ ପରିଯୋଗୀତା ଭାବ ଜାଗ୍ରତ କରିବା ସହ ସେମାନଙ୍କୁ ଶାରୀରିକ ଓ ମାନସିକ ଭାବେ ଫିଟ ରଖିବାରେ ସହାୟକ ହେବ ବୋଲି କହିଛନ୍ତି।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ