ଭୁବନେଶ୍ବର : ରାଜ୍ୟରେ ଏପର୍ଯ୍ୟନ୍ତ 2531ଟି ବିଦ୍ୟାଳୟ ସୀକୃତି ପାଇ ପାରିନାହାନ୍ତି । ଆବଶ୍ୟକ ମାନଦଣ୍ଡ ପୂରଣ କରିନଥିବାରୁ ଏହି ସ୍କୁଲ ଗୁଡିକୁ ସୀକୃତି ମିଳିପାରିନଥିବା ଗୃହରେ ଉତ୍ତର ରଖିଛନ୍ତି ଗଣ ଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାସ । ସୀକୃତି ପାଇନଥିବା ବିଦ୍ୟାଳୟ ଗୁଡିକୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି ଓ ଉକ୍ତ ସ୍କୁଲ ଗୁଡିକ ବନ୍ଦ କରିବାକୁ ମଧ୍ୟ ଦକ୍ଷେପ ନିଆଯାଉଛି ବୋଲି ମଧ୍ୟ ମନ୍ତ୍ରୀ ତାଙ୍କ ଉତ୍ତରେ କହିଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି ରାଜ୍ୟରେ ରାଜ୍ୟରେ ମୋଟ 6767 ଟି ଘରୋଇ ବିଦ୍ୟାଳୟ ଅଛି । ସେଥୁରୁ 4236 ଟି ସିକୃତି ପାଇଛନ୍ତି । ଅନ୍ୟ ଅବଶିଷ୍ଟ ସ୍କୁଲଗୁଡିକ ମାପଦଣ୍ଡ ପୂରଣ କରିନଥିବାରୁ ସୀକୃତି ପାଇବାରେ ବିଫଳ ହୋଇଛନ୍ତି ।
ଭୁବନେଶ୍ବରରୁ ତପନ କୁମାର ଦାସ,ଇଟିଭି ଭାରତ