ETV Bharat / city

ଖୋଲିଲା ନନ୍ଦନକାନନ, ପ୍ରଥମ ଦିନରେ ବୁଲିଲେ ଅଢେଇ ହଜାର ପର୍ଯ୍ୟଟକ!

ଆଜି ଖୋଲିଲା ନନ୍ଦନକାନନ ପ୍ରାଣୀ ଉଦ୍ୟାନ । ଜମିଲା ପର୍ଯ୍ୟଟକଙ୍କ ଭିଡ । ବୁଲିଲେ ପ୍ରାୟ ଅଢେଇ ହଜାର ପର୍ଯ୍ୟଟକ ।

ଫଟୋ ସୌଜନ୍ୟ : ସମ୍ବାଦଦାତା,ଭୁବନେଶ୍ବର
author img

By

Published : May 21, 2019, 9:49 PM IST

ଭୁବନେଶ୍ବର: ସାମୁଦ୍ରିକ ଝଡ ଫନିର ତାଣ୍ଡବରେ ଦୋହଲିଯାଇଛି ସାରା ଓଡିଶା। ବଦଳିଯାଇଛି ଟ୍ବିନସିଟିର ଚିତ୍ର । କେଉଁଠି ରାସ୍ତା କଡରେ ପଡିରହିଛି ବଡ ବଡ ଗଛ ତ ଆଉ କେଉଁଠି ଚାଳରୁ ଉଡି ଯାଇଛି ଛପର । ଆଉ ଏଥିରୁ ବାଦ ପଡିନଥିଲା ନନ୍ଦନକାନନ ପ୍ରାଣୀ ଉଦ୍ୟାନ । ଫନି ମାଡରେ ସୌନ୍ଦର୍ଯ୍ୟ ହରାଇଥିଲା ଏହି ଉଦ୍ୟାନ । ଶହଶହ ଗଛ ମାଟିରେ ମିଶିଯାଇଥିଲା । ହୋଇଥିଲା 4କୋଟିରୁ ଊର୍ଦ୍ଧ୍ବ ଟଙ୍କାର କ୍ଷତି । ହେଲେ ଏହି ତାଣ୍ଡବରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ପଶୁପକ୍ଷୀ । ବାତ୍ୟାର ଗୋଟିଏ ଦିନ ପୂର୍ବରୁ ବନ୍ଦ ଥିଲା ପ୍ରାଣୀ ଉଦ୍ୟାନ । ଦୀର୍ଘ 19 ଦିନ ପରେ ମଙ୍ଗଳବାର ଖୋଲିଛି ନନ୍ଦନକାନନ । ଆଉ ଜମିଛି ପର୍ଯ୍ୟଟକଙ୍କ ଭିଡ ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା,ଭୁବନେଶ୍ବର

ସୋମବାର ବୈଷୟିକ କମିଟିର ପ୍ରତିନିଧିଦଳ ନନ୍ଦନକାନନ ବୁଲି ସ୍ଥିତି ପରଖିଥିଲେ । ପର୍ଯ୍ୟଟକଙ୍କୁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ପ୍ରସ୍ତୁତ କରିଥିଲେ । ପ୍ରଥମ ଦିନରେ ଦିନ 11ଟା ସୁଦ୍ଧା ପ୍ରାୟ 900 ପର୍ଯ୍ୟଟକ ଆସିଥିବାର ସୂଚନା ଦେଇଛନ୍ତି ଉପନିର୍ଦ୍ଦେଶକ।

ଆସନ୍ତା ଜୁଲାଇ ମାସ ଠାରୁ ପ୍ରତ୍ୟେକ ବର୍ଷ ଦେଢ଼ ହଜାର ଗଛ ଲଗାଇ ପାଇଁ ଯୋଜନା ରହିଛି । ଆଜି ସନ୍ଧ୍ୟାସୁଦ୍ଧା ଅଢେଇ ହଜାର ପର୍ଯ୍ୟଟକଙ୍କ ଭିଡ ହୋଇଥିବା କହିଛନ୍ତି ଉପନିର୍ଦ୍ଦେଶକ। 19 ଦିନ ଧରି ଉଦ୍ୟାନ ବନ୍ଦ ରହିବା ଫଳରେ 20ଲକ୍ଷ ଟଙ୍କାର ରାଜସ୍ବ କ୍ଷତି ଘଟିଛି । ଏହାକୁ ସୁଧାରିବାକୁ ବର୍ତ୍ତମାନ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଚାଲିଛି ପ୍ରୟାସ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.