ETV Bharat / city

ସ୍ମାର୍ଟସିଟିର ଆଉ 25 ପ୍ରତିଶତ ଅଞ୍ଚଳରେ ମିଳିଲା ବିଜୁଳି ସେବା

ରାଜଧାନୀର ୟୁନିଟ ୩, ୟୁନିଟ ୪,ସତ୍ୟନଗର ଓ ଶୈଳଶ୍ରୀ ବିହାର ଆଦି ଅଞ୍ଚଳରେ ଆରମ୍ଭ ହୋଇଛି ବିଦ୍ୟୁତ ସଂଯୋଗ । କଟକରେ ୫୦ ପ୍ରତିଶତ, ନୟାଗଡ଼ରେ ୯୦ ପ୍ରତିଶତ, କେନ୍ଦ୍ରାପଡାରେ ୪୦ ପ୍ରତିଶତ ଏବଂ ଯାଜପୁରରେ ୮୦ ପ୍ରତିଶତ ବିଦ୍ୟୁତ୍ ସେବା ଯୋଗାଇ ଦିଆଯାଇଛି ।

ଫାଇଲ ଫଟୋ
author img

By

Published : May 7, 2019, 5:29 PM IST

ଭୁବନେଶ୍ବର: ଫନିର ତାଣ୍ଡବ ପରେ ଧ୍ବସ୍ତ ବିଧ୍ବସ୍ତ ରାଜଧାନୀର ପୁର୍ନଉଦ୍ଧାର ପାଇଁ ଚାଲିଛି ଜୋରସୋରରେ କାମ । ବିଭିନ୍ନ ପ୍ରଭାବିତ ଜିଲ୍ଲାରେ ସ୍ଥିତି ସୁଦ୍ଧାରିବା ପାଇଁ ଯୁଦ୍ଧ କାଳିନ ଭିତିରେ କାମ ଚାଲିଥିବା ଏସଆରସି ସୂଚନା ଦେଇଛନ୍ତି । ପାନୀୟ ଜଳ ଯୋଗାଣ ଓ ବିଜୁଳି ସେବା ପ୍ରାଥମିକ ଭାବେ ଯୋଗାଇ ଦିଆଯାଉଛି । ତେବେ କଟକରେ ଆଜି ସୁଦ୍ଧା ୫୦ ପ୍ରତିଶତ ବିଜୁଳି ପ୍ରଦାନ କରାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ସେହିପରି ଭୁବନେଶ୍ବରର ୟୁନିଟ ୩, ୟୁନିଟ ୪, ସତ୍ୟନଗର ଓ ଶୈଳଶ୍ରୀ ବିହାର ଆଦି ଅଞ୍ଚଳରେ ବିଜୁଳି ପ୍ରଦାନ କରାଯାଇଥିବା ଜଣା ପଡିଛି । ଏହା ବ୍ୟତିତ ଭଦ୍ରକ, ଢେଙ୍କାନାଳ ଏବଂ ଅନୁଗୋଳରେ ଶତ ପ୍ରତିଶତ ବିଜୁଳି ଯୋଗାଇ ଦିଆଯାଇଛି । ଏହା ସହ ନୟାଗଡ଼ରେ ୯୦ ପ୍ରତିଶତ, କେନ୍ଦ୍ରାପଡାରେ ୪୦ ପ୍ରତିଶତ ଏବଂ ଯାଜପୁରରେ ୮୦ ପ୍ରତିଶତ ବିଦ୍ୟୁତ୍ ସେବା ଯୋଗାଇ ଦିଆଯାଇଛି ।

ତେବେ ଅନ୍ୟ ଜିଲ୍ଲା ମାନଙ୍କରେ ଶତ ପ୍ରତିଶତ ବିଜୁଳି ଦିଆଯାଇଛି । ସେପଟେ ପୁରୀ, ଭୁବନେଶ୍ବର ଏବଂ କଟକର ମ୍ୟୁନିସିପାଲିଟି ଅଞ୍ଚଳରେ ପାଣି ଯୋଗାଇ ଦିଆଯାଇଥିବା ସୂଚନା ରହିଛି ।

ଭୁବନେଶ୍ବରରୁ ତାପସ ଦାସ, ଇଟିଭି ଭାରତ

Intro:Body:

fddf

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.