ETV Bharat / city

‘ପ୍ରୟାସ’ର ଭିନ୍ନ ପ୍ରୟାସ, ହାତକୁ ଦି ହାତ ହେବେ 25 ଯୋଡା

author img

By

Published : Jan 21, 2020, 11:01 PM IST

ପ୍ରୟାସ ଅନୁଷ୍ଠାନ ପକ୍ଷରୁ ଆସନ୍ତା 2 ତାରିଖରେ ଭୁବନେଶ୍ବରରେ ଅନୁଷ୍ଠିତ ହେବାକୁ ଯାଉଛି ସାମୁହିକ ବିବାହ । ଏହା ମାଧ୍ୟମରେ 25 ଯୋଡ଼ା ପୁଅ-ଝିଅ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ପ୍ରୟାସ ସାମୁହିକ ବିବାହ ମହୋତ୍ସବ, ହାତକୁ ଦି ହାତ ହେବେ 25 ଯୋଡା

ଭୁବନେଶ୍ବର: ଆସନ୍ତା 2 ତାରିଖରେ ଭୁବନେଶ୍ବରରେ ଅନୁଷ୍ଠିତ ହେବାକୁ ଯାଉଛି ସାମୁହିକ ବିବାହ। ପ୍ରୟାସ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ହେଉଥିବା ଏହି ବିବାହ ଉତ୍ସବ ଷଷ୍ଠ ବର୍ଷରେ ପଦାର୍ପଣ କରିଥିବା ବେଳେ ଚଳିତବର୍ଷ ଏହା ମାଧ୍ୟମରେ 25 ଯୋଡ଼ା ପୁଅ-ଝିଅଙ୍କୁ ବିବାହ ବନ୍ଧନରେ ଆବଦ୍ଧ କରାଯିବାର ସୂଚନା ରହିଛି ।

ସାମାଜିକ ଅନୁଷ୍ଠାନ ପ୍ରୟାସ ପକ୍ଷରୁ ସମାଜରେ ବିଭିନ୍ନ କାରଣରୁ ବିବାହ କରି ପାରୁନଥିବା ପୁଅ-ଝିଅଙ୍କୁ ମାଗଣାରେ ଏହି ସେବା ପ୍ରଦାନ କରିବା ନେଇ ପ୍ରୟାସ ଆରମ୍ଭ କରାଯାଇଥିଲା । ବିଗତ 5 ବର୍ଷ ଭିତରେ 125 ରୁ ଊର୍ଦ୍ଧ୍ବ ପରିବାର ସ୍ଥାପନ କରିବାରେ ଏହା ସଫଳ ହୋଇଥିବାବେଳେ ଚଳିତବର୍ଷ ମଧ୍ୟ ଏହା ଆୟୋଜନ କରାଯାଉଥିବା ପ୍ରୟାସ ଅନୁଷ୍ଠାନର ଅଧ୍ୟକ୍ଷ ବନ ମହାନ୍ତି ପ୍ରକାଶ କରିଛନ୍ତି । ଆସନ୍ତା 1 ତାରିଖରେ ଚୟନ ହୋଇଥିବା ବର ଓ କନ୍ୟା ଯୋଡ଼ିଙ୍କର ମେହେନ୍ଦୀ ଓ ସଙ୍ଗୀତ କାର୍ଯ୍ୟକ୍ରମ ହେବାକୁ ଥିବାବେଳେ 2 ତାରିଖରେ ରାମ ମନ୍ଦିର ପରିସରରେ ବିବାହ ଆୟୋଜନ ହେବ ବୋଲି ସେ କହିଛନ୍ତି ।

ସେଥିପାଇଁ ଅଶୋକ ନଗରରେ ଥିବା ଆର୍ଯ୍ୟ ସଂସ୍କୃତି ମନ୍ଦିର ନିକଟରୁ ବରମାନଙ୍କର ଶୋଭାଯାତ୍ରା ବାହାରି ଏଠାରେ ପହଞ୍ଚିବା ପରେ ବୈଦିକ ରୀତିନୀତି ଅନୁଯାୟୀ ବିବାହ କାର୍ଯ୍ୟ ଅନୁଷ୍ଠିତ ହେବ । ଏହାସହ ବିବାହ ପରେ ବର କନ୍ୟାଙ୍କୁ ସେମାନଙ୍କ ଚଳଣି ପାଇଁ ଆବଶ୍ୟକ ସାମଗ୍ରୀ ଅନୁଷ୍ଠାନ ପକ୍ଷରୁ ଉପହାର ସ୍ବରୂପ ପ୍ରଦାନ କରାଯିବ ବୋଲି ସେ କହିଛନ୍ତି । ସାମାଜିକ ଚଳଣି ଅନୁସାରେ ବିବାହ ଏକ ମହତ୍ବପୂର୍ଣ୍ଣ କାର୍ଯ୍ୟ ହୋଇଥିବାରୁ ଏଥିରୁ ବଞ୍ଚିତ ହେଉଥିବା ଯୁବକ ଓ ଯୁବତୀମାନଙ୍କୁ ସହାୟତା ପ୍ରଦାନ ପାଇଁ ଏପରି ସାମୁହିକ ବିବାହ କାର୍ଯ୍ୟକ୍ରମ ପାଇଁ ଅନେକ ଅନୁଷ୍ଠାନ ଆଗେଇ ଆସୁଥିବା ଏକ ଶୁଭ ଲକ୍ଷଣ ବୋଲି କୁହାଯାଏ ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:ଆସନ୍ତା 2 ତାରିଖରେ ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଯାଉଛି ସାମୁହିକ ବିବାହ।ପ୍ରୟାସ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ହେଉଥିବା ଏହି ବିବାହ ଉତ୍ସବ ଷଷ୍ଠ ବର୍ଷରେ ପଦାର୍ପଣ କରିଥିବାବେଳେ ଚଳିତବର୍ଷ ଏହା ମାଧ୍ୟମରେ 25ଯୋଡ଼ା ପୁଅ ଝିଅଙ୍କୁ ବିବାହ ବନ୍ଧନରେ ଆବଦ୍ଧ କରାଯିବ ବୋଲି ସୂଚନା ମିଳିଛି।

Body:ସାମାଜିକ ଅନୁଷ୍ଠାନ ପ୍ରୟାସ ପକ୍ଷରୁ ସମାଜରେ ବିଭିନ୍ନ କାରଣରୁ ବିବାହ କରି ପାରୁ ନଥିବା ପୁଅ ଝିଅ ମାନଙ୍କୁ ମାଗଣାରେ ଏହି ସେବା ପ୍ରଦାନ କରିବା ନେଇ ପ୍ରୟାସ ଆରମ୍ଭ କରାଯାଇଥିଲା।ବିଗତ 5 ବର୍ଷ ଭିତରେ 125 ରୁ ଉର୍ଦ୍ଧ୍ବ ପରିବାର ସ୍ଥାପନ କରିବାରେ ଏହା ସଫଳ ହୋଇଥିବାବେଳେ ଚଳିତବର୍ଷ ମଧ୍ୟ ଏହା ଆୟୋଜନ କରାଯାଉଥିବା ଏହାର ଅଧ୍ୟକ୍ଷ ବନ ମହାନ୍ତି ପ୍ରକାଶ କରିଛନ୍ତି।ଆସନ୍ତା 1 ତାରିଖରେ ଚୟନ ହୋଇଥିବା ବର ଓ କନ୍ୟା ଯୋଡ଼ିଙ୍କର ମେହେନ୍ଦୀ ଓ ସଙ୍ଗୀତ କାର୍ଯ୍ୟକ୍ରମ ହେବାର ଥିବା ବେଳେ 2 ତାରିଖରେ ରାମ ମନ୍ଦିର ପରିସରରେ ବିବାହ ଆୟୋଜନ ହେବ ବୋଲି ସେ କହିଛନ୍ତି।ସେଥିପାଇଁ ଅଶୋକ ନଗର ରେ ଥିବା ଆର୍ଯ୍ୟ ସଂସ୍କୃତି ମନ୍ଦିର ନିକଟରୁ ବରମାନଙ୍କର ଶୋଭାଯାତ୍ରା ବାହାରି ଆସି ଏଠାରେ ପହଁଚିବା ପରେ ବୈଦିକ ରୀତିନୀତି ଅନୁଯାୟୀ ବିବାହ କାର୍ଯ୍ୟ ଅନୁଷ୍ଠିତ ହେବ।ଏବଂ ବିବାହ ପରେ ବର କନ୍ୟାଙ୍କୁ ସେମାନଙ୍କ ଚଳଣି ପାଇଁ ଆବଶ୍ୟକ ସାମଗ୍ରୀ ଅନୁଷ୍ଠାନ ପକ୍ଷରୁ ଉପହାର ସ୍ୱରୂପ ପ୍ରଦାନ କରାଯିବ ବୋଲି ସେ କହିଛନ୍ତି।ସାମାଜିକ ଚଳଣି ଅନୁସାରେ ବିବାହ ଏକ ମହତ୍ୱପୂର୍ଣ୍ଣ ଘଟଣା ହୋଇ ଥିବାରୁ ଏଥିରୁ ବଞ୍ଚିତ ହେଉଥିବା ଯୁବକ ଓ ଯୁବତୀମାନଙ୍କୁ ସହାୟତା ପ୍ରଦାନ ପାଇଁ ଏପରି ସାମୁହିକ ବିବାହ କାର୍ଯ୍ୟକ୍ରମ ପାଇଁ ଅନେକ ଅନୁଷ୍ଠାନ ଆଗେଇ ଆସୁଥିବା ଏକ ଶୁଭ ଲକ୍ଷଣ ବୋଲି କୁହାଯାଏ।
ବାଇଟ-ବନ ମହାନ୍ତି,ଅଧ୍ୟକ୍ଷ ,ପ୍ରୟାସ
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.