ETV Bharat / city

ବଙ୍ଗ ଡାକ୍ତର ଆକ୍ରମଣ ଘଟଣା: ଓଡିଶାରେ 24 ଘଣ୍ଟା ପାଇଁ ସ୍ବାସ୍ଥ୍ୟସେବା ବନ୍ଦ - Bhubaneswar

ପଶ୍ଚିମବଙ୍ଗ ଡାକ୍ତର ଆକ୍ରମଣ ଘଟଣାରେ ଓଡିଶାରେ ଘରୋଇ ଓ ସରକାରୀ ଡାକ୍ତରଖାନାରେ 24 ଘଣ୍ଟା ପାଇଁ ଅତି ଆବଶ୍ୟକୀୟ ସ୍ବାସ୍ଥ୍ୟ ସେବା ବନ୍ଦ ରହିଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
author img

By

Published : Jun 17, 2019, 11:02 PM IST

ଭୁବନେଶ୍ବର: ପଶ୍ଚିମବଙ୍ଗରେ ଡାକ୍ତରଙ୍କ ଉପରେ ହୋଇଥିବା ଆକ୍ରମଣ ପ୍ରତିବାଦରେ ରାଜ୍ୟର ଘରୋଇ ଓ ସରକାରୀ ଡାକ୍ତରଖାନାରେ 24 ଘଣ୍ଟା ପାଇଁ ସ୍ବାସ୍ଥ୍ୟସେବା ବନ୍ଦ ରହିଛି । ଏନେଇ ସ୍ଥାନୀୟ ଆଇଏମଏ ହାଉସ ଠାରେ ରାଜ୍ୟ ଶାଖା ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଡାକ୍ତରସଙ୍ଘ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ବିଭିନ୍ନ ସମୟରେ ଡାକ୍ତରମାନେ ନିଃସ୍ବାର୍ଥପର ଭାବେ ସେବା ଦେଉଥିବା ବେଳେ ଅନେକ ସମୟରେ ସେମାନେ ଆକ୍ରମଣର ଶିକାର ହେଉଛନ୍ତି । ବେଳେବେଳେ ଏହି ଆକ୍ରମଣ ଯୋଗୁଁ ଡାକ୍ତର ପ୍ରାଣ ହରାଉଛନ୍ତି । ଏହି ଅବସରରେ କଲିକତାରେ ଘଟିଥିବା ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି ରାଜ୍ୟ ଡାକ୍ତର ସଂଘ । ସେଠାକର ରାଜ୍ୟସରକାର ଦୋଷୀକୁ କଠୋର ଦଣ୍ଡ ଦେବା ସହ ଡାକ୍ତରଙ୍କ ସୁରକ୍ଷା ନିଶ୍ଚିନ୍ତ କରବାକୁ ସେମାନେ ଦାବି କରିଛନ୍ତି ।

ସେହିପରି କେନ୍ଦ୍ର ସରକାର ଏଥିପ୍ରତି ଦୃଷ୍ଟି ଦେଇ ଅନେକ ସମୟରେ ଘଟୁଥିବା ଏହିପରି ଘଟଣାକୁ ବନ୍ଦ କରିବା ପାଇଁ ଏକ ଦୃଢ଼ କେନ୍ଦ୍ରୀୟ ନିୟମ ପ୍ରଣୟନ କରିବାକୁ ଦାବି କରାଯାଇଛି । ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ତୁରନ୍ତ ଏ ଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦାବିରେ ସାରା ଭାରତରେ ଭାରତୀୟ ମେଡିକାଲ ସଂଘର ଡ଼ାକରାରେ ଆଜି ସକାଳ (ସୋମବାର) 6 ଟାରୁ ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ସମସ୍ତ ସରକାରୀ ଓ ବେସରକାରୀ ଡାକ୍ତରଖାନା ବନ୍ଦ ଥିଲା । କିନ୍ତୁ ଅତ୍ୟାବଶ୍ୟକ ସେବା ଜାରି ରଖାଯାଇଥିଲା ।

ଏହାସହ ସମସ୍ତ ଅତି ଅନାବଶ୍ୟକ ସେବା କାର୍ଯ୍ୟକୁ ବନ୍ଦ କରାଯାଇଥିବା କହିଛନ୍ତି ସଂଘର ସଦସ୍ୟ ଡାକ୍ତର ବିଜୟ ମିଶ୍ର । ଯାହାକୁ ବିଭିନ୍ନ ଅନୁଷ୍ଠାନ ଯଥା ଆଇଏମଏସଓ, ଏଏମଟିଏ, ଏଓପିଏମଇଏଫ, ପିଏଚଏଓ, ଜେଡିଏ ଓ ଆରଡିଏ ସହଯୋଗ କରିବା ପୂର୍ବକ ସମର୍ଥନ ଜାଣାଇଥିବା କହିଛନ୍ତି । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ସଙ୍ଘର ସଭାପତି, ସମ୍ପାଦକଙ୍କ ସମେତ ଅନ୍ୟାନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:କଲିକତାରେ ଡାକ୍ତରମାନଙ୍କ ଉପରେ ହୋଇଥିବା ଆକ୍ରମଣ ପ୍ରତିବାଦ ରେ ରାଜ୍ୟର ଘରୋଇ ଓ ସରକାରୀ ଡାକ୍ତରଖାନାରେ 24 ଘଣ୍ଟା ପାଇଁ ଅତି ଆବଶ୍ୟକ ଡାକ୍ତରୀ ସେବା ବନ୍ଦ ପାଳିତ।Body:ଆଜି ଏନେଇ ସ୍ଥାନୀୟ IMA ହାଉସ ଠାରେ ରାଜ୍ୟ ଶାଖା ପକ୍ଷରୁ ଆୟୋଜିତ ଖବରଦାତା ସମ୍ମିଳନୀରେ ଏ ନେଇ ସୂଚନା ଦେଇଛନ୍ତି।ବିଭିନ୍ନ ସମୟରେ ଡାକ୍ତରମାନେ ନିଃସ୍ୱାର୍ଥପର ଭାବେ ସେବା ଦେଉଥିବା ବେଳେ ଆନେକ ସମୟରେ ନିରାପଦ ଓ ସୁରକ୍ଷା ଦୃଷ୍ଟିରୁ ସେମାନେ ଆକ୍ରମଣର ଶିକାର ହେବା ସହିତ ଜୀବନ ମଧ୍ୟ ଦେବାକୁ ପଡୁଛି।ଏହି ଅବସରରେ କଲିକତାରେ ଘଟିଥିବା ଘଟଣାକୁ ନିନ୍ଦା କରିବା ସହ ସେଠାକର ରାଜ୍ୟସରକାର ଦୋଷୀକୁ କଠୋର ଦଣ୍ଡ ଦେବା ସହ ଡାକ୍ତରଙ୍କ ସୁରକ୍ଷା ନିଶ୍ଚିନ୍ତ କରବାକୁ ସେମାନେ ଦାବି କରିଛନ୍ତି।ସେହିପରି କେନ୍ଦ୍ର ସରକାର ଏଥି ପ୍ରତି ଦୃଷ୍ଟି ଦେଇ ଅନେକ ସମୟରେ ଘଟୁଥିବା ଏହିପରି ଘଟଣାକୁ ବନ୍ଦ କରିବା ପାଇଁ ଏକ ଦୃଢ଼ କେନ୍ଦ୍ରୀୟ ନିୟମ ପ୍ରଣୟନ କରିବାକୁ ସେମାନେ ଦାବି କରିଛନ୍ତି।Conclusion:ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ତୁରନ୍ତ ଏ ଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦାବିରେ ସାରା ଭାରତରେ ଭାରତୀୟ ମେଡିକାଲ ସଂଘ ର ଡ଼ାକରାରେ ଆଜି ସକାଳ 6 ଟାରୁ ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ସମସ୍ତ ସରକାରୀ ଓ ବେସରକାରୀ ଡାକ୍ତରଖାନାରେ ଅତିଆବଶ୍ୟକ ସେବା ଜାରି ରହିଥିବା ବେଳେ ସମସ୍ତ ଅତି ଅନାବଶ୍ୟକ ସେବାକାର୍ଯ୍ୟ କୁ ବନ୍ଦ କରାଯାଇଥିବା କହିଛନ୍ତି ସଂଘର ସଦସ୍ୟ ଡାକ୍ତର ବିଜୟ ମିଶ୍ର।ଯାହାକୁ ବିଭିନ୍ନ ଅନୁଷ୍ଠାନ ଯଥା IMSA,OMTA,AOPMEF,PHAO,JDA ଓ RDA ସହଯୋଗ କରିବା ପୂର୍ବକ ସମର୍ଥନ ଜାଣାଇଥିବା କହିଛନ୍ତି।ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ସଙ୍ଘର ସଭାପତି ,ସମ୍ପାଦକଙ୍କ ସମେତ ଅନ୍ୟାନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.