ETV Bharat / city

Odisha Assembly; ରାଜ୍ୟରେ ଖୋଲିବ ନୂଆ ୨୪ଟି ITI କଲେଜ

author img

By

Published : Sep 4, 2021, 12:13 PM IST

Updated : Sep 4, 2021, 4:04 PM IST

ବିଧାନସଭା ମୌସୁମୀ ଅଧିବେଶନର ଆଜି ଚତୁର୍ଥ ଦିବସ । ବିନା ହଟ୍ଟଗୋଳରେ ଆଜି ଶେଷ ହେଲା ପ୍ରଶ୍ନକାଳ । ପୁରା ପ୍ରଶ୍ନକାଳ ଚାଲିଲା ସ୍ବାଭାବିକ । ଆଜି ପ୍ରଶ୍ନକାଳ ଆରମ୍ଭ ହେବା କ୍ଷଣି ଦକ୍ଷତା ବିକାଶ ଓ ବୈଷୟିକ ବିଭାଗ ସମ୍ପର୍କିତ ଆଲୋଚନା ହୋଇଥିଲା । ଅଧିକ ପଢନ୍ତୁ...

Odisha assembly
Odisha assembly

ଭୁବନେଶ୍ବର: ବିଧାନସଭା ମୌସୁମୀ ଅଧିବେଶନର ଆଜି ଚତୁର୍ଥ ଦିବସ । ବିନା ହଟ୍ଟଗୋଳରେ ଆଜି ଶେଷ ହେଲା ପ୍ରଶ୍ନକାଳ । ପୁରା ପ୍ରଶ୍ନକାଳ ଚାଲିଲା ସ୍ବାଭାବିକ । ଆଜି ପ୍ରଶ୍ନକାଳ ଆରମ୍ଭ ହେବା କ୍ଷଣି ଦକ୍ଷତା ବିକାଶ ଓ ବୈଷୟିକ ବିଭାଗ ସମ୍ପର୍କିତ ଆଲୋଚନା ହୋଇଥିଲା ।

Odisha Assembly; ରାଜ୍ୟରେ ଖୋଲିବ ନୂଆ ୨୪ଟି ITI କଲେଜ

ବିଭାଗୀୟ ମନ୍ତ୍ରୀ ପ୍ରେମାନନ୍ଦ ନାୟକ ଗୃହରେ ସୂଚନା ଦେଇ କହିଛନ୍ତି ବର୍ତ୍ତମାନ ରାଜ୍ୟରେ 49ଟି ସରକାରୀ ଆଇଟିଆଇ ରହିଛି । ଖୁବଶୀଘ୍ର ଆଉ ୨୪ ଆଇଟିଆଇ ଖୋଲିବ । ଏହାସହ 448ଟି ବେସରକାରୀ ଆଇଟିଆଇ କଲେଜ ରହିଛି । ଛାତ୍ରଛାତ୍ରୀଙ୍କୁ ଅଧିକରୁ ଅଧିକ ତାଲିମ ଦେବା ପାଇଁ ବିଭାଗ ଫୋକସ କରୁଛି । ମନ୍ତ୍ରୀ ସ୍ପଷ୍ଟ କରି କହିଛନ୍ତି ଆମେ ତାଲିମ ଦେବା ଉପରେ ପ୍ରାଧାନ୍ୟ ଦେଉଛୁ ମାତ୍ର ନିଯୁକ୍ତି ଦେବା ବିଭାଗର କାମ ନୁହେଁ । ତାଲିମ ପ୍ରାପ୍ତ ଛାତ୍ରଛାତ୍ରୀଙ୍କୁ ସରକାର ନିଯୁକ୍ତି ଦେବେ ।

ସେହିପରି କର୍ମଜୀବୀ ମହିଳାଙ୍କ ପାଇଁ ହଷ୍ଟେଲ ନିର୍ମାଣ ପାଇଁ ପଦକ୍ଷେପ ନିଆଯାଉଛି । ସୁନ୍ଦରଗଡ, ଯାଜପୁର, ଖୋର୍ଦ୍ଧାରେ ୧୦୦ ଶର୍ଯ୍ୟା ବିଶିଷ୍ଟ ହଷ୍ଟେଲ ନିର୍ମାଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ବ୍ରହ୍ମପୁର ଓ ରାୟଗଡାରେ ୧୦୦ ଶଯ୍ୟା ବିଶିଷ୍ଟ ହଷ୍ଟେଲ ନିର୍ମାଣ ପାଇଁ ଜମି ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି । କେଉଁଠାରେ ହଷ୍ଟେଲ ଆବଶ୍ୟକ ରହିଛି ସମସ୍ତ ଜିଲ୍ଲାପାଳଙ୍କୁ ପ୍ରସ୍ତାବ ଦେବାକୁ ନିର୍ଦ୍ଦେଶ ଦେଇଛି । ଆବଶ୍ୟକ ସ୍ଥଳେ ହଷ୍ଟେଲ ନିର୍ମାଣ କରାଯିବ । ୧୧ଟି ଶିଳ୍ପାଞ୍ଚଳରେ କେନ୍ଦ୍ରୀୟ ଯୋଜନାରେ ୩୦୦ ଶଯ୍ୟା ବିଶିଷ୍ଟ ହଷ୍ଟେଲ ନିର୍ମାଣ ପାଇଁ ଜିଲ୍ଲାପାଳଙ୍କୁ ପ୍ରସ୍ତାବ ଆଗତ କରାଯାଇଛି ।

ସେହିଭଳି ଗୃହରେ ମହିଳା ଶିଶୁ କଲ୍ୟାଣ ବିକାଶ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି, କଟକ ବକ୍ସିବଜାର, ବଜ୍ରକବାଟି ରୋଡ ସହ ୪ ଟି ସ୍ଥାନରେ କର୍ମଜୀବୀ ମହିଳାଙ୍କ ରହିବା ପାଇଁ ବିଭିନ୍ନ ଅନୁଷ୍ଠାନ ରହିଛି । ଆବଶ୍ୟକତା ଦୃଷ୍ଟିରୁ ହଷ୍ଟେଲ ନିର୍ମାଣ କରାଯିବ । ଏଥିପାଇଁ ଜିଲ୍ଲାପାଳଙ୍କୁ କର୍ମଜୀବୀ ମହିଳା ହଷ୍ଟେଲ ଗଠନ ନେଇ ରିପୋର୍ଟ ମଗାଯାଇଛି । ଜିଲ୍ଲାପାଳ ମାନେ ରିପୋର୍ଟ ଦେବା ପରେ ହଷ୍ଟେଲ ନିର୍ମାଣ ପାଇଁ ବିଭାଗ ପଦକ୍ଷେପ ନେବ । ମନ୍ତ୍ରୀ ଆହୁରି କହିଛନ୍ତି 35 ହଜାର ତଳେ ଆୟ କରୁଥିବା କର୍ମଜୀବୀ ମହିଳା ମାନେ ଏହି ହଷ୍ଟେଲରେ ରହିବେ । ହଷ୍ଟେଲର ପରିଚାଳନା ପାଇଁ ଜିଲ୍ଲାପାଳ କମିଟି ଗଠନ କରିବେ । ବିଧାୟକ ପ୍ରଶାନ୍ତ ବେହେରାଙ୍କ ପ୍ରଶ୍ନରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ଏହି ଉତ୍ତର ଦେଇଛନ୍ତି ।

ଆଜି ବିଧାୟକ ସୁରେଶ ରାଉତ, ତାରା ବାହିନୀପତି, ଭୂପିନ୍ଦର ସିଂ, କୁସୁମ ଟେଟେ, ମୁକେଶ ମହାଲିଙ୍ଗ ପ୍ରମୁଖ ପ୍ରଶ୍ନ କରିଥିଲେ ।

ଭୁବେନଶ୍ବରରୁ ସଞ୍ଜୀବ ରାୟଙ୍କ ସହ ରୁଦ୍ର ନାରାୟଣ ଦାସ, ଇଟିଭି ଭାରତ

Last Updated : Sep 4, 2021, 4:04 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.