ETV Bharat / city

ଯୁକ୍ତ ଦୁଇ ପରୀକ୍ଷା, ଖୋଲିଲା ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ - ୨୮ ତାରିଖରୁ ଯୁକ୍ତ ଦୁଇ ପରୀକ୍ଷା

ଆସନ୍ତା ୨୮ ତାରିଖରୁ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା । ଏନେଇ ପରିଷଦ ସମସ୍ତ ପ୍ରକାରର ବ୍ୟବସ୍ଥା କରିଛି । ଅଧିକ ପଢ଼ନ୍ତୁ

ଯୁକ୍ତ ଦୁଇ ପରୀକ୍ଷା, ଖୋଲିଲା ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ

author img

By

Published : Apr 25, 2022, 10:39 PM IST

ଭୁବନେଶ୍ବର : ଆସନ୍ତା ୨୮ ତାରିଖରୁ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା । ଏନେଇ ପରିଷଦ ସମସ୍ତ ପ୍ରକାରର ବ୍ୟବସ୍ଥା କରିଛି । ଯୁକ୍ତ ଦୁଇ ପରୀକ୍ଷା ପାଇଁ ଖୋଲିଲା ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌ । ଏଥିପାଇଁ ସିଏଚ୍‌ଏସଇ କାର୍ଯ୍ୟାଳୟରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ଆଜିଠାରୁ ଆରମ୍ଭ ହୋଇଛି ଏହି କଣ୍ଟ୍ରୋଲ ରୁମ ।

ମେ ୩୧ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ କଣ୍ଟ୍ରୋଲ ରୁମ । ଛାତ୍ରଛାତ୍ରୀଙ୍କର ପରୀକ୍ଷା ବାବଦରେ କୌଣସି ସମସ୍ୟା ଥିଲେ, ଦ୍ୱନ୍ଦ ଦୂର ପାଇଁ ଟେଲିଫୋନ ମାଧ୍ୟମରେ ଛାତ୍ରଛାତ୍ରୀ ଯୋଗାଯୋଗ କରିପାରିବେ । ଏନେଇ ସିଏଚ୍‌ଏସଇ ପକ୍ଷରୁ ଟେଲିଫୋନ ନମ୍ବର ୦୬୭୪-୨୩୦୩୮୦୩ ନମ୍ବର ଜାରି କରାଯାଇଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.