ETV Bharat / city

ରାଜ୍ୟରେ ନିର୍ମମ ହତ୍ୟାକାଣ୍ଡ ଘଟଣା, ନ୍ୟାୟ ନମିଳିଲେ ଆମରଣ ଅନଶନ କରିବେ ୨୩ ପରିବାର

author img

By

Published : Apr 10, 2022, 6:25 PM IST

ରାଜ୍ୟରେ ବିଭିନ୍ନ ଜିଲ୍ଲାରୁ ନିର୍ମମ ହତ୍ୟାକାଣ୍ଡ ଓ ଶିଶୁଚୋରି ଘଟଣାରେ ରାଜ୍ୟର ନ୍ୟାୟ ଅପେକ୍ଷାରେ ଥିବା ୨୩ ପରିବାରଙ୍କ ଆନ୍ଦୋଳନ । ଆଗାମୀ ୧୫ ଦିନ ମଧ୍ୟରେ ରାଜ୍ୟ ସରକାର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ସଂସଦ ଭବନ ଆଗରେ ଆମରଣ ଅନଶନ କରିବେ। ଅଧିକ ପଢନ୍ତୁ

ରାଜ୍ୟରେ ନିର୍ମମ ହତ୍ୟାକାଣ୍ଡ ଘଟଣା, ନ୍ୟାୟ ନମିଳିଲେ ଆମରଣ ଅନଶନ କରିବେ ୨୩ ପରିବାର
ରାଜ୍ୟରେ ନିର୍ମମ ହତ୍ୟାକାଣ୍ଡ ଘଟଣା, ନ୍ୟାୟ ନମିଳିଲେ ଆମରଣ ଅନଶନ କରିବେ ୨୩ ପରିବାର

ଭୁବନେଶ୍ବର: ରାଜ୍ୟରେ ବିଭିନ୍ନ ଜିଲ୍ଲାରୁ ନିର୍ମମ ହତ୍ୟାକାଣ୍ଡ ଓ ଶିଶୁଚୋରି ଏବଂ ସୂଚନା ଅଧିକାର କର୍ମୀଙ୍କୁ ନିର୍ମମ ଭାବରେ ହତ୍ୟା ଘଟଣାରେ ବର୍ଷ ବର୍ଷ ଧରି ନ୍ୟାୟ ପାଇଁ ଅନେକ ପରିବାର ଏକାଠି ହୋଇ ଲଢେଇ କରୁଛନ୍ତି । ଏମାନଙ୍କ କଥା ନାଁ ଶୁଣୁଛନ୍ତି ରାଜ୍ୟ ସରକାର ନାଁ ଶୁଣୁଛନ୍ତି ରାଜ୍ୟ ପୋଲିସ ବିଭାଗ ନା ପ୍ରଶାସନ ।

ଏହି ପ୍ରସଙ୍ଗକୁ ନେଇ ନ୍ୟାୟ ପାଇବାରୁ ବଞ୍ଚିତ ଥିବା ୨୩ ପରିବାର ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ରାଜ୍ୟ ସରକାରଙ୍କୁ ଜଣାଇଛନ୍ତି ଯେ, ଆଗାମୀ ୧୫ ଦିନ ମଧ୍ୟରେ ରାଜ୍ୟ ସରକାର କୌଣସି କାର୍ଯ୍ୟାନୁଷ୍ଠାନ ନନିଅନ୍ତି, ତେବେ ସମସ୍ତ ପରିବାର ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ । ଗଣତନ୍ତ୍ରର ମନ୍ଦିର କୁହାଯାଉଥିବା ସଂସଦ ଭବନ ଆଗରେ ନ୍ୟାୟ ପାଇବା ପର୍ଯ୍ୟନ୍ତ ଆମରଣ ଅନଶନ କରିବେ ବୋଲି କହିଛନ୍ତି ନ୍ୟାୟ ଅପେକ୍ଷାରେ ଥିବା ୨୩ ପରିବାର । ସୂଚନା ଅନୁଯାୟୀ, ରାଜ୍ୟରେ ବହୁ ଚର୍ଚ୍ଚିତ ହତ୍ୟାକାଣ୍ଡ ଓ ଶିଶୁ ଚୋରି ଘଟଣା ନଜରକୁ ଆସିଛି । ଏପର୍ଯ୍ୟନ୍ତ କୌଣସି ଘଟଣାର ସଠିକ ନ୍ୟାୟ ମିଳିନଥିବା ପରିବାର ବର୍ଗ ଅଭିଯୋଗ କରିଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.