ETV Bharat / city

ରାଜ୍ୟର 21 କୋଭିଡ ହସ୍ପିଟାଲ କାର୍ଯ୍ୟକ୍ଷମ

author img

By

Published : Apr 16, 2020, 9:36 PM IST

ଓଡି଼ଶାରେ କେଉଁଠାରେ କେତୋଟି କୋଭିଡ-19 ହସ୍ପିଟାଲ ପ୍ରସ୍ତୁତ ହୋଇଛି ସେନେଇ ସମ୍ପୂର୍ଣ୍ଣ ସୂଚନା ଦେଇଛନ୍ତି ଉନ୍ନୟନ କମିଶନର ସୁରେଶ ମହାପାତ୍ର । ଅଧିକ ପଢ଼ନ୍ତୁ...

21 covid-19 hospitals, functioning in odisha, ରାଜ୍ୟର 21 କୋଭିଡ ହସ୍ପିଟାଲ କାର୍ଯ୍ୟକ୍ଷମ, ଉନ୍ନୟନ କମିଶନର ସୁରେଶ ମହାପାତ୍ର, 4 ହଜାର ଶଯ୍ୟା ପ୍ରସ୍ତୁତ
ରାଜ୍ୟର 21 କୋଭିଡ ହସ୍ପିଟାଲ କାର୍ଯ୍ୟକ୍ଷମ

ଭୁବନେଶ୍ବର: ଓଡ଼ିଶାରେ କେଉଁ ସ୍ଥାନରେ କାର୍ଯ୍ୟକ୍ଷମ ହୋଇଛି କୋଭିଡ ହସ୍ପିଟାଲ ଓ ଅନ୍ୟ କେଉଁ କେଉଁ ସ୍ଥାନରେ ଆଗାମୀ ଦିନରେ କାର୍ଯ୍ୟକ୍ଷମ ହେବ ସେନେଇ ସୂଚନା ଦେଇଛନ୍ତି ଉନ୍ନୟନ କମିଶନର ସୁରେଶ ମହାପାତ୍ର । ରାଜ୍ୟରେ 35 ଟି କୋଭଡ-19 ହସ୍ପିଟାଲ ଖୋଲିବାର ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର। ରାଜ୍ୟର ସମସ୍ତ ଜିଲ୍ଲାରେ ଖୋଲାଯିବ ହସ୍ପିଟାଲ।

ରାଜ୍ୟର 21 କୋଭିଡ ହସ୍ପିଟାଲ କାର୍ଯ୍ୟକ୍ଷମ

ବର୍ତ୍ତମାନ ସୁଦ୍ଧା ରାଜ୍ୟର 19ଟି ଜିଲ୍ଲାରେ 21ଟି ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଥିବା ବେଳେ 4 ହଜାର ଶଯ୍ୟା ପ୍ରସ୍ତୁତ ହୋଇ ରହିଛି । ଏପ୍ରିଲ 20 ସୁଦ୍ଧା ବାକି କୋଭିଡ ହସ୍ପିଟାଲ ପ୍ରସ୍ତୁତ କରାଯିବ। ପୂର୍ବରୁ ଗୋଟିଏ ଦିନରେ 12ଟି କୋଭିଡ ପରୀକ୍ଷା କରାଯାଉଥିଲା ବର୍ତମାନ ସମୟରେ 1000ରୁ ଉର୍ଦ୍ଧ୍ବ ପରୀକ୍ଷା କରାଯାଉଛି । ରାଜ୍ୟରେ ଖୋର୍ଦ୍ଧା, ଭୁବନେଶ୍ବର, ନୟାଗଡ଼, ବୌଦ୍ଧ, ମାଲକାନଗିରି, ସମ୍ବଲପୁର, ଗଞ୍ଜାମ, ବ୍ରହ୍ମପୁର, କଟକ ପରି ଅନେକ ସହରରେ କାର୍ଯ୍ୟକ୍ଷମ କରାଯାଇଛି କୋଭିଡ ହସ୍ପିଟାଲ । ରାଜ୍ୟରେ ରହିଥିବା ବସ୍ତି ବାସିନ୍ଦା, ବିଭିନ୍ନ ପ୍ରକାରର ଦୋକାନୀ, ମେଡିକାଲ କର୍ମଚାରୀ, ଡାକ୍ତର ନର୍ସ ମାନଙ୍କର ମଧ୍ୟ ଟେଷ୍ଟ କରାଯିବ।

ଆସନ୍ତା 10 ଦିନ ହେଉଛି ଗୁଋତ୍ବପୂର୍ଣ୍ଣ। ରାଜ୍ୟରେ 35ଟି କୋଭଡ ହସ୍ପିଟାଲ ଆରମ୍ଭ କରିବାର ଲକ୍ଷ୍ୟ ରଖାଯାଇଥିବା ବେଳେ ଏବେ ସୁଦ୍ଧା 21ଟି ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଛି । କୋଭିଡ ହସ୍ପିଟାଲରେ ଯେଉଁ ଡାକ୍ତର ଓ ନର୍ସ ମାନେ କାମ କରୁଛନ୍ତି ସେମାନଙ୍କର ରହିବା ଖାଇବା ଅଲଗା ବ୍ୟବସ୍ଥା କରାଯାଇଛି । ଯେପରିକି ସେମାନେ ହୋଟେଲରେ ରହିବେ ପରିବାର ସହିତ ମିଶି ପାରିବେ ନାହିଁ । ହସ୍ପିଟାଲରେ ସଂକ୍ରମିତଙ୍କ ସହ ତାଙ୍କ ପରିବାର ଲୋକ ରହିବା ପାଇଁ ବ୍ୟବସ୍ଥା ନାହିଁ । ସରକାରଙ୍କ ପକ୍ଷରୁ ଆକ୍ରାନ୍ତଙ୍କୁ ସମସ୍ତ ପ୍ରକାରର ସୁବିଧା ଯୋଗାଇ ଦିଆଯାଉଛି। ଏହାକୁ ନେଇ କୌଣସି ଭୟ ନ କରିବା ପାଇଁ ପରାମର୍ଶ ଦେଇଛନ୍ତି ଉନ୍ନୟନ କମିଶନର ସୁରେଶ ମହାପାତ୍ର।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.