ETV Bharat / city

ଓଡିଶା ଅର୍ଥନୈତିକ ସର୍ଭେ ରିପୋର୍ଟ ପ୍ରକାଶ, 2.30 % କମିଛି ମୁଣ୍ଡପିଛା ଆୟ - ଓଡିଶା ଜିଡିପି

ଓଡିଶା ଅର୍ଥନୈତିକ ସର୍ଭେ ରିପୋର୍ଟ ପ୍ରକାଶ, 2.30 % କମିଛି ମୁଣ୍ଡପିଛା ଆୟ

author img

By

Published : Feb 20, 2021, 6:31 PM IST

Updated : Feb 20, 2021, 9:18 PM IST

18:21 February 20

ଓଡିଶା ଅର୍ଥନୈତିକ ସର୍ଭେ ରିପୋର୍ଟ ପ୍ରକାଶ ପାଇଛି । 2020-21 ଆର୍ଥିକ ବର୍ଷରେ ରାଜ୍ୟର ମୁଣ୍ଡ ପିଛା ଆୟ 4.92 ପ୍ରତିଶତକୁ ସଙ୍କୁଚିତ ହେବ । ସେହିପରି କମିଛି ମୁଣ୍ଡପିଛା ଆୟ । ଅଧିକ ପଢନ୍ତୁ..

ଓଡିଶା ଅର୍ଥନୈତିକ ସର୍ଭେ ରିପୋର୍ଟ ପ୍ରକାଶ, 2.30 % କମିଛି ମୁଣ୍ଡପିଛା ଆୟ
ଅର୍ଥନୈତିକ ସର୍ଭେ ହାଇଲାଇଟ୍ସ
ଅର୍ଥନୈତିକ ସର୍ଭେ ହାଇଲାଇଟ୍ସ

ଭୁବନେଶ୍ବର: 2020-21 ଅର୍ଥନୈତିକ ସର୍ଭେ ରିପୋର୍ଟ ବିଧାନସଭାରେ ଉପସ୍ଥାପିତ   । 2020-21  ରାଜ୍ୟର ମୁଣ୍ଡପିଛା ଆୟ 1,02,156  ଟଙ୍କାକୁ ହ୍ରାସ ପାଇଛି । ଯାହାକି 2019-20 ରେ  1,04,566 ଟଙ୍କା ଥିଲା । ସେହିଭଳି 2020-21 ରେ ଓଡିଶାର ପ୍ରକୃତ GSDP  -4.92 ପ୍ରତିଶତ ସଙ୍କୁଚିତ ହେବ ବୋଲି ଆକଳନ ହୋଇଛି । ତେବେ ଜାତୀୟ ଅଭିବୃଦ୍ଧି ସଂକୋଚନ ଠାରୁ ଓଡିଶାର ସଂକୋଚନ କମ ରହିଛି ।  

ଅର୍ଥନୀତି ଉପରେ କୋଭିଡର ଜୋରଦାର ପ୍ରଭାବ ପଡିଛି । ଫଳରେ ରାଜ୍ୟର ଅର୍ଥନୀତି ସଂକୁଚିତ ହେବା ଆଶଙ୍କା ଘାରିଛି ।  2012-13 ରୁ 2019-20 ମଧ୍ୟରେ ଓଡ଼ିଶାର ଅର୍ଥନୀତି ହାରାହାରୀ ବାର୍ଷିକ 7.1 ପ୍ରତିଶତ ହାରରେ ବୃଦ୍ଧି ପାଇଥିବା ବେଳେ ଜାତୀୟ ହାର 6.6 ପ୍ରତିଶତ ଥିଲା ।  

ସେହିଭଳି 2020-21 ରେ ଦେଶର ଜିଏସଡିପି - 7.7 ପ୍ରତିଶତ ରହିବା ନେଇ ଆକଳନ କରାଯାଇ ଥିବାବେଳେ ଓଡିଶର ଜିଏସଡିପି -4.92 ରହିପାରେ ବୋଲି ଅନୁମାନ ଅଛି  ।  

ଅନ୍ୟପଟେ ଗତବର୍ଷ ତୁଳନାରେ ମୁଣ୍ଡପିଛ ଆୟ 2410 ଟଙ୍କା (2.30 ପ୍ରତିଶତ ) କମିଛି । 2011-12 ରେ ଓଡ଼ିଶାର ମୁଣ୍ଡପିଛା ଆୟ 48 ହଜାର 499 ଥିଲା । 2019-20 ରେ 1 ଲକ୍ଷ 4 ହଜାର 566 ହୋଇଥିଲା । ଚଳିତ ବର୍ଷ ହ୍ରାସ ପାଇ ଏହା  1 ଲକ୍ଷ 2 ହଜାର 156 ପହଞ୍ଚିଛି ।  ରାଜ୍ୟର ମୁଣ୍ଡପିଛ ଆୟ ଗତବର୍ଷ ତୁଳନାରେ 2. 3 ପ୍ରତିଶତ ହ୍ରାସ ହୋଇଛି ।  

ଭୁବନେଶ୍ବରରୁ ତପନ ଦାସ , ଇଟିଭି ଭାରତ  

Last Updated : Feb 20, 2021, 9:18 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.