ଭୁବନେଶ୍ବର: 2018 ମସିହା ଭୁବନେଶ୍ବର ଚନ୍ଦ୍ରଶେଖରପୁରର ନାବାଳିକ ଦୁଷ୍କର୍ମ ମାମଲା । ଦୀର୍ଘ ତିନି ବର୍ଷ ପରେ ଗିରଫ ହେଲା ମୁ୍ଖ୍ୟ ଅଭିଯୁକ୍ତ । ଅଭିଯୁକ୍ତ ବିଲ୍ଡର ପ୍ରମୋଦ ସ୍ବାଇଁକୁ ଗିରଫ କଲା କମିଶନରେଟ ପୋଲିସ । ଦୀର୍ଘ ତିନି ବର୍ଷ ଧରି ଦୁଷ୍କର୍ମକାରୀ ବିଲ୍ଡର ଫେରାର ଥିବାବେଳେ ଶେଷରେ ଧାମରା ପୋର୍ଟ ଅଞ୍ଚଳରୁ ତାଙ୍କୁ ଗିରଫ କରାଯାଇଛି ।
ଅଭିଯୁକ୍ତକୁ ଆଜି(ରବିବାର) କୋର୍ଟଚାଲାଣ କରାଯାଇପାରେ ବୋଲି ସୂଚନା ମିଳିଛି । ପୁରୁଣା ଫାଇଲ କ୍ଲୋଜ ଅଭିଯାନରେ ଏହି ଦୁଷ୍କର୍ମ କେସର ଅଭିଯୁକ୍ତ ଡମାଣା ଅଞ୍ଚଳର ବିତ୍ତଶାଳୀ ବିଲ୍ଡର ପ୍ରମୋଦଙ୍କୁ ଗିରଫ କରିଛି କମିଶନରେଟ ପୋଲିସ ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ