ETV Bharat / city

ପଞ୍ଚାୟତରାଜ ଦିବସରୁ ମିଳିବ ଯୋଗ୍ୟତା କାର୍ଡ

author img

By

Published : Mar 4, 2020, 8:08 PM IST

ପଞ୍ଚାୟତରାଜ ଦିବସରୁ ବଣ୍ଟନ ହେବ ଯୋଗ୍ୟତା କାର୍ଡ l ଏହା ଉଭୟ ଗ୍ରାମଞ୍ଚଳ ଓ ସହରାଞ୍ଚଳରେ ବଣ୍ଟନ କରାଯିବ । ପଢନ୍ତୁ ସମ୍ପୂର୍ଣ୍ଣ ଖବର....

ପଞ୍ଚାୟତରାଜ ଦିବସ
ପଞ୍ଚାୟତରାଜ ଦିବସ

ଭୁବନେଶ୍ବର: ମାର୍ଚ୍ଚ 5 ପଞ୍ଚାୟତରାଜ ଦିବସ । ଅର୍ଥାତ ଗୁରୁବାରଠାରୁ ହିତାଧିକାରୀଙ୍କୁ ମିଳିବ ପକ୍କାଘର ଯୋଗ୍ୟତା କାର୍ଡ । ମୁଖ୍ୟମନ୍ତ୍ରୀ ଏହାର ଶୁଭରମ୍ଭ କରିବେ । ପ୍ରାୟ 20 ଲକ୍ଷ ହିତାଧିକାରୀଙ୍କୁ ଏହି କାର୍ଡ ଦିଆଯିବ । ପର୍ଯ୍ୟାୟ କ୍ରମେ ସବୁ ହିତାଧିକାରୀ ଘର ପାଇବେ । କାର୍ଡ ତାଲିକା ଅନୁସାରେ ଏହି ଘର ନିର୍ମାଣ କରାଯିବ ।

ପଞ୍ଚାୟତରାଜ ଦିବସରୁ ମିଳିବ ଯୋଗ୍ୟତା କାର୍ଡ

ବିଭାଗୀୟ ମନ୍ତ୍ରୀଙ୍କ ସୂଚନା ଅନୁସାରେ ମାର୍ଚ୍ଚ 31 ସୁଦ୍ଧା ସବୁ ହିତାଧିକାରୀଙ୍କୁ କାର୍ଡ ବଣ୍ଟାଯିବ । 50ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ମନ୍ତ୍ରୀମାନେ କାର୍ଡ ବାଣ୍ଟିବେ । ଏହାବାଦ ଯେଉଁମାନେ ରହିଯିବେ ସେମାନେ ସିଧାସଳଖ ବ୍ଲକ ଅଫିସରେ ଆବେଦନ କରିବେ । ଆବେଦନର ଯାଞ୍ଚ ପରେ ସେମାନେ ଯଦି ଯୋଗ୍ୟ ଥିବେ ତେବେ ତାଙ୍କୁ ଘର ମିଳିବ।

ସବୁ ପଞ୍ଚାୟତ ଓ ବ୍ଲକସ୍ତରରେ ତାଲିକା ସାର୍ବଜନୀନ କରାଯାଇଛି । ଏତତ ବ୍ୟତୀତ ପୋର୍ଟାଲରେ ମଧ୍ୟ ଏହା ଉପଲବ୍ଧ କରାଯାଇଛି । ବିଡିଓମାନେ ହିତାଧିକାରୀଙ୍କୁ ଡାକି କାର୍ଡ ବଣ୍ଟନ ବ୍ୟବସ୍ଥା କରିବେ ବୋଲି ପଞ୍ଚାୟତରାଜ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.