ETV Bharat / city

ଅରିନ୍ଦମଙ୍କ ପାଇଁ ୨୦ ଲକ୍ଷ ସହାୟତା ରାଶି ଘୋଷଣା - ଅରିନ୍ଦମଙ୍କ ପରିବାର ପାଇଁ ୨୦ ଲକ୍ଷ ଟଙ୍କା ସହାୟତା

ଦିବଙ୍ଗତ ବରିଷ୍ଠ ସାମ୍ବାଦିକ ଅରିନ୍ଦମ ଦାସଙ୍କ ପରିବାର ପାଇଁ ୨୦ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା । ଅଧିକ ପଢ଼ନ୍ତୁ...

ଅରିନ୍ଦମଙ୍କ ପାଇଁ ୨୦ ଲକ୍ଷ ସହୟତା ରାଶି ଘୋଷଣା

author img

By

Published : Sep 24, 2021, 7:41 PM IST

ଭୁବନେଶ୍ବର: ଦିବଙ୍ଗତ ବରିଷ୍ଠ ସାମ୍ବାଦିକ ଅରିନ୍ଦମ ଦାସଙ୍କ ପରିବାର ପାଇଁ ୨୦ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା । ଏହି ସହାୟତା ରାଶି ଘୋଷଣା କରିଛି ଅରିନ୍ଦମ କାର୍ଯ୍ୟ କରୁଥିବା ଘରୋଇ ଚ୍ୟାନେଲ । ଏହାକୁ ନେଇ ଓଟିଭି ଏମଡି ଜାଗିମଙ୍ଗତ ପଣ୍ଡା ସୂଚନା ଦେଇଛନ୍ତି । ଅରିନ୍ଦମଙ୍କ ଅକାଳ ବିୟୋଗ ରାଜ୍ୟର ଗଣମାଧ୍ୟମ ପାଇଁ ଏକ ଅପୂରଣୀୟ କ୍ଷତି । ଅନେକ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଗ୍ରାଉଣ୍ଡ ଜିରୋରୁ ରିପୋର୍ଟିଂ କରୁଥିଲେ ଅରିନ୍ଦମ ।

ଓଡ଼ିଆ ଗଣମାଧ୍ୟମ ଜଗତରେ ଜଣେ ଚିର ପରିଚିତ ନାମ ଅରିନ୍ଦମ ଦାସ । ଚାଷୀ ଆନ୍ଦୋଳନରୁ ଆରମ୍ଭ କରି ହାତୀ ଉଦ୍ଧାର ଖବର ସଂଗ୍ରହ ଯାଏଁ ସବୁଠି ଶୁଣିବାକୁ ଓ ଦେଖିବାକୁ ମିଳୁଥିଲା ଅରିନ୍ଦମଙ୍କ ସାହାସିକତା ରିପୋର୍ଟିଂ । ମୃତ୍ୟୁକୁ ଆପଣାଇବାର କିଛି ସମୟ ପୂର୍ବରୁ ମଧ୍ୟ ସେ ନିଜ କର୍ତ୍ତବ୍ୟ କରି ନିଜ ଚ୍ୟାନେଲକୁ ଲାଇଭ୍ ଦେଇଥିଲେ । ହେଲେ ଏହା ତାଙ୍କ ଜୀବନର ଶେଷ ଲାଇଭ୍‌ ହେବ ସେ କେବେ ବୋଧ ହୁଏ କେବେ ସ୍ବପ୍ନରେ ଭାବି ନଥିଲେ ।

ଅରିନ୍ଦମଙ୍କ ବିୟୋଗରେ ଓଡ଼ିଆ ଗଣମାଧ୍ୟମ ଜଗତ ମ୍ରିୟମାଣ ହୋଇଛି । ତାଙ୍କ ପାର୍ଥିବ ଓଟିଭି ମୁଖ୍ୟ କାର୍ଯ୍ୟାଳୟରେ ପହଞ୍ଚିବା ପରେ ସଭିଙ୍କ ଆଖି ଲୁହର ସାଗରରେ ଭରି ଯାଇଥିଲା । କାହାର ଅରିନ୍ଦମ ଥିଲେ ତ କାହାର ଅରିନ୍ଦମ ଭାଇ । ଶେଷ ଥର ପାଇଁ କୋହଭରା ହୃଦୟରେ ସାହାସୀ ରିପୋର୍ଟରଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଥିଲେ ସହକର୍ମୀ ।

ବ୍ୟୁରୋ ରିପୋର୍ଟର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.