ETV Bharat / city

ରାଜଧାନୀରେ ୨୦ ବିପଦସଙ୍କୁଳ ଡ୍ରେନ ଚିହ୍ନଟ, ଅଘଟଣ ଏଡାଇବାକୁ ବାଉଁଶ ବାନ୍ଧିଲା BMC

author img

By

Published : Sep 26, 2021, 5:26 PM IST

ରାଜଧାନୀରେ ଏବେ ମଧ୍ୟ ବିପଦସଙ୍କୁଳ ଅବସ୍ଥାରେ ରହିଛି 20 ମୁକୁଳା ଡ୍ରେନ। ସତର୍କ ସୂଚନା ଫଳକ ଲଗାଇବା ସହ ବାଉଁଶ ବାନ୍ଧିଲା BMC । ଅଧିକ ପଢନ୍ତୁ...

ରାଜଧାନୀରେ 20 ମୁକୁଳା ଡ୍ରେନ ବିପଦସଙ୍କୁଳ ଚିହ୍ନଟ, ଅଘଟଣ ଏଡାଇବାକୁ ସୂଚନା ଫଳର ସହ ବନ୍ଧାହେଲା ବାଉଁଶ
ରାଜଧାନୀରେ 20 ମୁକୁଳା ଡ୍ରେନ ବିପଦସଙ୍କୁଳ ଚିହ୍ନଟ, ଅଘଟଣ ଏଡାଇବାକୁ ସୂଚନା ଫଳର ସହ ବନ୍ଧାହେଲା ବାଉଁଶରାଜଧାନୀରେ 20 ମୁକୁଳା ଡ୍ରେନ ବିପଦସଙ୍କୁଳ ଚିହ୍ନଟ, ଅଘଟଣ ଏଡାଇବାକୁ ସୂଚନା ଫଳର ସହ ବନ୍ଧାହେଲା ବାଉଁଶ

ଭୁବନେଶ୍ବର: ରାଜଧାନୀରେ ମୁକୁଳା ଡ୍ରେନରେ ଭାସିଯାଇ ଜଣେ ଛାତ୍ରର ମୃତ୍ୟୁରେ ସାରା ରାଜ୍ୟରେ ଅସନ୍ତୋଷ ଦେଖାଯିବା ପରେ ସ୍ମାର୍ଟସିଟିରେ ମୁକୁଳା ପଡିଥିବା ଡ୍ରେନ ପାଇଁ ଜାରି ହୋଇଛି କଟକଣା । ଏପରି ବିପଦସଙ୍କୁଳ ଅବସ୍ଥାରେ ଥିବା ୨୦ଟି ଡ୍ରେନ ଚିହ୍ନଟ କରାଯିବା ସହ ତାହା ନିକଟରେ ସତର୍କ ସୂଚନା ଫଳକ ଲଗାଇ ରାଜଧାନୀବାସୀଙ୍କୁ ସତର୍କ କରାଇଛି BMC । ଏହି ସବୁ ଡ୍ରେନ ମୁକୁଳା ପଡିଥିବାବେଳେ ବର୍ଷାଫଳରେ କୌଣସି ଅଘଟଣ ଆଶଙ୍କାକୁ ଏଡାଇ ଦିଆଯାଇ ନପାରେ। ତେଣୁ ଅଘଟଣ ଏଡାଇବାକୁ ବାଉଁଶ ବାନ୍ଧିବା ସହ ବାଲିବସ୍ତାର ବ୍ୟବସ୍ଥା କରାଯାଇଛି ।

ରାଜଧାନୀରେ ବିପଦଶଙ୍କୁଳ 20 ମୁକୁଳା ଡ୍ରେନ ଚିହ୍ନଟ, ଅଘଟଣ ଏଡାଇବାକୁ ସୂଚନା ଫଳ ସହ ବାଉଁଶ ବାନ୍ଧିଲା BMC

ଅଘଟଣବଶତଃ କେହି ଯେମିତି ଭାସି ନ ଯିଵେ ସେଥିପାଇଁ ବାଉଶର ବାଡ ବନ୍ଧାଯିବା ସହିତ କିଛି ସ୍ଥାନରେ ବାଲିବସ୍ଥା ମଧ୍ୟ ପକାଯାଇଛି । ଜନ ସଧାରଣଙ୍କ ପ୍ରତି ସମସ୍ୟା ସୃଷ୍ଟି କରିବା ପରି ବିପଦସଙ୍କୁଳ ଅବସ୍ଥାରେ ଚିହ୍ନଟ ହୋଇଥିବା ଡ୍ରେନ ଗୁଡିକ ମଧ୍ୟରେ ରହିଛି:-

1.୩୧ନମ୍ବର ଓ୍ବାର୍ଡର ୧୦ନମ୍ବର ଡ୍ରେନ କଲଭର୍ଟ ବସନ୍ତଭିଲା ନିକଟ

2.୩୩ନମ୍ବର ଓ୍ବାର୍ଡର ୧୦ନମ୍ବର ଡ୍ରେନ କଲଭର୍ଟ ଗାୟତ୍ରିନଗର

3. ୩୨ନମ୍ବର ଓ୍ବାର୍ଡର ୧୦ନମ୍ବର ଡ୍ରେନ ସାଇଫନ ବୈରାଗି ନଗର

4. ୩୨ନମ୍ବର ଓ୍ବାର୍ଡର ୧୦ନମ୍ବର ଡ୍ରେନ କଲଭର୍ଟ ଝାରପଡା କେଶୁରା ରୋଡ

5. ୩୨ନମ୍ବର ଓ୍ବାର୍ଡର ୧୦ନମ୍ବର ଡ୍ରେନ କଲଭର୍ଟ କସମ ଭିଲ୍ଲା

6. ୩୩ନମ୍ବର ଓ୍ବାର୍ଡର ଗଣେଷ ମଣ୍ଡପ ଛକ ମଝି

7.୫ ନମ୍ବର ଡ୍ରେନ ଲକ୍ଷ୍ମିସାଗର ରୋଡ

8. ୫ ନମ୍ବର ଡ୍ରେନ ତ୍ରିନାଥ ମନ୍ଦିର ପାଖ

9. ୬ ନମ୍ବର ଡ୍ରେନ ଜେଲ ଓ୍ବାର୍ଡ ଗଳି

10.୭ ନମ୍ବର ଡ୍ରେନ ନୁଆ ଫରେଷ୍ଟ ପାର୍କ

11. ୭ ନମ୍ବର ଡ୍ରେନ ସ୍ବିଟି କମ୍ପ୍ଲେକ୍ସ

12.୮(ଏ )ନମ୍ବର ଡ୍ରେନ ଶତାବ୍ଧି ନଗର ଲେନ ୭

13.୮(ଏ )ନମ୍ବର ଡ୍ରେନ ପ୍ରକୃତି ବିହାର

14.୯ନମ୍ବର ଡ୍ରେନ କଲଭର୍ଟ DNOXY ପାଖ

15. ନୟାପଲି ଏନ ଏଚ ପାଖ ଇସ୍କନ ସାମ୍ନା

16.କ୍ରିଷ୍ନା ଟାଓ୍ବାର ନିକଟ କଲଭର୍ଟ

ସେହିପରି ଏହି ବିପଦ ସଙ୍କୁଳ ତାଲିକାରେ ଥିବା ଅନ୍ୟ 4 ଡ୍ରେନରେ ମଧ୍ୟ ସତର୍କତା ସ୍ବରୂପ ସୂଚନା ଫଳକ ଲଗାଇବା ସହ ସତର୍କ ରହିବା ପାଇଁ BMC ପକ୍ଷରୁ କୁହାଯାଇଛି ।ବର୍ଷା ଜଳରେ ଖୋଲା ଡ୍ରେନରେ ଜଣେ 10ମ ଶ୍ରେଣୀ ଛାତ୍ର ଭାସି ଯାଇ ପ୍ରାଣ ହରାଇବା ପରେ ରାଜଧାନୀରେ ଡ୍ରେନ ସମସ୍ୟା ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ସହ ମୁକୁଳା ଡ୍ରେନର ପ୍ରତିକାର ପାଇଁ ବିଭିନ୍ନ ମହଲରୁ ଚାପ ସୃଷ୍ଟି ହୋଇଥିଲା ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.